• padmabati kund

ଅଜୟ ଦେବଗନଙ୍କ ଆଗାମୀ କମେଡି ଫିଲ୍ମ "ତୁର୍ରମ ଖାନ"


(ବେତାର ବ୍ୟୁରୋ) ବଲିଉଡ ଫିଲ୍ମ ନିର୍ମାତା ହଂସଲ ମେହେତାଙ୍କ ଏକ କମେଡି ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଏହି କମେଡି ଫିଲ୍ମର ନାମ ରହିଛି “ତୁର୍ରମ ଖାନ”।ଏହି ଫିଲ୍ମର ସୁଟିଙ୍ଗ ଆସନ୍ତା ନଭେମ୍ବର ମାସରେ ଆରମ୍ଭ ହେବ ବୋଲି ଜଣାପଡିଛି।

ଏନେଇ ଫିଲ୍ମର ନିର୍ମାତା ହଂସଲ ମେହେତା ଟ୍ଵିଟ କରି ଜଣାଇଛନ୍ତି। ସେ ଟ୍ଵିଟ କରି ଲେଖିଛନ୍ତି ଯେ,” ଲବ ରଞ୍ଜନଙ୍କ ସହିତ ଏହି କମେଡି ଫିଲ୍ମ ତିଆରି କରାଯାଉଥିବାରୁ ମୁଁ ବହୁତ ଖୁସି। ରାଜ କୁମାର ରାଓ ('ସ୍ତ୍ରୀ' ଫିଲ୍ମ ନାୟକ)ଙ୍କ ମୁଁ ଆଗରୁ ବହୁତ ଫିଲ୍ମ କରିଛି। ଏହାସହିତ ନୁସରତଙ୍କ ସହିତ ପ୍ରଥମ ଥର ପାଇଁ ମୁଁ ଫିଲ୍ମ କରିବାକୁ ଯାଉଛି, ଏନେଇ ମଧ୍ୟ ବହୁତ ଖୁସି ଅଛି ଓ ମୁଁ ତାଙ୍କର ପୁରୁଣା କାମ ମଧ୍ୟ ଦେଖିଛି।ଏହି ଫିଲ୍ମର ପ୍ରଯୋଜନା କରିବେ ଅଜୟ ଦେବଗନ, ଲୁବ ରଞ୍ଜନ ଓ ଅଙ୍କୁର ଗର୍ଗ।“

ରାଜକୁମାର ରାଓ ଓ ନୁସରତ ଭରୁଚାଙ୍କ ଅଭିନୀତ ପ୍ରଥମ ଫିଲ୍ମ ‘ଲଭ,ସେକ୍ସ ଅର ଧୋକା’ ୨୦୧୦ ମସିହାରେ ରିଲିଜ ହୋଇଥିଲା। ସେତେବେଳେ ରାଜକୁମାର ଓ ନୁସରତଙ୍କୁ ବଲିଉଡରେ ସେତେଟା ଜାଣିନଥିଲେ। କିନ୍ତୁ ଆଠ ବର୍ଷ ମଧ୍ୟରେ ଉଭୟ ବହୁତ ଫିଲ୍ମ କରି ନିଜର ପ୍ରତିଭା ଦେଖାଇ ସାରିଛନ୍ତି। ନୁସରତ ଭରୁଚାଙ୍କ ଅଭିନୀତ ଫିଲ୍ମ ‘ସୋନୁ କେ ଟିଟୁ କି ସ୍ଵୀଟି’ ମଧ୍ୟ ବକ୍ସ ଅଫିସରେ ଖୁବ ଭଲ ରୋଜଗାର କରିଥିଲା।

ଫିଲ୍ମ ବିଷୟରେ ରାଜକୁମାର ରାଓ କହିଛନ୍ତି ଯେ, “ ତୁର୍ରମ ଖାନ ଏକ କମେଡି ଫିଲ୍ମ ଅଟେ ଓ ଏଥିରେ ମୋ ଚରିତ୍ର ବହୁତ ଭଲ ରହିଛି। ମୋର ହଂସଲ ସାରଙ୍କ ଉପରେ ଖୁବ ଭରସା ରହିଛି ଓ ନୁସରତ ସହିତ ପୁଣି ଥରେ କାମ କରିବାରେ ଖୁସିର କଥା।“ ଏହାସହିତ ନୁସରତ ମଧ୍ୟ ଏହି ଫିଲ୍ମକୁ ନେଇ ବହୁତ ଆଶାବାଦୀ ଅଛନ୍ତି।

ଏହି ଫିଲ୍ମରେ ଅଜୟ ଦେବଗନ ନିଜେ ଅଭିନୟ କରିବେ କି ନାହିଁ ସେକଥା ସ୍ପଷ୍ଟ ହେଇନାହିଁ, ତେବେ ସେଏହାର ପ୍ରଯୋଜନା କରିବେ ବୋଲି ସ୍ଥିର କରିଛନ୍ତି।

#entertainment #bollywood #turramkhan

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon