• padmabati kund

ବର୍ଷା ଦିନରେ ପୁରୁଷ ଡ୍ରେସକୋଡ଼: ପଢନ୍ତୁ ସେଲିବ୍ରିଟି ଟିପ୍ସ


(ବେତାର ବ୍ୟୁରୋ) ବର୍ଷାଦିନରେ ଭଲ ପୋଷାକ ବା ଡ୍ରେସ ପିନ୍ଧି ନିଜ ସାଙ୍ଗ ମାନଙ୍କ ଆଗରେ ହେଉ ବା କଲେଜରେ ,ନିଜର ଗୁରୁତ୍ବ ବଢାଇବାକୁ କିଏ ବା ନ ଚାହେଁ।ହେଲେ ପ୍ରବଳ ବର୍ଷା ଦିନେ ଏପରି କରିବା ଅସମ୍ଭବ ହେଇପଡ଼େ।ଛତା ଧରି ଗଲେ ଓଦା ହେବାର ସମ୍ଭାବନା ରହିଥାଏ। ସେହିପରି ରେନକୋଟ ପିନ୍ଧିଲେ ଆପଣଙ୍କ ଷ୍ଟାଇଲିଶ ପୋଷାକ ବାହାରକୁ ଦିଶି ନ ଥାଏ। ଆପଣ ଯେଉଁ ଦାମୀ ଜ୍ୟାକେଟ ବା ଜୋତା ବ୍ୟବହାର କରୁଛନ୍ତି ତାହା ବର୍ଷାପାଣିରେ ନଷ୍ଟ ମଧ୍ୟ ହୋଇପାରେ।

ଯଦି ଆପଣ ବି ବର୍ଷାଦିନରେ ଷ୍ଟାଇଲିସ ଦେଖାଯିବାକୁ ଚାହୁଁଞ୍ଛନ୍ତି, ତେବେ ଜାଣିରଖନ୍ତୁ  ଏହା ବିଷୟରେ ସେଲିବ୍ରିଟିମାନେ ପ୍ରସିଦ୍ଧ ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ GQ ମାଗାଜିନକୁ କଣ ମତ ଦେଇଛନ୍ତି।

ହର୍ଷବର୍ଦ୍ଧନ ରାଣେ-ନିଜ ଶରୀର ପାଇଁ ପୋଷାକ

ବଲିଉଡ ଅଭିନେତା ହର୍ଷବର୍ଦ୍ଧନ ରାଣେ ମତରେ, “ ଆପଣ ଯାହାବି ପିନ୍ଧୁଛନ୍ତି, ସେଗୁଡିକ ଆପଣଙ୍କ ଶରୀର ଚର୍ମକୁ ଆରାମ ପ୍ରଦାନ କରୁଥିବା ଦରକାର। ଅନ୍ୟକାହାର ଉପଦେଶକୁ ଅନୁକରଣ କରନ୍ତୁ ନାହିଁ, ନଚେତ ଏହା ଆପଣଙ୍କୁ ଆରାମ ଦେବ ନାହିଁ।“

ଆୟୁଷ୍ମାନ ଖୁରାନା-ଟ୍ରାନ୍ସପାରେଣ୍ଟ ରେନକୋଟ

ବଲିଉଡ ଅଭିନେତା ଓ ଗାୟକ ଆୟୁଷ୍ମାନ ଖୁରାନାଙ୍କ ମତରେ, “ବର୍ଷାଦିନ ପାଇଁ ଏକ ଭଲ ପତଳା ରେନକୋଟ ବ୍ୟବହାର କରନ୍ତୁ, ଏହାଦ୍ଵାରା ଆପଣ ଭିତରେ ପିନ୍ଧିଥିବା ପୋଷାକ ମଧ୍ୟ ବାହାରକୁ ଦେଖାଯାଇପାରିବ।“

କେ.ଏଲ ରାହୁଲ-ଅଧିକ ପୋଷାକ

ଭାରତୀୟ ଷ୍ଟାଇଲିଶ କ୍ରିକେଟର କେ.ଏଲ ରାହୁଲ କହିଛନ୍ତି ଯେ, “ ମୁଁ କେବେବି ମୋ ଷ୍ଟାଇଲ ବଦଳାଇ ନଥାଏ କିନ୍ତୁ ବର୍ଷା ଓ ଶୀତ ଦିନରେ ଅଧିକ ଥଣ୍ଡା ହେବା ଯୋଗୁଁ ଏକରୁ ଅଧିକ ପୋଷାକ ପିନ୍ଧିବାକୁ ପସନ୍ଦ କରେ।“

ଅଲ୍ଲୀ ଫେଜଲ-ଉତ୍ତମ ଜୋତା

ବଲିଉଡ ଅଭିନେତା ଅଲ୍ଲୀ ଫେଜଲ ବର୍ଷାଦିନରେ ଷ୍ଟାଇଲିଶ ଦେଖାଯିବା ପାଇଁ କୁହନ୍ତି ଯେ, “ ବର୍ଷାଦିନରେ କେବଳ ନିଜର ଜୋତାକୁ ନେଇ ସଚେତନ ରୁହନ୍ତୁ, ବାକି ସବୁ ଠିକ ରହିବ। ଠୋପାଏ ପଣି ଅନ୍ୟକିଛି ବିଗାଡି ପାରିବନି (କିନ୍ତୁ ଜୋତା ନଷ୍ଟ କରିଦେବ)।“

ଗୌରବ ଗୁପ୍ତା-ଷ୍ଟାଇଲିଶ ରେନକୋଟ

ଫ୍ୟାଶନ ଡିଜାଇନର ଗୌରବ ଗୁପ୍ତାଙ୍କ ମତରେ, “ବର୍ଷାଦିନରେ ଷ୍ଟାଇଲିଶ ଦେଖାଯିବା ପାଇଁ ଓ ଆରାମ ପାଇଁ ରେନକୋଟ ନିହାତି ବ୍ୟବହାର କରନ୍ତୁ।“

#FASHION #celebrity #rainyday #malefashion

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon