• padmabati kund

ପାଞ୍ଚଟି ଭୁତ କାହାଣୀକୁ ନେଇ ଆସୁଛି ଓଡିଆ ୱେବ ସିରିଜ


(ବେତାର ବ୍ୟୁରୋ) ବର୍ତ୍ତମାନ ଯୁବପିଢୀଙ୍କ ମଧ୍ୟରେ ଡିଜିଟାଲ ମିଡିଆ ଖୁବ ଲୋକପ୍ରିୟ ହୋଇଛି।ଏହି ଡିଜିଟାଲ ମିଡିଆ କେବଳ ବଲିଉଡ ବ ହଲିଉଡରେ ସିମୀତ ନୁହେଁ, ଏହା ବର୍ତ୍ତମାନ ଓଲିଉଡରେ ମଧ୍ୟ ପହଞ୍ଚି ସାରିଛି। ଓଡିଆରେ ପ୍ରଥମ ଥର ପାଇଁ ଭୁତ କାହାଣୀକୁ ନେଇ ଡିଜିଟାଲ ମିଡିଆରେ ୱେବ ସିରିଜ ଆରମ୍ଭ ହେବାକୁ ଯାଉଛି। ଏହି ୱେବ ସିରିଜର ନାମ ରହିବ ‘ଦ ପାନିକ ଶର୍ଟ’ ଓ ଏଥିରେ ମୋଟ ପାଞ୍ଚଟି ଭୁତ କାହାଣୀ ରହିବ।

ଏହି ‘ଦ ପାନିକ ଶର୍ଟ’ ୱେବ ସିରିଜର ପ୍ରିମିଆୟର ଆସନ୍ତା ସେପ୍ଟେମ୍ବର 10 ତାରିଖରେ ୟୁଟ୍ୟୁବରେ ହେବ। ତେବେ ଏହି ହରର ୱେବ ସିରିଜର ଟ୍ରେଲର ରିଲିଜ ହୋଇଯାଇଛି।

ଏହି ସିରିଜର ଲେଖକ ରୋଶନ ବିଷୋଇ କହିଛନ୍ତି ଯେ, “ବର୍ତ୍ତମାନ ସମୟକୁ ଆଖି ଆଗରେ ରଖି ଏହାର କାହାଣୀକୁ ପ୍ରସ୍ତୁତ କରାଯାଇଛି। ଆଗରୁ ରିଲିଜ ହେଉଥିବା ଭୁତ କାହାଣୀ ପରି ଏହା ନୁହେଁ। ଏଥିରେ ଆମେ ଡାଇଲାଗ ଓ କଥାବାର୍ତ୍ତା ଉପରେ ଅଧିକ ଧ୍ୟାନ ଦେଇଛୁ ଏବଂ ପରିସ୍ଥିତି ଅନୁଯାୟୀ କାହାଣୀରେ ଭିନ୍ନ ମୋଡ ମଧ୍ୟ ଦିଆଯାଇଛି।“

ଏହି ‘ଦ ପାନିକ ଶର୍ଟ’ରେ ମୋଟ ପାଞ୍ଚଟି ଅଧ୍ୟାୟ ରହିବ ଓ ପ୍ରତି ସୋମବାରରେ ଏହା ରିଲିଜ କରାଯିବ। ଅଧ୍ୟାୟ ଗୁଡିକର ନାମ ହେଉଛି ‘ଇଚ୍ଛା’, ‘ନୂଆ ଚୌକିଦାର’, ‘ନୂଆ ପଡୋଶୀ’, ‘ଗନ୍ଧ’ ଓ ‘ସାକ୍ଷୀ’। ଏହି ଅଧ୍ୟାୟ ଗୁଡିକ ଭୁବନେଶ୍ଵର, କଟକ ଓ ନାରଣଗଡର ବିଭିନ୍ନ ସ୍ଥାନରେ ଶୁଟିଙ୍ଗ କରାଯାଇଛି।

ଏହି ୱେବ ସିରିଜରେ ଚୌଧୁରୀ ବିକାଶ ଦାସ, ବର୍ଷା ପଟ୍ଟନାୟକ, ହର ରଥ, ମନୀଷା ରଥ, ପ୍ରଜ୍ଞାନ ବୋହିଦର, ବିଶ୍ଵଦୀପ ଦାସ, ମଞ୍ଜୁ ପ୍ରଧାନଓ ରୋଶନ ବିଷୋଇଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ।

ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅନୁପମ ପଟ୍ଟନାୟକ। ସେ ଓଡିଶାର ପ୍ରଥମ ବାୟୋପିକ ଫିଲ୍ମ ‘ତୁଳସୀ ଅପା’ ର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ। ତାଙ୍କ କହିବା ଅନୁସାରେ ଏହା ପୂର୍ବରୁ ନିର୍ମାଣ କରାଯାଇଥିବା ହରର ସିରିଅଲ ବା ଫିଲ୍ମ ଭଳି ଏହା ନୁହେଁ,ଏହା କେବଳ ମନର ଭୟକୁ ନେଇ ନିର୍ମାଣ କରାଯାଇଛି । ନିହାତି ଭାବରେ ଏହା ଏକ ଭିନ୍ନ ପୟାସ ଏବଂ ଦର୍ଶକ ଏହାକୁ ପସନ୍ଦ କରିବେ ବୋଲି ନିର୍ଦ୍ଦେଶକ ଆଶା ରଖିଛନ୍ତି ।

#entertainment #ollywood #webseries #thepanicshorts

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon