- ବେତାର ବ୍ୟୁରୋ
ଘରେ ଆକ୍ଵାରିୟମ ରଖିଛନ୍ତି କି? ଜାଣନ୍ତୁ ବାସ୍ତୁ ଟିପ୍ସ

(ବେତାର ବ୍ୟୁରୋ) ଘର ମଧ୍ୟରେ ଆକ୍ଵାରିୟମ ରଖିଲେ ଏହା ଘରର ସୁନ୍ଦରତା ବଢାଇବା ସହିତ ଅନେକ ଶୁଭଫଳ ମଧ୍ୟ ପ୍ରଦାନ କରିଥାଏ। ବାସ୍ତୁ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ଅଛି ଯେ ଘରେ ଆକ୍ଵାରିୟମ ରଖିବାର ଅନେକ ଉପକାରିତା ରହିଛି। ଯଦି ଆକ୍ଵାରିୟମକୁ ଘର ମଧ୍ୟରେ ସଠିକ ଦିଗରେ ଓ ସଠିକ ସ୍ଥାନରେ ରଖାଯାଏ ତେବେ ଏହା ପରିବାର ମଧ୍ୟରେ ସୁଖଶାନ୍ତିର ବାତାବରଣ ଭରିଦେଇଥାଏ। ଏହାସହିତ ଆକ୍ଵାରିୟମରେ ବହୁଥିବା ପାଣିର ଶବ୍ଦ ମଧ୍ୟ ସକାରାତ୍ମକ ଶକ୍ତି ସୃଷ୍ଟି କରିଥାଏ।
ଯଦି ଆପଣ ବି ନିଜ ଘରେ ଆକ୍ଵାରିୟମ ରଖିଛନ୍ତି, ତେବେ ଜାଣିରଖନ୍ତୁ ଏହା ସମ୍ବନ୍ଧରେ କିଛି ବାସ୍ତୁ ନିୟମ।
୧. ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆକ୍ଵାରିୟମ ଘର ଓ ଅଫିସରେ ଉତ୍ତର, ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗରେ ରହିବା ଆବଶ୍ୟକ। ଏହାଦ୍ୱାରା ଘରେ ସୁଖଶାନ୍ତିର ବାତାବରଣ ରହିଥାଏ ଓ କାର୍ଯ୍ୟରେ ମଧ୍ୟ ଉନ୍ନତି ହୋଇଥାଏ।
୨.ରୋଷେଇ ଘରର ଆଖପାଖରେ ଆକ୍ଵାରିୟମକୁ ରଖନ୍ତୁ ନାହିଁ। ଏହି ସ୍ଥାନରେ ଆକ୍ଵାରିୟମ ରଖିବା ଦ୍ଵାରା ନକରାତ୍ମକ ପ୍ରଭାବ ପଡିଥାଏ। ଶୁଭଫଳ ପାଇଁ ଆକ୍ଵାରିୟମରୁ ନିୟମିତ ବ୍ୟବଧାନରେ ପାଣିକୁ ବଦଳାନ୍ତୁ।
୩. ଆକ୍ଵାରିୟମରେ ସବୁବେଳେ ନଅଟି ମାଛ ରଖନ୍ତୁ। ଯଦି ଆପଣ ଆଠଟି ଲାଲ ଓ ଗୋଟିଏ କଳା ମାଛ ରଖୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଆକ୍ଵାରିୟମରେ ଗୋଟିଏ ଗୋଲ୍ଡ ମାଛ ରଖିବା ଦ୍ଵାରା ମଧ୍ୟ ଶୁଭଫଳ ମିଳିଥାଏ।
୪. ବାସ୍ତୁ ଶାସ୍ତ୍ର ଅନୁସାରେ ଆକ୍ଵାରିୟମରେ ଥିବା ମାଛ ଗୁଡିକୁ ପ୍ରତିଦିନ ଖାଇବାକୁ ଦେବା ଦ୍ଵାରା ଆପଣଙ୍କ ବାଣିଜ୍ୟ ବ୍ୟବସାୟରେ ପ୍ରଗତି ହୋଇଥାଏ। ତେଣୁ ଘରେ ଆକ୍ଵାରିୟମ ରଖି ମାଛର ଯତ୍ନ ନିଅନ୍ତୁ ଓ ଆକ୍ଵାରିୟମକୁ ପରିଷ୍କାର ରଖନ୍ତୁ।
୫.ଅନେକ ସମୟରେ ଦେଖାଯାଇଥାଏ ଯେ ଆକ୍ଵାରିୟମର ମାଛ ମରିଯାଆନ୍ତି। ଯଦି ଆପଣ ଦେଖୁଛନ୍ତି ଯେ ଆକ୍ଵାରିୟମରେ କୌଣସି ମାଛ ମରିଯାଇଛି ତେବେ ସେହି ମାଛକୁ ତୁରନ୍ତ ଆକ୍ଵାରିୟମରୁ କାଢି ପାଖରେ ଥିବା ପୋଖରୀ ବା ଜଳାଶୟରେ ପକାଇ ଦିଅନ୍ତୁ। ମରିଯାଇଥିବା ମାଛକୁ ଆକ୍ଵାରିୟମରେ ଅଧିକ ସମୟ ରଖିବା ଦ୍ଵାରା ଅଶୁଭ ଫଳ ମିଳିଥାଏ।
(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )