• padmabati kund

ବିନା ଚିକିତ୍ସାରେ ସୁସ୍ଥ ହୃଦୟ ପାଇଁ ଜାଣିରଖନ୍ତୁ ଏହି ପାଞ୍ଚଟି କଥା


(ବେତାର ବ୍ୟୁରୋ) ମନୁଷ୍ୟ ଶରୀରର ଏକ ମୁଖ୍ୟ ଅଙ୍ଗ ହେଉଛି ହୃତପିଣ୍ଡ। ଆଜିକାଲିର ଅସୁସ୍ଥକର ଖାଦ୍ୟପାନୀୟ କାରଣରୁ ବହୁତ ଲୋକ କମ ବୟସରୁ ହୃଦରୋଗର ଶିକାର ହେଉଛନ୍ତି। ଏହି ରୋଗ ଅତ୍ୟନ୍ତ ଗମ୍ଭୀର ଅଟେ କାରଣ ଏହି ରୋଗ ହେଲେ ରୋଗୀ ଏହାର ଚିକିତ୍ସା କରିବା ପାଇଁ ସମୟ ପାଇ ନଥାଏ। ଏହି ହୃଦରୋଗରୁ ବଞ୍ଚିବା ପାଇଁ କିଛି ଛୋଟ ଛୋଟ କଥା ଉପରେ ଧ୍ୟାନ ଦେବାକୁ ପଡିବ।

ତେବେ ସୁସ୍ଥ ହୃଦୟ ପାଇଁ ଆପଣଙ୍କୁ କେଉଁ ପାଞ୍ଚଟି କଥା ଉପରେ ଧ୍ୟାନ ଦେବାକୁ ପଡିବ ଜାଣି ରଖନ୍ତୁ।

୧.କୋଲେଷ୍ଟେରଲ : ଆମ ଶରୀରରେ ଉଭୟ ଭଲ ଓ ଖରାପ କୋଲେଷ୍ଟେରଲ ରହିଥାଏ। ଶରୀରରେ କୋଲେଷ୍ଟେରଲ ମାତ୍ର ଅଧିକ ହେବା ଦ୍ଵାରା ହୃଦରୋଗର ଆଶଙ୍କା ଅଧିକ ବଢି ଯାଇଥାଏ। ତେଣୁ ସୁସ୍ଥ ହୃଦୟ ପାଇଁ ଶରୀରର କୋଲେଷ୍ଟେରଲ ସ୍ତରକୁ ସବୁବେଳେ ନିୟନ୍ତ୍ରଣରେ ରଖନ୍ତୁ। ଏଥିପାଇଁ ମାଂସ, ଦୁଗ୍ଧ ଜାତୀୟ ଖାଦ୍ୟ, ତେଲଛଣା ଖାଦ୍ୟ ଖାଇବା କମ କରନ୍ତୁ।

୨.ରକ୍ତ ଶର୍କରା: କୋଲେଷ୍ଟେରଲ ପରି ଆମ ଶରୀରରେ ଶର୍କରାର ମାତ୍ରା ସଠିକ ପରିମାଣର ରହିଲେ, ଏହା କାର୍ଯ୍ୟ କରିବାକୁ ଶକ୍ତି ଯୋଗାଇଥାଏ। ଖାଲିପେଟରେ ଥିବା ସମୟରେ ଶର୍କରାର ସ୍ତର ୧୦୦mg/dl ରହିବା ଆବଶ୍ୟକ ଓ ଖାଇ ସାରିବା ପରେ ଏହା ୧୪୦mg/dl ରହିବା ଜରୁରୀ। ଏଥିପାଇଁ ନିୟମିତ ଭାବରେ ବ୍ୟାୟାମ କରନ୍ତୁ।

୩.ଶରୀର ଓଜନ : ଶରୀରର ଓଜନ ବଢିବା ସହିତ ହୃଦରୋଗର ଆଶଙ୍କା ବଢିଥାଏ ଓ ଏହା ସହିତ ଅନ୍ୟାନ୍ୟ ରୋଗ ମଧ୍ୟ ହେବାର ଆଶଙ୍କା ରହିଥାଏ। ସୁସ୍ଥ ହୃଦୟ ପାଇଁ ଶରୀରର ଓଜନକୁ ସବୁବେଳେ ନିୟନ୍ତ୍ରଣରେ ରଖନ୍ତୁ।

୪. ବ୍ୟାୟାମ: ସୁସ୍ଥ ହୃଦୟ ପାଇଁ ନିୟମିତ ଭାବରେ ବ୍ୟାୟାମ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ। ପ୍ରତିଦିନ କିଛି ବାଟ ଚାଲିବା ଦ୍ଵାରା ଆପଣ ଶରୀରକୁ ସୁସ୍ଥ ରଖିପାରିବେ। ଏଥିପାଇଁ ଜିମ ଯାଆନ୍ତୁ, ଦୌଡାଦଉଡି କରନ୍ତୁ ଓ ଅଧିକ ଚାଲିବାକୁ ପ୍ରୟାସ କରନ୍ତୁ।

୫.ତନ୍ତୁଯୁକ୍ତ ଖାଦ୍ୟ: ସୁସ୍ଥ ହୃଦୟ ପାଇଁ ତନ୍ତୁଯୁକ୍ତ ଖାଦ୍ୟ ନିହାତି ଜରୁରୀ। ଏଥିପାଇଁ ସାଲାଡ,ପରିବା ଓ ଫଳ ଖାଆନ୍ତୁ। ଏହାବ୍ୟତୀତ ଡ୍ରାଏଫ୍ରୁଟ୍ସ (କାଜୁ, ପିସ୍ତା, ଅଲମଣ୍ଡ ଆଦି) ମଧ୍ୟ ନିୟମିତ ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କର ପାଚନ କ୍ଷମତା ମଧ୍ୟ ଭଲ ରହିବ।

#health #lifestyle #healthyheart

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon