- padmabati kund
କେଶ ସମସ୍ୟା ପାଇଁ ବିଚଳିତ ? ଜାଣନ୍ତୁ ପାଞ୍ଚ ଟିପ୍ସ

(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ ପରିବେଶରେ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି ଯାହାର ପ୍ରଭାବ ଆମ କେଶ ଉପରେ ମଧ୍ୟ ଦେଖିବାକୁ ମିଳୁଛି । ଏପରିସ୍ଥଳେ ପୁରୁଷମାନଙ୍କୁ ନିଜ କେଶର ଯତ୍ନ ନେବା ନିହାତି ଜରୁରୀ। ଅନେକ ଲୋକ ଏଥିପାଇଁ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାଆନ୍ତି। ଏହାଦ୍ୱାରା କେଶ ଅଧିକ ନଷ୍ଟ ହୋଇଥାଏ। ତେଣୁ ଦାମୀ ପ୍ରସାଧନ ସାମଗ୍ରୀ ନ କିଣି କିପରି ଆପଣ ନିଜ କେଶର ଯତ୍ନ ନେଇପାରିବେ, ସେଥିପାଇଁ ଜାଣିରଖନ୍ତୁ ପାଞ୍ଚଟି ଟିପ୍ସ।
୧. ଭଲ ବ୍ରାଣ୍ଡର ସେରମ ବ୍ୟବହାର କରନ୍ତୁ: ପୁରୁଷ ମାନଙ୍କ ପାଇଁ ଯେତେବେଳେ କେଶର ଯତ୍ନ ନେବା କଥା ଉଠିଥାଏ, ସେତେବେଳେ ସେରମ(SERUM) ମୁଖ୍ୟ ଭୂମିକା ନିଭାଇ ଥାଏ। କେଶକୁ ପୋଷଣ ଯୋଗାଇବା ପାଇଁ ସବୁବେଳେ ଭଲ ବ୍ରାଣ୍ଡର ସେରମ ବ୍ୟବହାର କରନ୍ତୁ। ବିୟରଡୋ ଏବଂ ଉସ୍ତ୍ରା କ୍ୟୁରେଟ ବ୍ରାଣ୍ଡର ସେରମ କେଶ ପାଇଁ ବହୁତ ଭଲ ହୋଇଥାଏ।
୨.କେଶକୁ ଅଧିକ ଧୁଅନ୍ତୁ ନାହିଁ: କଥାରେ ଅଛି ଅତି ଲେମ୍ବୁ ଚିପୁଡିଲେ ପିତା, ଅର୍ଥାତ କୌଣସି କାମକୁ ଅଧିକ କରିବା ଖରାପ ହୋଇଥାଏ। ସେହିପରି କେଶକୁ ଅଧିକ ଧୋଇବା ମଧ୍ୟ ଖରାପ ହୋଇଥାଏ। କିଛି ଲୋକ ଦିନକୁ ଦୁଇରୁ ତିନି ଥର କେଶକୁ ଧୋଇଥାଆନ୍ତି। କେଶର ଯତ୍ନ ନେବା ପାଇଁ ଏହାକୁ ଦିନକୁ ଥରେ ସଫା କରିବା ଯଥେଷ୍ଟ ହୋଇଥାଏ।
୩. କେଶରେ ତେଲ ଲଗାଇବାକୁ କୁଣ୍ଠା କରନ୍ତୁ ନାହିଁ: ଅଧିକାଂଶ ପୁରୁଷ କେଶରେ ତେଲ ଲଗାଇବାକୁ ପସନ୍ଦ କରିନଥାନ୍ତି। କିନ୍ତୁ ତେଲ ଲଗାଇବା ଦ୍ଵାରା କେଶକୁ ଅଧିକ ଲାଭ ମିଳିଥାଏ। ତେଣୁ ଦିନକୁ ଥରେ କେଶରେ ତେଲ ମାଲିସ କରନ୍ତୁ। ଏହା କେଶକୁ ବଢିବାରେ ମଧ୍ୟ ସାହାଯ୍ୟ କରେ।
୪. ଉପଯୁକ୍ତ ଶାମ୍ପୋ ବ୍ୟବହାର କରନ୍ତୁ: କେଶ ଝଡିବା, ରୂପୀ ହେବା, ସିଧା କେଶ ଓ କୁଞ୍ଚିତ କେଶ ପାଇଁ ଅଲଗା ଅଲଗା ସାମ୍ପୋ ମିଳିଥାଏ। ଏହାଦ୍ଵାରା ଭିନ୍ନ ଭିନ୍ନ ଫାଇଦା ମଧ୍ୟ ମିଳିଥାଏ। ସବୁବେଳେ ଆପଣଙ୍କ କେଶ ପାଇଁ ଉପଯୁକ୍ତ ଶାମ୍ପୋକୁ ବ୍ୟବହାର କରନ୍ତୁ।
୫. ହେୟାର ଡ୍ରାୟର ବ୍ୟବହାର କରନ୍ତୁ: ବର୍ତ୍ତମାନ ସମୟରେ ପ୍ରାୟ ପୁରୁଷ ଲମ୍ବା କେଶ ରଖିବାକୁ ପସନ୍ଦ କରୁଛନ୍ତି। ଯଦି ଆପଣ ମଧ୍ୟ ଲମ୍ବା କେଶ ରଖିଛନ୍ତି ତେବେ ଚୁଟି ଧୋଇବାପରେ ଶୁଖାଇବା ପାଇଁ ହେୟାର ଡ୍ରାୟର ବ୍ୟବହାର ନିହାତି କରନ୍ତୁ। ଏହା ଆପଣଙ୍କ ଲମ୍ବା କେଶକୁ ଅଡୁଆ ହେବାକୁ ଦେଇ ନ ଥାଏ। ଅବଶ୍ୟ
ଚୁଟି ଶୁଖାଇବା ପାଇଁ ଆପଣ ଗାମୁଛା ବା ତଉଲିଆର ବ୍ୟବହାର ମଧ୍ୟ କରିପାରିବେ । ତେବେ ଏଥିରେ କେଶ ଉପୁଡିବାର ସମ୍ଭବନା ଥାଏ ।