• ବେତାର ବ୍ୟୁରୋ

ଏହିପରି ରଖନ୍ତୁ ଘରେ ଗଣେଶଙ୍କ ମୂର୍ତ୍ତୀ, ନଚେତ ହେଇପାରେ ଅସୁବିଧା


(ବେତାର ବ୍ୟୁରୋ) ପୁରାଣରେ ଭଗବାନ ଗଣେଶଙ୍କୁ ବିଘ୍ନହର୍ତ୍ତା ବୋଲି କୁହାଯାଇଛି। ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ଘରେ ଗଣେଶଙ୍କୁ ନିୟମିତ ଭାବରେ ପୂଜାର୍ଚ୍ଚନା କରାଯାଏ ସେହି ଘରେ ରିଦ୍ଧି-ସିଦ୍ଧି ଓ ଶୁଭ-ଲାଭ ଲାଗି ରହିଥାଏ। ସେହି ସ୍ଥାନରେ କୌଣସି ଅଶୁଭ ଘଟଣା ଘଟିନଥାଏ ଓ ଦୁଃଖ ଦାରିଦ୍ର୍ୟତା ମଧ୍ୟ ଦେଖାଯାଇନଥାଏ। ଯଦି ଆପଣ ବି ନିଜ ଘରେ ଗଣେଶଙ୍କ ପ୍ରତିମା ରଖି ପୂଜା କରୁଛନ୍ତି ତେବେ ଶୁଭ ଫଳ ପାଇବା ପାଇଁ ଜାଣିରଖନ୍ତୁ କିଛି ବାସ୍ତୁ ଟିପ୍ସ।

. ଗଣେଶଙ୍କର ପ୍ରତିମା’କୁ ସବୁବେଳେ ଘର ବ୍ରହ୍ମ ସ୍ଥାନ, ପୂର୍ବ ଦିଗ ଓ ଉତ୍ତର ଦିଗରେ ରଖି ପୂଜା କରନ୍ତୁ। ଘରର ଦକ୍ଷିଣ ଦିଗ କିମ୍ବା ଦକ୍ଷିଣ-ପଶ୍ଚିମ ଦିଗରେ ଗଣେଶଙ୍କର ପ୍ରତିମା ରଖି ପୂଜା କରନ୍ତୁ ନାହିଁ। ଏହା ଅଶୁଭ ଫଳ ପ୍ରଦାନ କରିଥାଏ।

. ଘରେ ଗଣେଶଙ୍କର ବାମପଟକୁ ଶୁଣ୍ଢ ଥିବା ମୂର୍ତ୍ତୀ ରଖି ପୂଜା କରନ୍ତୁ। ବାମପଟକୁ ଶୁଣ୍ଢ ଥିବା ମୂର୍ତ୍ତୀ ଶୁଭଫଳ ପ୍ରଦାନ କରିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଡାହାଣ ପଟକୁ ଶୁଣ୍ଢ ଥିବା ମୂର୍ତ୍ତୀ ବିଳମ୍ବରେ ପ୍ରସନ୍ନ ହୋଇଥାଆନ୍ତି।

.ଘର ମଧ୍ୟରେ ଗୋଟିଏ ସ୍ଥାନରେ ଦୁଇଟି ଗଣେଶ ମୂର୍ତ୍ତୀ ରଖି ପୂଜା କରନ୍ତୁ ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ ଏହାଦ୍ୱାରା ଘର ଉପରେ ଏହାର ଅଶୁଭ ପ୍ରଭାବ ପଡିଥାଏ। ଯଦି ଘର ମଧ୍ୟରେ ଏକରୁ ଅଧିକ ଗଣେଶଙ୍କ ମୂର୍ତ୍ତୀ ରହିଛି ତେବେ ଏହାକୁ ଅଲଗା ଅଲଗା ସ୍ଥାନରେ ରଖନ୍ତୁ।

.ଘରେ ଥିବା ଗଣେଶଙ୍କ ମୂର୍ତ୍ତୀ ଯଦି ଭାଙ୍ଗିଯାଏ ବା ବେରଙ୍ଗ ହୋଇଯାଏ ତେବେ ଏହାକୁ ପାଣିରେ ଭସାଇ ଦିଅନ୍ତୁ। ଏହା ନକରାତ୍ମକ ପ୍ରଭାବ ପକାଇଥାଏ ଓ ସେହି ସ୍ଥାନରେ ନୂତନ ମୂର୍ତ୍ତୀ ସ୍ଥାପନ କରନ୍ତୁ।

. ଘର ମଧ୍ୟରେ ଗଣେଶଙ୍କର ଫଟୋ ଏପରି ରଖନ୍ତୁ ଯେପରି ଗଣେଶ ଆପଣଙ୍କର ଘର ଆଡକୁ ମୁହଁ କରିଥିବେ। ଯଦି ଗଣେଶଙ୍କର ମୁହଁ ଘରବାହାରକୁ ହୋଇଥାଏ ତେବେ ସେହି ଫଟୋ ପଛପଟେ ଅନ୍ୟଏକ ଗଣେଶଙ୍କ ଫଟୋ ଲଗାନ୍ତୁ, କାରଣ ଗଣେଶଙ୍କର ପୃଷ୍ଠ ଭାଗ ଦୁଃଖ ଦରିଦ୍ରର ବାସସ୍ଥାନ ବୋଲି ବିବେଚନା କରାଯାଏ।

#vastutips #lordganesh

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon