• padmabati kund

ଦେଖନ୍ତୁ : ଶାହିଦ କପୁରଙ୍କ ପୁଅ ଜୈନ କପୁରଙ୍କ ପ୍ରଥମ ଫଟୋ


(ବେତାର ବ୍ୟୁରୋ) ବଲିଉଡ ଅଭିନେତା ଶାହିଦ କପୁରଙ୍କର ବୁଧବାର ଦିନ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ଏହା ତାଙ୍କର ଦ୍ଵିତୀୟ ସନ୍ତାନ । ଏହି ଖବର ଆସିବା ପରେ ବଲିଉଡର ସମସ୍ତ କଳାକାର ଶାହିଦ ଓ ତାଙ୍କ ପତ୍ନୀ ମୀରାଙ୍କୁ ଅଭିନନ୍ଦନର ବାର୍ତ୍ତା ଜଣାଇଥିଲେ। ଶାହିଦ ଓ ମୀରାଙ୍କ ପୁଅର ପ୍ରଥମ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶୁକ୍ରବାର ସନ୍ଧ୍ୟାରେ ମୀରା ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଉଭୟ ଶାହିଦ ଓ ମୀରା ପୁଅ ସହିତ ମିଡିଆ ସାମ୍ନାକୁ ଆସିଥିଲେ।

ଏହି ଫଟୋରେ ମୀରା ତାଙ୍କର ପୁଅକୁ କୋଳରେ ଧରିଥିବାର ଦେଖିବାକୁ ମିଳିଥିଲା ଓ ଶାହିଦ ଝିଅ ମିଶାକୁ କୋଳରେ ଧରିଥିଲେ। ପୁରା ପରିବାର ଖୁବ ଖୁସି ଥିବାର ଦେଖିବାକୁ ମିଳିଥିଲା।

ମିଡିଆ ସାମ୍ନାରେ ଆଗରୁ ଏହି ଯୋଡି ଅନେକଥର ଫଟୋ ଉଠାଇବା ପାଇଁ ପୋଜ ଦେଇଥିଲେ ମଧ୍ୟ ଏଥର ପୁଅ ଆଖିରେ କ୍ୟାମେରା ଫ୍ଲାସ ନପଡୁ ବୋଲି ସଚେତନ ରହିଥିଲେ। ମୀରାଙ୍କୁ ପୁଅର ଆଖିକୁ କ୍ୟାମେରା ଆଗରେ ଲୁଚାଇବାର ଦେଖିବାକୁ ମିଳିଥିଲା।

ତେବେ ଶାହିଦ ଓ ମୀରା ନିଜର ନବଜାତ ପୁଅର ନାମ ମଧ୍ୟ ରଖିସାରିଛନ୍ତି। ଶାହିଦ କପୁର ଏନେଇ ଏକ ଟ୍ଵିଟ କରି କହିଥିଲେ ଯେ, ‘ଆମେ ଆମର ନବଜାତ ପୁଅର ନାମ ଜୈନ କପୁର ରଖିଛୁ।“

ଶାହିଦ ଓ ମୀରାଙ୍କର ପୁଅ ଜନ୍ମ ହେବାର ଖବର ପାଇ ଅନେକ ବଲିଉଡ ଅଭିନେତା ଓ ପ୍ରଶଂସକଙ୍କ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶାହିଦ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଏକ ଟ୍ଵିଟ କରି କହିଛନ୍ତି ଯେ, “ମୋର ପୁଅ ଜୈନକୁ ଦେଖନ୍ତୁ, ଏବେ ଲାଗୁଛି ଆମ ପରିବାର ପୂର୍ଣ୍ଣ ହୋଇଛି। ଆପଣଙ୍କର ଆଶୀର୍ବାଦ ଓ ଅଭିନନ୍ଦନ ପାଇଁ ଧନ୍ୟବାଦ।“ଶାହିଦ ଓ ମୀରା ୨୦୧୫ ମସିହାରେ ବିବାହ କରିଥିଲେ। ଉଭୟଙ୍କର ଦୁଇ ବର୍ଷର ଝିଅ (ମିଶା) ମଧ୍ୟ ଅଛି।

#entertainment #bollywood #shahidkapoor

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon