• ବେତାର ବ୍ୟୁରୋ

ସାପ୍ତାହିକ ରାଶିଫଳ : ଜାଣନ୍ତୁ କେଉଁ ରାଶିର ରହିଛି ଦୂରଯାତ୍ରା ଯୋଗ


(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

ମେଷ: କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ସହିତ ଝଗଡା ହୋଇପାରେ। କଥାବାର୍ତ୍ତା ସମୟରେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଭାଗୀଦାରି ବ୍ୟବସାୟରେ ଲାଭ ପାଇବେ। ପରିବାର ମଧ୍ୟରେ ବିବାଦ ଦେଖାଦେଇପାରେ। ଆୟ ସହିତ ବ୍ୟୟ ସମାନ ରହିବ। 

ବୃଷ: ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ବ୍ୟୟରେ ବୃଦ୍ଧି ଘଟିପାରେ। କର୍ମକ୍ଷେତ୍ରରେ ସଫଳତା ପାଇଁ ଅଧିକ ପରିଶ୍ରମ କରନ୍ତୁ। ଛାତ୍ରଛାତ୍ରୀମାନଙ୍କୁ ପରିଶ୍ରମର ସୁଫଳ ମିଳିବ। କାହା ସହିତ ଅଯଥାରେ ଝଗଡା କରନ୍ତୁ ନାହିଁ।

ମିଥୁନ: ପରିବାର ଓ ବ୍ୟବସାୟ ମଧ୍ୟରେ ସନ୍ତୁଳନ ରକ୍ଷା କରନ୍ତୁ। କର୍ମକ୍ଷେତ୍ରରେ ପଦୋନ୍ନତି ହେବ। ନୂତନ ସୁଯୋଗ ପାଇବେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ବିଦ୍ୟାର୍ଥୀମାନଙ୍କ ପାଇଁ ସମୟ ବହୁତ ଭଲ ରହିବ ଓ ପରିଶ୍ରମର ସୁଫଳ ପାଇବେ।

କର୍କଟ: ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଘର ପାଇଁ ନୂତନ ଦ୍ରବ୍ୟ କିଣିବେ। କର୍ମକ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିବେ। ଉଚ୍ଚ ଅଧିକାରୀଙ୍କ ଠାରୁ ପ୍ରଶଂସିତ ହେବେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆଗରୁ ଦୁଇଥର ଭାବନ୍ତୁ।

ସିଂହ: କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ। ଚାକିରୀରେ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଏହା ଉପଯୁକ୍ତ ସମୟ ଅଟେ। ପରିବାର ମଧ୍ୟରେ ବିବାଦ ଦେଖା ଦେଇପାରେ। ଜମିବାଡି ବିବାଦ ଠାରୁ ଦୂରେଇ ରୁହନ୍ତୁ।

କନ୍ୟା: ଦୁରସ୍ଥାନକୁ ଅଫିସ କାର୍ଯ୍ୟ ପାଇଁ ଯାତ୍ରା କରିବେ ଓ ଉକ୍ତ କାର୍ଯ୍ୟରେ ସଫଳ ମଧ୍ୟ ହେବେ। ବ୍ୟୟରେ ବୃଦ୍ଧି ଘଟିବ। ଘରେ କୌଣସି ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ଛାତ୍ରଛାତ୍ରୀମାନଙ୍କୁ ସଫଳତା  ପାଇଁ ପରିଶ୍ରମ କରିବାକୁ ପଡିବ।

ତୁଳା: ଅର୍ଥ ଆୟ କରିବାର ଅନେକ ସୁଯୋଗ ଆସିବା, କୌଣସି ସୁଯୋଗକୁ ହାତଛଡା କରିବାକୁ ଦିଅନ୍ତୁ ନାହିଁ। ସ୍ୱାସ୍ଥ୍ୟରେ ଅବନତି  ଦେଖାଦେବ। ସନ୍ତାନଙ୍କ କାର୍ଯ୍ୟ ପାଇଁ ଗର୍ବ ଅନୁଭବ କରିବେ। ଛାତ୍ରଛାତ୍ରୀମାନେ ପରିଶ୍ରମର ସୁଫଳ ପାଇବେ।

ବିଛା: ଆର୍ଥିକ ସ୍ଥିତି ପ୍ରତି ସଚେତନ ରୁହନ୍ତୁ। ବ୍ୟୟରେ ବୃଦ୍ଧି ଘଟିବ। କର୍ମକ୍ଷେତ୍ରରେ ପରିସ୍ଥିତି  ପୂର୍ବ ଅପେକ୍ଷା ଭଲ ରହିବ। ଉଚ୍ଚଅଧିକାରୀ ଆପଣଙ୍କ କାର୍ଯ୍ୟରେ  ଖୁସି ହେବେ। ପରିବାର ସଦସ୍ୟଙ୍କ ମଧ୍ୟରେ ବିଶୃଙ୍ଖଳା ଦେଖାଦେବ।

ଧନୁ: କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ ଓ ଏହାର ସୁଫଳ ମଧ୍ୟ ପାଇବେ। ପରିବାର ମଧ୍ୟରେ ହସଖୁସିର ବାତାବରଣ ରହିବ। ଯଦି ଆପଣ ବ୍ୟାଙ୍କରୁ କୌଣସି ଋଣ ନେବାକୁ ଚାହୁଁଛନ୍ତି, ତେବେ ଏହା ଉଚିତ ସମୟ ଅଟେ। ସପ୍ତାହ ଶେଷରେ ଦୁରସ୍ଥାନକୁ ଯାତ୍ରା କରିପାରନ୍ତି।

ମକର: ଯଦି ଆପଣ ଦୁରସ୍ଥାନକୁ ଯାତ୍ରା କରୁଥାନ୍ତି, ତେବେ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଯାଆନ୍ତୁ, ନଚେତ ଅସୁବିଧାର ସମ୍ମୁଖୀନ ହେବେ। କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରଶଂସିତ ହେବେ। ସ୍ୱାସ୍ଥ୍ୟରେ ମଧ୍ୟ ଅବନତି ଦେଖାଦେବ।

କୁମ୍ଭ: ହଠାତ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟୟ ବୃଦ୍ଧି ହେବ ଓ ଏହା ଆପଣଙ୍କ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇବ। ଶତ୍ରୁଙ୍କୁ ଜୟ କରିବେ। ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ। ଛାତ୍ରଛାତ୍ରୀମାନଙ୍କୁ ସଫଳତା  ପାଇଁ ପରିଶ୍ରମ କରିବାକୁ ପଡିବ।

ମୀନ: ଧାର୍ମିକ ମନୋଭାବ ଜାଗ୍ରତ ହେବା ଓ ଧାର୍ମିକ କାର୍ଯ୍ୟରେ ମନ ବଳାଇବେ। ପିତାମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଆୟ ସହିତ ବ୍ୟୟରେ ବୃଦ୍ଧି ଘଟିବ। ଛାତ୍ରଛାତ୍ରୀମାନେ ପାଠପଢାରେ ଅସୁବିଧା ଭୋଗିବେ।          

#astrology #horoscope #weekly

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon