- ବେତାର ବ୍ୟୁରୋ
ରାୟଗଡା ଓ ବରଗଡ ଜିଲ୍ଲାରେ ମହିଳାଙ୍କ ପାଇଁ ନିଯୁକ୍ତି ସୁଯୋଗ

(ବେତାର ବ୍ୟୁରୋ) ରାୟଗଡା ଜିଲ୍ଲାର ଗୁଣୁପୁର ଆଦର୍ଶ ବିଦ୍ୟାଳୟ(ଛାତ୍ରୀ ନିବାସ) ଓ ବରଗଡ ଜିଲ୍ଲାର ରାଜବୋରାସମ୍ବର ବ୍ଲକ ଅନ୍ତର୍ଗତ ବାନ୍ଦୁପାଲି ଆଦର୍ଶ ବିଦ୍ୟାଳୟ (ଛାତ୍ରୀ ନିବାସ)ର ଚୁକ୍ତିଭିତ୍ତିକ ସହାୟକ ପଦବୀ ଗୁଡିକରେ ନିଯୁକ୍ତି ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଦରଖାସ୍ତ ଆହ୍ଵାନ କରାଯାଇଛି। ଏଥିରେ ଅଧିକାଂଶ ପଦବୀ କେବଳ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ, ଅଳ୍ପକିଛି ପଦବୀ ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ଅଟେ।
ପଦବୀ ସଂଖ୍ୟା
ଉଭୟ ଜିଲ୍ଲାରେ ତତ୍ତ୍ୱାବଧାରକ (ମହିଳା) ପଦ ପାଇଁ ଗୋଟିଏ ପଦ, ମୁଖ୍ୟ ରୋଷେୟା ପଦ ପାଇଁ ଗୋଟିଏ, ସହାୟକ ରୋଷେୟା ପଦ ପାଇଁ ଦୁଇଟି ଓ ଜଗୁଆଳି ତଥା ଝାଡୁଦାର ପଦ ପାଇଁ ଗୋଟିଏ ଲେଖାଏଁ ପଦବୀ ପ୍ରକାଶ ପାଇଛି। ମୁଖ୍ୟ ରୋଷେୟା ଓ ସହାୟକ ରୋଷେୟା ପଦ ପାଇଁ ମହିଳା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ।
ଆବେଦନ ତାରିଖ
ରାୟଗଡା ଜିଲ୍ଲାରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ସେପ୍ଟେମ୍ବର 22 ତାରିଖ ମଧ୍ୟରେ ଆବେଦନ କରିପାରିବେ। ବରଗଡ ଜିଲ୍ଲା ପାଇଁ ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର 24 ପର୍ଯ୍ୟନ୍ତ ରହିଛି।
ଦରମା
ତତ୍ତ୍ଵାବଧାରକ ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.5,000 ଦରମା ଦିଆଯିବ। ସେହିପରି ମୁଖ୍ୟ ରୋଷେୟା ପଦ ପାଇଁ ଟ.3,000, ସହାୟକ ରୋଷେୟା ପଦ ପାଇଁ ଟ.2,500 ଓ ଜଗୁଆଳି ତଥା ଝାଡୁଦାର ପଦ ପାଇଁ ମାସିକ ଟ.3,000 ଦରମା ପ୍ରଦାନ କରାଯିବ।
ବୟସସୀମା
ତତ୍ତ୍ଵାବଧାରକ ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ 40-60ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ମୁଖ୍ୟ ରୋଷେୟା, ସହାୟକ ରୋଷେୟା ପଦ ଓ ଜଗୁଆଳି ତଥା ଝାଡୁଦାର ପଦ ପାଇଁ ପ୍ରାର୍ଥୀଙ୍କ ବାୟସ 21-32ବର୍ଷ ମଧ୍ୟରେ ହୋଇଥିବା ଅବଶ୍ୟକ।
ଶିକ୍ଷାଗତ ଯୋଗ୍ୟତା
ତତ୍ତ୍ଵାବଧାରକ ପଦ ପାଇଁ ପ୍ରାର୍ଥୀ କଳା ଓ ବିଜ୍ଞାନରେ ସ୍ନାତକ ପାସ କରିଥିବା ସହିତ ବି.ଏଡ କରିଥିବା ଆବଶ୍ୟକ ଓ ଦୁଇବର୍ଷର ଅଭିଜ୍ଞତା ଥିବା ଜରୁରୀ। ମୁଖ୍ୟ ରୋଷେୟା ଓ ସହାୟକ ରୋଷେୟା ପଦ ପାଇଁ ପ୍ରାର୍ଥୀ ରନ୍ଧନ କଳା ତଥା ଗ୍ୟାସ ଚୁଲାର ବ୍ୟବହାର ଜାଣିଥିବା ଆବଶ୍ୟକ। ରୋଷେଇ ତାଲିମ ନେଇଥିବା ପ୍ରାର୍ଥୀଙ୍କୁ ଅଗ୍ରାଧୀକାର ଦିଆଯିବ। ଝାଡୁଦାର ଓ ଜଗୁଆଳି ପଦ ପାଇଁ ପ୍ରାର୍ଥୀ ଦଶମ ଶ୍ରେଣୀ ପାସ କରିଥିବା ଆବଶ୍ୟକ।
କିପରି ଆବେଦନ କରିବେ
ଇଚ୍ଛୁକ ପ୍ରାର୍ଥୀ କେବଳ ରେଜିଷ୍ଟର ପୋଷ୍ଟ କିମ୍ବା ସ୍ପିଡ ପୋଷ୍ଟ ମାଧ୍ୟମରେ ଆବେଦନ କରିପାରିବେ। ରାୟଗଡା ଜିଲ୍ଲା ପାଇଁ (ଜିଲ୍ଲା ଶିକ୍ଷାଧିକାରୀ, ରାୟଗଡ଼,ପୋ/ଜି-ରାୟଗଡା, ପିନ-765001) ଠିକଣାରେ ଓ ବରଗଡ ଜିଲ୍ଲା ପାଇଁ (ଜିଲ୍ଲା ଶିକ୍ଷାଧିକାରୀ, ବରଗଡ, ପୋ/ଜି-ବରଗଡ, ପିନ-768028) ଠିକଣାରେ ପଠାଇ ପାରିବେ।
କୌଣସି କାରଣ ନ ଦର୍ଶାଇ ଯେ କୌଣସି ଦରଖାସ୍ତ କିମ୍ବା ସମସ୍ତ ଦରଖାସ୍ତକୁ ରଦ୍ଦ କରିବାର ଅଧିକାର ଉକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କର ରହିଛି।
ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଉକ୍ତ ଜିଲ୍ଲା କାର୍ଯ୍ୟାଳୟର ଅଫିସିଆଲ ୱେବସାଇଟ ଯାଞ୍ଚ କରିପାରିବେ। ବରଗଡ ଜିଲ୍ଲା ପାଇଁ www.bargarh.nic.in ଓ ରାୟଗଡା ଜିଲ୍ଲା ପାଇଁ www.rayagada.nic.in ରେ ଲଗଇନ କରନ୍ତୁ।