• padmabati kund

କେଶଝଡା, ପେଟ ଖରାପ ପାଇଁ ଅତି ଉପକାରୀ ଏହି ପତ୍ର


(ବେତାର ବ୍ୟୁରୋ) ପ୍ରତ୍ୟେକ ଭାରତୀୟଙ୍କ ଘରେ ଖାଦ୍ୟରେ ଛୁଙ୍କ ଲଗାଇବା ପାଇଁ ଭୃଶଙ୍ଗ ପତ୍ରର ବ୍ୟବହାର କରାଯାଇଥାଏ। ଏହାର ଖାଦ୍ୟର ସ୍ଵାଦ ବଢାଇବାରେ ସାହାଯ୍ୟ କରିଥାଏ। ଏହି ପତ୍ରରେ ଥିବା ପୋଷକ ତତ୍ତ୍ଵ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଆୟୁର୍ବେଦରେ ଭୃଶଙ୍ଗ ପତ୍ରକୁ ପେଟ ରୋଗ ପାଇଁ ମହୋଷଧି ବୋଲି ବିବେଚନା କରାଯାଏ। ଏହା ସହିତ କେଶ ଓ ତ୍ଵଚା ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

ପ୍ରତିଦିନ ଖାଲି ପେଟରେ ଉଷୁମ ପାଣି ସହିତ ଭୃଶଙ୍ଗ ପତ୍ର ଖାଇବାଦ୍ଵାରା ଅନେକ ଲାଭ ମିଳିଥାଏ। ଜାଣିରଖନ୍ତୁ ଏହାଦ୍ୱାରା କ'ଣ ଲାଭ ମିଳିଥାଏ।

୧. ପାଚନ କ୍ରିୟା ସଠିକ ରଖିଥାଏ: ଭୃଶଙ୍ଗ ପତ୍ରରେ ଥିବା ଉପକାରୀ ତତ୍ତ୍ଵ ପେଟ ସମସ୍ୟା ଦୂର କରିବା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହାଦ୍ୱାରା ପାଚନ କ୍ରିୟା ମଧ୍ୟ ସଠିକ ଭାବରେ ହୋଇଥାଏ। ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ ପେଟର ସମସ୍ତ ସମସ୍ୟା ଦୂର କରିଥାଏ।

୨.ତ୍ଵଚା ସଂକ୍ରମଣ ଦୂର କରିଥାଏ: ଏହି ପତ୍ରରେ ଆଣ୍ଟି ଅକ୍ସିଡେଣ୍ଟ, ଆଣ୍ଟି ବ୍ୟକ୍ଟେରିଆଲ ଓ ଆଣ୍ଟି ଫଙ୍ଗଲ ଗୁଣ ରହିଥାଏ। ଏହା ତ୍ଵଚାକୁ ବିଭିନ୍ନ ସଂକ୍ରମଣରୁ ଦୂରେଇ ରଖିଥାଏ।

୩.ଦୃଷ୍ଟି ଶକ୍ତି ପ୍ରଖର କରିଥାଏ: ଏହି ପତ୍ରରେ ଅଧିକ ମାତ୍ରାରେ ଭିଟାମିନ-ଏ ରହିଥାଏ, ଯାହାକି ଆଖି ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ। ଭିଟାମିନ-ଏ ର ଅଭାବରେ ଅନ୍ଧାରକଣା ରୋଗ ହୋଇଥାଏ। ଭୃଶଙ୍ଗା ପତ୍ର ଖାଲି ପେଟରେ ଖାଇବା ଦ୍ଵାରା ଦୃଷ୍ଟି ଶକ୍ତି ପ୍ରଖର ହୋଇଥାଏ।

୪. ଡାଇରିୟାରୁ ଦୂରେଇ ରଖେ: ଭୃଶଙ୍ଗ ପତ୍ରରେ ଥିବା କାର୍ଗୋ ଜୋଲ ଉପାଦାନ ଯୋଗୁଁ ପେଟର ପିତ୍ତ ରୋଗ ଦୂର ହୋଇଥାଏ। ଏହାର ରସ ବାହାର କରି ଦିନକୁ ଦୁଇରୁ ତିନି ଥର ପିଇବା ଦ୍ଵାରା ଡାଇରିୟାରୁ ମଧ୍ୟ ଉପଶମ ମିଳିଥାଏ।

୫.କେଶ ବଢିବାରେ ସାହାଯ୍ୟ କରେ: ଭୃଶଙ୍ଗ ପତ୍ରରେ ଥିବା ପୋଷକ ତତ୍ତ୍ଵ ଯୋଗୁଁ ଏହା କେଶକୁ ଧଳା ହେବାରୁ ରକ୍ଷା କରେ ଓ କେଶ ଝଡିବା ବନ୍ଦ କରି କେଶକୁ ବଢିବାରେ ସାହାଯ୍ୟ କରେ। ଏହା ସହିତ ରୂପୀ ସମସ୍ୟା ମଧ୍ୟ ଦୂର କରେ।

୬.ଓଜନ କମ କରିବାରେ ସାହାଯ୍ୟ କରେ: ଖାଲିପେଟରେ ଏହି ପତ୍ର ଖାଇବା ଦ୍ଵାରା ଓଜନ କମ ହୋଇଥାଏ। ଏଥିପାଇଁ ୧୦ ରୁ ୨୦ଟି ଭୃଶଙ୍ଗ ପତ୍ରକୁ ସିଝାଇ ଏହାକୁ ଥଣ୍ଡା କରିବାକୁ ଦିଅନ୍ତୁ। ଏହାପରେ ଏଥିରେ ଲେମ୍ବୁ ରସ ଓ ମହୁ ମିଶାଇ ପିଅନ୍ତୁ। ଏହାକୁ ପ୍ରତିଦିନ ଖାଲି ପେଟରେ ପିଅନ୍ତୁ।

#lifestyle #health #curryleaf

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon