• ବେତାର ବ୍ୟୁରୋ

ଜନ୍ମାଷ୍ଟମୀରେ ପତ୍ନୀ ଆମିଷ ବର୍ଗର ଖାଇବାରୁ ଆଇପିଏସ ଅଧିକାରୀ ବିଷ ଖାଇଲେ


(ବେତାର ବ୍ୟୁରୋ) ବୈବାହିକ ଜୀବନରେ ଝଡ ସୃଷ୍ଟି ହୋଇ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା କାରଣରୁ ପାଞ୍ଚଦିନ ତଳେ ବିଷପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା କାନପୁରର ଆଇପିଏସ ଅଧିକାରୀ ସୁରେନ୍ଦ୍ର ଦାସଙ୍କ ରବିବାର ଦିନ ମୃତ୍ୟୁ ଘଟିଛି। ତେବେ ଜନ୍ମାଷ୍ଟମୀ ଦିନ ତାଙ୍କ ପତ୍ନୀ ଆମିଷ ବର୍ଗର ଖାଇଥିବାରୁ ପତିପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥିଲା।

ସୂଚନା ମୁତାବକ, ସୁରେନ୍ଦ୍ରଙ୍କ ବୈବାହିକ ଜୀବନରେ ଆଗରୁ ଅଶାନ୍ତି ଲାଗିରହିଥିଲା। ପତିପତ୍ନୀଙ୍କ ମଧ୍ୟରେ ଅଧିଙ୍କାଂଶ ସମୟରେ କଳିଝଗଡା ହେଉଥିଲା। ଜନ୍ମାଷ୍ଟମୀ ପରି ଏକ ପବିତ୍ର ତିଥିରେ ପତ୍ନୀଙ୍କର ଆମିଷ ବର୍ଗର ଖାଇବାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଅତି ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ପରେ ସୁରେନ୍ଦ୍ର ସଲଫାସ ଖାଇଦେଇଥିଲେ। ଫରେନ୍ସିକ ଟିମ ତାଙ୍କ ଘରୁ ସଲଫାସର ତିନୋଟି ପଉଚ ଜବତ କରିଥିଲେ।      

ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୁରେନ୍ଦ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଶନିବାର ଦିନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ବିଗିଡି ଯାଇଥିଲା। ତେଣୁ ଶନିବାର ତାଙ୍କର ଅସ୍ତ୍ରୋପଚାର କରଯାଇଥିଲା ଓ ଏହା ସଫଳ ମଧ୍ୟ ହୋଇଥିଲା। ଏହାସତ୍ତ୍ଵେ ମଧ୍ୟ ରବିବାର ତାଙ୍କର ମୃତ୍ୟୁ ଘଟିଛି।

ବିଷପାନ ଯୋଗୁଁ ସୁରେନ୍ଦ୍ରଙ୍କର ହୃଦୟ ଠିକ ଭାବରେ କାମ କରୁନଥିଲା ବୋଲି କାନପୁର ରିଜେନ୍ସି ହସ୍ପିଟାଲର ସି.ଏମ.ଓ ଡକ୍ଟର ରାଜେଶ ଅଗ୍ରୱାଲ କହିଛନ୍ତି।

ଘଟଣାରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିବା ସହିତ ସୁରେନ୍ଦ୍ରଙ୍କ ପରିବାର ପ୍ରତି ତାଙ୍କର ସମବେଦନା ଜଣାଇଛନ୍ତି। ସେହିଭଳି ଉତ୍ତରପ୍ରଦେଶର ଡି.ଜି.ପି ଓ ପି ସିଂ ମଧ୍ୟ ଟ୍ଵିଟରରେ ଶୋକ ପ୍ରକାଶ କରିବା ସହିତ ସୁରେନ୍ଦ୍ର ଜଣେ ଦାୟିତ୍ଵବାନ ଅଫିସର ଥିଲେ ଓ ତାଙ୍କର ସମସ୍ତ କାର୍ଯ୍ୟକୁ ବେଶ ସଫଳତାର ସହ କରୁଥିଲେ ବୋଲି କହିଛନ୍ତି।

ସୁରେନ୍ଦ୍ରଙ୍କ ପିତା ଭାରତୀୟ ବିମାନ ସେନାରେ କାମ କରୁଥିଲେ ଓ ସୁରେନ୍ଦ୍ର ତାଙ୍କ ମାତାଙ୍କୁ ଗତ 40ଦିନ ହେବ ଦେଖା କରିନଥିଲେ। ମିଳିଥିବା ସୂଚନା ଅନୁଯାୟୀ ସୁରେନ୍ଦ୍ରଙ୍କ ଚିକିତ୍ସା ପାଇଁ ତାଙ୍କ ବ୍ୟାଚ ଆଇପିଏସ ଅଧିକାରୀ ମାନେ 20ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ।         

#crime #burger

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon