• ବେତାର ବ୍ୟୁରୋ

ଗଞ୍ଜାମ ଜିଲ୍ଲାରେ 36ଟି ଶିକ୍ଷକ ଚାକିରୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି


(ବେତାର ବ୍ୟୁରୋ) ଗଞ୍ଜାମ ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟ ଗୁଡିକରେ ଚୁକ୍ତି ଭିତ୍ତିକ ଶିକ୍ଷା ସହାୟକ ପଦରେ ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯାଇଛି। ଏହି ଚାକିରୀ ଚୁକ୍ତିଭିତ୍ତିକ ଅଟେ।

ପଦବୀ ସଂଖ୍ୟା

ଚୁକ୍ତିଭିତ୍ତିକ ଶିକ୍ଷା ସହାୟକ ପଦରେ ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତିରେ ମୋଟ 36ଟି ପଦ ପ୍ରକାଶ ପାଇଛି।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ସେପ୍ଟେମ୍ବର ମାସ 17 ତାରିଖ ମଧ୍ୟରେ ଆବେଦନ କରିପାରିବେ।

ବୟସସୀମା

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 32ବର୍ଷ ହେବା ଆବଶ୍ୟକ। ଅନୁସୂଚିତ ଜାତି,ଜନଜାତି,ଏସ.ଇ.ବି.ସି,ମହିଳା ଓ ଭୂତପୂର୍ବ ସୈନିକ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ  କୋହଳ କରାଯାଇଥିବା ବେଳେ ଶାରିରୀକ ଭାବେ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 10ବର୍ଷ ପର୍ଯ୍ୟନ୍ତ କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଯୁକ୍ତଦୁଇ କଳା ଓ ବାଣିଜ୍ୟ ସହିତ ସି.ଟି କରିଥିବା ପ୍ରାର୍ଥୀ ଯୁକ୍ତଦୁଇରେ 50% ମାର୍କ ସହିତ ଦୁଇବର୍ଷ ସି.ଟି କିମ୍ବା D.EL.ED କିମ୍ବା NCTEରେ ଦୁଇବର୍ଷ ଡିପ୍ଲୋମା କରିଥିବା ଆବଶ୍ୟକ କିମ୍ବା ଚାରିବର୍ଷ B.EL.ED କିମ୍ବା ସ୍ପେଶାଲ ଏଜୁକେଶନ ଓ ଏଲିମେଣ୍ଟାରି ଏଜୁକେଶନରେ ଡିପ୍ଲୋମା କରିଥିବା ଅବଶ୍ୟକ। ଏହାସହିତ ଓଡିଶା ଟିଚର ଏଲିଜିବିଲିଟି ଟେଷ୍ଟ ପାସ କରିଥିବା ଆବଶ୍ୟକ।

ଗ୍ରାଜୁଏସନ ସହିତ ବି.ଏଡ କରିଥିବା ପ୍ରାର୍ଥୀ ଗ୍ରାଜୁଏସନରେ 50% ମାର୍କ ରଖି ପାସ କରିଥିବା ଆବଶ୍ୟକ ଓ ଓଡିଶା ଟିଚର ଏଲିଜିବିଲିଟି ଟେଷ୍ଟ ପାସ କରିଥିବା ଆବଶ୍ୟକ।

କିପରି ଆବେଦନ କରିବେ

ଆବେଦନ ପତ୍ରକୁ କେବଳ ରେଜିଷ୍ଟର ପୋଷ୍ଟ କିମ୍ବା ସ୍ପିଡ ପୋଷ୍ଟ ମାଧ୍ୟମରେ ପଠାଇ ପାରିବେ। ଏଥିପାଇଁ (District Welfare Office, Ganjam, collectorate, Ganjam chatrapur,pin-761020) ଠିକଣାରେ ପଠାଇ ପାରିବେ।

ଚୟନ ପଦ୍ଧତି

ପ୍ରାର୍ଥୀମାନଙ୍କୁ ସେମାନଙ୍କର ପରୀକ୍ଷାରେ ରଖିଥିବା ମାର୍କ ଅନୁସାରେ ଓ ଲିଖିତ ପରୀକ୍ଷା ମାଧ୍ୟମରେ ଚୟନ କରାଯିବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଗଞ୍ଜାମ ଜିଲ୍ଲା ଅଫିସିଆଲ ୱେବସାଇଟ www.ganjam.nic.in ରେ ଲଗଇନ କରନ୍ତୁ।

#jobs #govtjobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon