- ବେତାର ବ୍ୟୁରୋ
ଶନିଙ୍କ ବକ୍ର ଗତି ଶେଷ : ଜାଣନ୍ତୁ କେଉଁ ରାଶି ଉପରେ କଣ ପ୍ରଭାବ

(ବି ଦ୍ର : ଗ୍ରହ ଚଳନର ଫଳାଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)
(ବେତାର ବ୍ୟୁରୋ) ବୈଦିକ ଜ୍ୟୋତିଷରେ ଶନି ଗ୍ରହଙ୍କୁ କ୍ରୂର ଗ୍ରହର ଆଖ୍ୟା ଦିଆଯାଇଛି। ଶନିଗ୍ରହ ପ୍ରତ୍ୟେକ ମନୁଷ୍ୟଙ୍କୁ ତାଙ୍କ କର୍ମ ଅନୁସାରେ ଫଳ ଦେଇ କର୍ମମୟ ଜୀବନରେ ସନ୍ତୁଳନ ରକ୍ଷା କରିଥାନ୍ତି। ଚଳିତ ବର୍ଷ ଏପ୍ରିଲ ମାସ 18 ତାରିଖରୁ ଶନି ଧନୁ ରାଶିରେ ବକ୍ରୀ ଭାବରେ ଗତି କruଥିଲେ ଓ ସେପ୍ଟେମ୍ବର 6 ତାରିଖ ସନ୍ଧ୍ୟା 5.02ଘଣ୍ଟାରୁ ପୁନଃ ଧନୁ ରାଶିରେ ମାର୍ଗୀ ହୋଇଛନ୍ତି।
ଶନି ଗ୍ରହଙ୍କର ବକ୍ରୀ ଗତି ଯୋଗୁଁ ସବୁ ରାଶିର ବ୍ୟକ୍ତିବିଶେଷଙ୍କୁ ଦୁଃଖ ଓ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ତେବେ ଶନିଙ୍କର ଗତି ପରିବର୍ତ୍ତନ ପରେ ଏହାର ଶୁଭଫଳ ସମସ୍ତ ରାଶି ଉପରେ ପଡିବ। ତେବେ ଜାଣିରଖନ୍ତୁ ଆପଣଙ୍କ ରାଶି ଉପରେ ଏହାର କଣ ପ୍ରଭାବ ପଡିବ।
ମେଷ: ଶୁଭଫଳ ପ୍ରାପ୍ତି ହେବ। ଆୟରେ ବୃଦ୍ଧି ଘଟିବ। ଚାକିରୀରେ ପଦୋନ୍ନତିର ସମ୍ଭାବନା ରହିଛି। ଅନେକ ଦିନରୁ ଲାଗିରହିଥିବା ସମସ୍ୟାର ମଧ୍ୟ ସମାଧାନ ଘଟିବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ।
ବୃଷ: ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରୁ ନ ଥିଲା, ତାହା ଏହି ସମୟରେ ପୂର୍ଣ୍ଣ ହେବ। ନୂତନ ଚାକିରୀ ପାଇବେ। ବିଦ୍ୟାର୍ଥୀ ମାନଙ୍କୁ ଶୁଭଫଳ ପ୍ରାପ୍ତି ହେବ।
ମିଥୁନ: କର୍ମକ୍ଷେତ୍ରରେ ମାନ ସମ୍ମାନ ବଢିବ। ଜୀବନସାଥୀଙ୍କ ସହିତ ମତଭେଦ ଦୂର ହେବ। ଶୁଭ ଖବର ପାଇବେ, କିନ୍ତୁ ବ୍ୟୟରେ ବୃଦ୍ଧି ହେବ। କୌଣସି ବ୍ୟକ୍ତି ଆପଣଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ। ସାବଧାନ ରୁହନ୍ତୁ।
କର୍କଟ: ବହୁ ଦିନରୁ ଲାଗିରହିଥିବା କୋର୍ଟକଚେରୀ ବିବାଦ ଦୂର ହେବ। ଶତ୍ରୁଙ୍କୁ ଜୟ କରିବେ। ଜୀବନସାଥୀଙ୍କ ସହ ମତଭେଦ ଦୂର ହେବ। ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଛାତ୍ରଛାତ୍ରୀମାନେ ପାଠପଢାରେ ମନଯୋଗ ଦେବେ।
ସିଂହ: ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ। ସନ୍ତାନଙ୍କ ପାଇଁ ଗର୍ବ ଅନୁଭବ କରିବେ। ଆୟରେ ବୃଦ୍ଧି ଘଟିବ। କର୍ମକ୍ଷେତ୍ରରେ ପ୍ରତିଷ୍ଠା ବଢିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଚାକିରୀରେ ପରିବର୍ତ୍ତନ ମଧ୍ୟ କରିପାରନ୍ତି।
କନ୍ୟା: ନୂତନ ଜମିବାଡି କ୍ରୟ କରିବେ। ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ। କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। ଅଧିକ ସଫଳତା ପାଇଁ କଠିନ ପରିଶ୍ରମ କରନ୍ତୁ।
ତୁଳା: ଆପଣଙ୍କର କ୍ଷମତାରେ ବୃଦ୍ଧି ହେବ। ମାନସିକ ଅଶାନ୍ତି ଦୂର ହେବ। ଦୁରସ୍ଥାନକୁ ଯାତ୍ରା କରିପାରନ୍ତି। ଜମିବାଡି ସଙ୍କ୍ରାନ୍ତୀୟ ମାମଲାରେ ଲାଭ ପାଇବେ। ଦେଖି ବିଚାରି ଖର୍ଚ୍ଚ କରନ୍ତୁ। ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିବେ।
ବିଛା: ମାନସିକ ଦୁଃଶ୍ଚିନ୍ତା ଦୂର ହେବା ସହିତ ପ୍ରତ୍ୟେକ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ଚାକିରୀରେ ପଦୋନ୍ନତି ହେବ ଓ ଆୟରେ ବୃଦ୍ଧି ହେବ। କଠିନ ପରିଶ୍ରମର ସୁଫଳ ପାଇବେ।
ଧନୁ: ପାରିବାରିକ ଜୀବନ ସୁଖଶାନ୍ତିମୟ ରହିବ। କଠିନ ପରିସ୍ଥିତିକୁ ଦୂର କରିବାରେ ସକ୍ଷମ ହେବେ। ମାନସିକ ଶାନ୍ତି ପ୍ରାପ୍ତ ହେବ। ଜୀବନସାଥୀଙ୍କ ସହ ମଧୁର ସମୟ କଟିବ। କୌଣସି କାର୍ଯ୍ୟରେ ଅବହେଳା କରନ୍ତୁ ନାହିଁ।
ମକର: କର୍ମକ୍ଷେତ୍ରରେ ଲାଭ ପାଇବେ। ଆୟ ବୃଦ୍ଧି ପାଇବ। ଶତ୍ରୁଙ୍କୁ ପରାସ୍ତ କରିବେ। ଆମୋଦ ପ୍ରମୋଦ ପାଇଁ ଖର୍ଚ୍ଚ ବଢିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଦୁରସ୍ଥାନକୁ ଯାତ୍ରା କରିପାରନ୍ତି।
କୁମ୍ଭ: ଏହି ସମୟରେ କୁମ୍ଭ ରାଶିର ବ୍ୟକ୍ତି ବିଶେଷ ଶୁଭଫଳ ପାଇବେ। ଆଶା କରିଥିବା କାର୍ଯ୍ୟ ପୂରଣ କରିବାରେ ସଫଳ ହେବେ। ନୂତନ ଚାକିରୀ ମିଳିବ ଓ ଆୟରେ ବୃଦ୍ଧି ଘଟିବ। ସମାଜରେ ସମ୍ମାନ ବଢିବ।
ମୀନ: ବିଦେଶ ଯାତ୍ରା କରିବାର ଯୋଗ ରହିଛି। କର୍ମକ୍ଷେତ୍ରରେ ପଦୋନ୍ନତି ହେବା ସହିତ ଆୟରେ ମଧ୍ୟ ବୃଦ୍ଧି ଘଟିବ। ଛାତ୍ରଛାତ୍ରୀମାନେ ପରିଶ୍ରମର ସୁଫଳ ପାଇବେ। କାହା ସହିତ ଅଯଥାରେ ଯୁକ୍ତିତର୍କ କରନ୍ତୁ ନାହିଁ।