• padmabati kund

ଶୁକ୍ରବାର ରିଲିଜ : ପ୍ରକୃତ ହିରୋଙ୍କୁ ଦେଖାଇବ ‘ପଲଟନ’


ଯୁଦ୍ଧର ଇତିହାସ ଓ ଭାରତୀୟ ସେନାର ସାହସକୁ ବଡ ପରଦାରେ ଦର୍ଶାଉଥିବା ନିର୍ଦ୍ଦେଶକ ଜେ.ପି ଦତ୍ତଙ୍କ ଫିଲ୍ମ “ପଲଟନ” ଆଜି ରିଲିଜ ହୋଇଯାଇଛି। ଏହାର କାହାଣୀ ସତ୍ୟ ଘଟଣା ଉପରେ ଆଧାରିତ ଅଟେ।

ଏହି ଫିଲ୍ମରେ ଚିତ୍ରିତ କାହାଣୀ 1965 ମସିହାର ଅଟେ। ଯେଉଁ ସମୟରେ ଭାରତୀୟ ସୈନିକମାନେ ଅଦମ୍ୟ ସାହସ ଦେଖାଇ ଚୀନ ସେନାକୁ କଡା ଜବାବ ଦେଇପାରିଥିଲେ। ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଯୁଦ୍ଧର ତିନି ବର୍ଷ ପରେ ଏହି ଘଟଣା ଘଟିଥିଲା ଓ ଚୀନ କେବେବି ଆଶା କରିନଥିଲା ଯେ ଭାରତୀୟ ସେନା ତାଙ୍କୁ ଏପରି କଡା ଜବାବ ଦେଇ ପାରିବ ବୋଲି।

ଭାରତ 1962 ମସିହାରେ ଚୀନ ଠାରୁ ଯୁଦ୍ଧରେ ହାରିଯାଇଥିଲା। ଏହି ଯୁଦ୍ଧର ଠିକ ତିନି ବର୍ଷ ପରେ ଚୀନ ସେନା ପୁଣି ଥରେ ଭାରତୀୟ ସେନା ଉପରେ ଆକ୍ରମଣ କରିଥିଲା। ଏହି ଯୁଦ୍ଧ ସମୟରେ କିଛି ଭାରତୀୟ ସୈନ୍ୟ ସହିଦ ହୋଇଥିଲେ। ଏହାପରେ ଭାରତୀୟ ସୈନ୍ୟମାନେ ଚୀନ ସୈନ୍ୟଙ୍କୁ କଡା ଜବାବ ଦେଇଥିଲେ। ଚୀନ ଓ ଭାରତ ବର୍ଡର ନିକଟରେ ଥିବା ନାଥୁ ଲା ରେ ଏହି ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧ ଏକ ଛୋଟ ଝଗଡାରୁ ଆରମ୍ଭ ହୋଇଥିଲା ଓ ପରେ ବଡ ରୂପ ନେଇଥିଲା।

ଜେ.ପି ଦତ୍ତ ଏହି ଫିଲ୍ମରେ ଉଭୟ abhigya ଓ ନୂଆ କଳାକାରଙ୍କୁ ସୁଯୋଗ ଦେଇଛନ୍ତି। ଏହି କଳାକାରମାନେ ଭାରତୀୟ ହିରୋ ମାନଙ୍କ ଭୂମିକାକୁ ଖୁବ ଭଲ ଭାବରେ ପ୍ରଦର୍ଶନ କରିଛନ୍ତି, ଯାହାକୁ ଭାରତୀୟ ଇତିହାସ ପ୍ରାୟ ଭୁଲି ଯାଇଛି। ଫିଲ୍ମରେ ଜ୍ୟାକି ଶ୍ରଫ, ଅର୍ଜୁନ ରାମପାଲ, ହର୍ଷବର୍ଦ୍ଧନ ରାଣେ, ଗୁରମିତ ଚୌଧୁରୀ, ଅବଦୁଲ କାଦିର ଆମିନ, ସୋନୁ ସୂଦ, ସୋନଲ ଚୌହାନ, ଇଶା ଗୁପ୍ତା, ମୋନିକା ଗିଲ, ରୋହିତ ରୟ, ସିଦ୍ଧାନ୍ତ କପୁର, ଲୁଭ ସିହ୍ନା ଓ ଦୀପିକା କକ୍କର ପ୍ରମୁଖ ଅଭିନୟ କରିଛନ୍ତି।

ତେବେ ଏହି ଫିଲ୍ମକୁ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ମଧ୍ୟ ଖୁବ ପ୍ରଶଂସା କରାଯାଇଛି। ଭାରତୀୟ ସେନାର ପ୍ରକୃତ ହିରୋଙ୍କ କାହାଣୀକୁ ବଡ ପରଦାରେ ଖୁବ ଭଲ ଭାବରେ ଚିତ୍ରିତ କରିଥିବାରୁ ‘ପଲଟନ’କୁ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଛିଡା ହୋଇ ଅଭିନନ୍ଦନ ଜଣାଇଥିଲେ।

ଫିଲ୍ମରେ ବ୍ୟବହୃତ ହୋଇଥିବା ହତିଆର ଓ ପୋଷାକକୁ ଦେଖିଲେ ଲାଗୁଛି ଏହା 1965 ମସିହାର ଅଟେ। ଫିଲ୍ମର କାହାଣୀ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି ଯାହା ଦର୍ଶକଙ୍କ ମନରେ ଦେଶଭକ୍ତି ଜାଗ୍ରତ କରିପାରିବ ବୋଲି ଆଶା ରଖିଛନ୍ତି ଏହାର ନିର୍ମାତା।

#entertainment #fridayrelease #paltan

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon