• ବେତାର ବ୍ୟୁରୋ

ମଦନିଶାରେ ନିଜ ସାନଭଉଣୀ ସହ ଦୁର୍ବ୍ୟବହାର କରି ଜେଲ ଗଲେ ଯୁବକ


(ବେତାର ବ୍ୟୁରୋ) ଅତିରିକ୍ତ ମଦ୍ୟପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ହେଲେ ଏକଥା ମଧ୍ୟ ସତ ଯେ , ଅତ୍ୟଧିକ ମଦ୍ୟପାନ ଫଳରେ ବ୍ୟକ୍ତି ଅସାମାଜିକ ହେଇଯାଏ । ହିତାହତ ଜ୍ଞାନ ଭୁଲି ନିଜ ପରିବାରର ମହିଳାଙ୍କୁ ଖରାପ ନଜରରେ ଦେଖିଥାଏ । ବିଶ୍ଵାସ ନ ହେଉଥିଲେ ବି ସତ । ଏହିଭଳି ଏକ ଘଟଣା ଘଟିଛି କଟକ ସହରରେ ।

ସୋମବାର ଦିନ ସାରା ଦେଶ ତଥା ରାଜ୍ୟ ଯେତେବେଳେ ଭାରତ ବନ୍ଦ ପାଇଁ ବ୍ୟସ୍ତ ଥିଲା, ସେହିଦିନ ବାଦାମବାଡି ପୋଲିସ ଏକ ମଦ୍ୟପ ଯୁବକଙ୍କୁ ତାଙ୍କ ମା’ଙ୍କ ଅଭିଯୋଗ କ୍ରମେ ଗିରଫ କରି କୋର୍ଟ ଚାଲାଣ କରିଛି ।

ସ୍ତ୍ରୀ ଛାଡି ଚାଲିଯାଇଛନ୍ତି

ଘଟଣାରୁ ଜଣା ପଡିଛି ଯେ, କଟକ ଝାଞ୍ଜିରିମଙ୍ଗଳା ଅଞ୍ଚଳର କିଶନ (28 ବର୍ଷ ) ନାମକ ଜଣେ ଯୁବକ ପେଶାରେ ଅଟୋ ଡ୍ରାଇଭର । ଅଧିକାଂଶ ସମୟରେ ନିଶାରେ ରହୁଥିବାରୁ ତାଙ୍କ ପତ୍ନୀ ଅନେକ ଦିନ ହେବ ତାଙ୍କୁ ଛାଡି ଚାଲିଯାଇଛନ୍ତି । ଏହାପରେ ତାଙ୍କର ନିଶା ସେବନ କରିବା ମାତ୍ରାଧିକ ଭାବେ ବଢିଗଲା । ଅଧିକାଂଶ ସମୟରେ ରାତିରେ ଘରକୁ ମଦ ପିଇ ଫେରନ୍ତି ଓ ନିଜ ମା’ ତଥା 16 ବର୍ଷୀୟ ଭଉଣୀକୁ ଖରାପ ବ୍ୟବହାର ଦେଖାଇଥାନ୍ତି ।

ରବିବାର ଦିନ ରାତିରେ ମଧ୍ୟ ଏହିପରି କିଛି ଘଟିଥିଲା । ସେଦିନ ନିଜ ମା’ ଓ ସାନ ଭଉଣୀକୁ ଅସଦାଚରଣ ଦେଖାଇବା ପରେ ରାତିରେ କେଉଁଆଡେ ଚାଲିଯାଇଥିଲେ । ସୋମବାର ଦିନ ସକାଳେ ଘରକୁ ଫେରି ନିଜ ନାବାଳିକା ଭଉଣୀକୁ ଏକୁଟିଆ ଥିବା ଦେଖି ଜୋର ଜବରଦସ୍ତ ଉଦ୍ୟମ କରିଥିଲେ ଓ ସେ ମନା କରିବାରୁ ନିସ୍ତୁକ ମାଡ ମାରିଥିଲେ । ଏହାପରେ ତାଙ୍କ ପଡୋଶୀମାନେ ଆସି କିଶନକୁ କାବୁ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଶୁଣି ନ ଥିଲା ଓ ନିଶାଶକ୍ତ ଅବସ୍ଥାରେ ନିଜ ଭଉଣୀକୁ ବିବାହ କରିବ ବୋଲି କହିଥିଲା ।

ଏତେ ସବୁ ଘଟଣା ପରେ ଉକ୍ତ ଯୁବକଙ୍କ ମା’ ଆସି ଥାନାରେ ଅଭିଯୋଗ କରିଥିଲେ ଓ ଏହାପରେ ବାଦାମବାଡି ପୋଲିସ କିଶନକୁ ସୋମବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

#crime #odisha

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon