• ବେତାର ବ୍ୟୁରୋ

ଜିଓ ଫୋନ ୨ ର ବିକ୍ରି ଆରମ୍ଭ :ଜାଣନ୍ତୁ କିପରି କରିବେ ଅର୍ଡର


(ବେତାର ବ୍ୟୁରୋ) ଭାରତରେ ଜିଓ ଫୋନର ଚତୁର୍ଥ ସେଲ ଆଜି ଅପରାହ୍ନ 12ଟାରୁ ଆରମ୍ଭ ହୋଇଯାଇଛି। ଜିଓର ଅଫିସିଆଲ ୱେବସାଇଟରେ ଏହାକୁ କିଣିପାରିବେ। ଜିଓ ଫୋନ 2 କମ ମାତ୍ରାରେ ଷ୍ଟକ ହୋଇଥିବାରୁ ଏହାକୁ ଏପରି ଫ୍ଲାସ ସେଲ ମାଧ୍ୟମରେ ବିକ୍ରି କରାଯାଉଛି।

ଜିଓ ଫୋନ 2 ରେ ଦାମୀ ଫୋନ  ବ୍ଲାକ ବେରୀ ଭଳି QWERTY କିପ୍ୟାଡ ରହିଛି ଓ ଏହାସହିତ ଦୁଇଟି ସିମ ମଧ୍ୟ ପକାଇ ପାରିବେ। ଏହି ଫୋନର ବଡ ଡ଼ିସପ୍ଲେ ମଧ୍ୟ ରହିଛି। ଗ୍ରାହକମାନେ ଏହି ହ୍ୟାଣ୍ଡସେଟରେ ଫେସବୁକ, ଗୁଗଲ ଆସିଷ୍ଟାଣ୍ଟ, ଗୁଗଲ ମ୍ୟାପ ଓ ହ୍ଵାଟସଅପ ବ୍ୟବହାର କରିପାରିବେ। ଜିଓର ପ୍ରଥମ ଫିଚର ଫୋନ ପରି ଏହି ଜିଓ ଫୋନ 2 ରେ ମଧ୍ୟ ଟ.49, ଟ.99 ଓ ଟ.153ର ରିଚାର୍ଜ କରିପାରିବେ।ଏହାର ମୂଲ୍ୟ ଟ.2,999 ରହିଛି।

ଏହି ଫ୍ଲାସ ସେଲ ସମୟରେ ଜିଓ ଫୋନ2 କୁ କିପରି କିଣିପାରିବେ ଜାଣିରଖନ୍ତୁ।

. ପ୍ରଥମେ ଜିଓର ଅଫିସିଆଲ ୱେବସାଇଟରେ ଲାଲ ରଙ୍ଗରେ ଲେଖା ହୋଇଥିବା FLASH SALE ବଟମ ଉପରେ କ୍ଲିକ କରନ୍ତୁ। ଏହାପରେ BUY NOW ଅପ୍ସନ ଉପରେ କ୍ଲିକ କରିବେ।

.ଏହାପରେ ଯେଉଁ ସ୍ଥାନରେ ଏହି ଫୋନକୁ ଡେଲିଭରି କରିବାକୁ ଚାହୁଞ୍ଛନ୍ତି  ସେହି ସ୍ଥାନର ପିନକୋଡ ଦେବାକୁ ପଡିବ। ଯଦି ସେହି ସ୍ଥାନକୁ ଡେଲିଭରି କରିବାର ସୁବିଧା ଥାଏ ତେବେ ଏକ ନୂଆ ପେଜ ଓପନ ହେବ।

.ଏହି ପେଜରେ ଆପଣ ନିଜର ନାମ, ଇମେଲ ଠିକଣା, ମୋବାଇଲ ନମ୍ବର ଓ ଘର ଠିକଣା ଦେବାକୁ ପଡିବ।

.ଏହାପରେ ଆପଣ କ୍ରେଡିଟ କାର୍ଡ, ନେଟ ବ୍ୟାଙ୍କିଙ୍ଗ କିମ୍ବା ଜିଓ ମନି ସାହାଯ୍ୟରେ ଏହାର ମୁଲ୍ୟ ପଇଠ କରିପାରିବେ। ଅର୍ଡର କରିବାର ୫-୭ ଦିନ ମଧ୍ୟରେ ଏହା ଆପଣଙ୍କ ପାଖରେ ପହଞ୍ଚିଯିବ।

‘ଫୋନ ପେ’ରେ ରିଚାର୍ଜ କଲେ ମିଳିବ ଟ.୫୦ କ୍ୟାଶବ୍ୟାକ

ଜିଓର ଦ୍ଵିତୀୟ ବାର୍ଷିକୀ ଅବସରରେ ଏହାର ଗ୍ରାହକ ମାନଙ୍କୁ ଅନେକ ନୂଆ ନୂଆ ଅଫର ଭେଟି ଦେଇଛି। ସେହିପରି ଏକ ଅଫର ଲଞ୍ଚ କରାଯାଇଛି, ଜିଓ ଗ୍ରାହକମାନେ ନିଜ ଜିଓ ନମ୍ବରରେ ଟ.୩୦୦ରୁ ଉର୍ଦ୍ଧ୍ଵ ରିଚାର୍ଜରେ ଟ.୫୦ର କ୍ୟାଶବ୍ୟାକ ପାଇପାରିବେ। ଏଥିପାଇଁ ଗ୍ରାହକଙ୍କୁ କେବଳ ‘ଫୋନ ପେ’ରେ ରିଚାର୍ଜ କରିବାକୁ ପଡିବ। କମ୍ପାନୀ ତରଫରୁ ଆଗରୁ ମିଳୁଥିବା ଟ.୫୦ ମୂଲ୍ୟର ଭାଉଚରର ବ୍ୟବହାର କଲେ ଗ୍ରାହକଙ୍କୁ ମୋଟ ଟ.୧୦୦ କ୍ୟାଶବ୍ୟାକ ମିଳିପାରିବ। ଏହି ଅଫର ସେପ୍ଟେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ଅଛି।

#mobile #jiophone2

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon