- ବେତାର ବ୍ୟୁରୋ
ରାତିସାରା ମୋବାଇଲ ଚାର୍ଜରେ ବସାଉଛନ୍ତି କି? ଜାଣନ୍ତୁ କଣ ହୋଇପାରେ ଅସୁବିଧା

(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ ସ୍ମାର୍ଟଫୋନର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି। ଲଗାତର ଭାବରେ ମୋବାଇଲରେ ମେଲକୁ ଯାଞ୍ଚ କରିବା, ଚାଟିଙ୍ଗ କରିବା, ଗୀତା ଶୁଣିବା, ଭିଡିଓ ଦେଖିବା ଓ ମୋବାଇଲ ଗେମ୍ସ ଖେଳିବା କାରଣରୁ ଏହାର ବ୍ୟାଟେରୀ ଚାର୍ଜ ବହୁତ ଜଲଦି ସରିଯାଇଥାଏ। ଏଥିପାଇଁ ମୋବାଇଲକୁ ଚାର୍ଜ କରିବାକୁ ପଡିଥାଏ। ଅଧିକାଂଶ ଲୋକ ମୋବାଇଲ ରାତିସାରା ଚାର୍ଜ ବସାଇଥାଆନ୍ତି କାରଣ ସକାଳୁ ଉଠିଲା ବେଳକୁ ମୋବାଇଲରେ 100% ଚାର୍ଜ ହୋଇଯାଇଥାଏ।
ତେବେ ଆପଣ ଏକଥା ମଧ୍ୟ ନିହାତି ଜାଣିଥିବେ ଯେ, ରାତିସାରା ମୋବାଇଲକୁ ଚାର୍ଜ ବସାଇବା ମୋବାଇଲ ବ୍ୟାଟେରୀ ପାଇଁ ଭଲ ହୋଇନଥାଏ। ମୋବାଇଲ ସଂପୂର୍ଣ୍ଣ ଭାବରେ ଚାର୍ଜ ହେବା ପାଇଁ ସର୍ବାଧିକ ଦୁଇରୁ ତିନି ଘଣ୍ଟା ସମୟ ଲାଗିଥାଏ। ଏଥିପାଇଁ ରାତିସାରା ମୋବାଇଲକୁ ଚାର୍ଜ କରିବାର ମଧ୍ୟ କିଛି ମାନେ ନଥାଏ।
ମୋବାଇଲ ବ୍ୟାଟେରୀ ତିଆରି କରୁଥିବା କାଡେକ୍ସ ଇଲେକ୍ଟ୍ରୋନିକ୍ସ କମ୍ପାନୀର ଜଣେ ଅଧିକାରୀଙ୍କ ମତରେ, “ମୋବାଇଲ 100% ଚାର୍ଜ ହୋଇସାରିବା ପରେ ଆଉ ଚାର୍ଜ ଗ୍ରହଣ କରିନଥାଏ, ତେଣୁ ମୋବାଇଲ ବ୍ୟାଟେରୀ ରାତିସାରା ଚାର୍ଜ ହେଉଥିଲେ କିଛି ଚିନ୍ତିତ ହେବାର ନାହିଁ।“
ତଥାପି ରାତିସାରା ମୋବାଇଲ ଚାର୍ଜ ବସିବା ଦ୍ଵାରା ଅନେକ ଅସୁବିଧା ହୋଇଥାଏ। ତେବେ ଜାଣିରଖନ୍ତୁ ସେଗୁଡିକ କଣ କଣ।
୧. ରାତିସାରା ମୋବାଇଲ ଚାର୍ଜ ବସିବା ଦ୍ଵାରା ମୋବାଇଲ ବ୍ୟାଟେରୀର ଅଧିକ ସମୟ ଚାର୍ଜ ରଖିବା କ୍ଷମତା ନଷ୍ଟ ହୋଇଯାଏ।
୨. ଯଦି ଗୋଟିଏ ବର୍ଷ ମଧ୍ୟରେ ତିନିରୁ ଚାରି ମାସ ପର୍ଯ୍ୟନ୍ତ ମୋବାଇଲ ରାତିସାରା ଚାର୍ଜ ବସୁଥାଏ ତେବେ ଏହା ବ୍ୟାଟେରୀ ଉପରେ ପ୍ରଭାବ ପକାଇଥାଏ।
୩. ଅଧିକାଂଶ ଲୋକ ମୋବାଇଲ ବ୍ୟାଟେରୀ ୦% ହେବାପରେ ଚାର୍ଜ ବସାଇଥାଆନ୍ତି। ଏପରି କରିବା ଦ୍ଵାରା ବ୍ୟାଟେରୀର କ୍ଷମତାରେ ହ୍ରାସ ହୋଇଥାଏ। ମୋବାଇଲ ବ୍ୟାଟେରୀ ୩୫%-୪୦% ହୋଇଥିବା ସମୟରେ ଚାର୍ଜ କରିନିଅନ୍ତୁ।
୪.ମୋବାଇଲ ଫୋନକୁ ଚାର୍ଜ କରିବା ପୂର୍ବରୁ ଏହାର କଭରକୁ ଖୋଲି ଦିଅନ୍ତୁ।