• padmabati kund

ଫିଲ୍ମ 2.0 ଟିଜର : ଅକ୍ଷୟ କୁମାରଙ୍କ ଏଭଳି ରୂପ କେବେ ଦେଖି ନ ଥିବେ


(ବେତାର ବ୍ୟୁରୋ) ତେଲୁଗୁ ସୁପରଷ୍ଟାର ରଜନୀକାନ୍ତ ଓ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ “2.0” କୁ ଦର୍ଶକମାନେ ଖୁବ ଆଗ୍ରହର ସହ ଅପେକ୍ଷା କରିଛନ୍ତି। ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଗଣେଶ ଚତୁର୍ଥୀର ଶୁଭ ଅବସରରେ ଏହି ଫିଲ୍ମର ଟିଜର ରିଲିଜ କରାଯାଇଛି। 2010 ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ରୋବଟ’ର ଏହା ହେଉଛି ଦ୍ଵିତୀୟ ଭାଗ।

ଏହି “2.0” ଫିଲ୍ମର ଟିଜର ରିଲିଜ ହେବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରିଲିଜ ହେବାର ପାଞ୍ଚ ଘଣ୍ଟା ମଧ୍ୟରେ ଏହାକୁ 21ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।

ମୋଟ 1ମିନିଟ 31 ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ସହରର ସମସ୍ତ ଲୋକଙ୍କର ମୋବାଇଲକୁ ଖଳନାୟକ ନିଜ ଚୁମ୍ବକୀୟ ଶକ୍ତି ସାହାଯ୍ୟରେ ନିଜ ପାଖକୁ ଟାଣି ନେଇଯାଉଛି ଓ ଚିଲ ରୂପରେ ଆସି ସହରରେ ଆତଙ୍କ ସୃଷ୍ଟି କରୁଛି। ଏହି ଶକ୍ତିଶାଳୀ ଖଳନାୟକ ସହ ଲଢିବା ପାଇଁ ଡ.ବଶୀକରଣ ‘ଚିଟ୍ଟୀ’ ରୋବଟକୁ ଡାକିଛନ୍ତି। ତେବେ ଲୋକଙ୍କ ପାଖରୁ ମୋବାଇଲ ଫୋନ ଚୋରି ହେବାର କାରଣ କଣ ଏହା ଫିଲ୍ମ ରିଲିଜ ହେବାପରେ ଜଣାପଡିବ।

ଏଥିରେ ପ୍ରଥମଥର ପାଇଁ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କୁ ଏକାଠି ଅଭିନୟ କରୁଥିବାର ଦେଖିବାକୁ ମିଳିବ। ଅକ୍ଷୟ କୁମାର ଏହି ଫିଲ୍ମ ଜରିଆରେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହାବ୍ୟତୀତ ଆମି ଜ୍ୟାକ୍ସନ, ସୁଧାଂଶୁ ପାଣ୍ଡେ ଆଦିଲ ହୁସେନ ମଧ୍ୟ ଅଭିନୟ କରିଛନ୍ତି।

ଏକ ନମ୍ବର ଭିଡିଓ

ଗୁରୁବାର ମଧ୍ୟାହ୍ନ ସୁଦ୍ଧା ଏହି ଫିଲ୍ମର ଟିଜର ୟୁ ଟ୍ୟୁବରେ ଏକ ନମ୍ବର ଭିଡିଓ ହିସାବରେ ଟ୍ରେଣ୍ଡ କରୁଥିଲା ଓ ପ୍ରତି ମିନିଟ କୁ ଏହାର ହାରାହାରି ଏକ ଲକ୍ଷ ଲୋକ ଦେଖୁଥିଲେ ।

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏସ. ଶଙ୍କର ଓ ସଙ୍ଗୀତ ଦେଇଛନ୍ତି ଏ.ଆର. ରେହମାନ। ଏହାର ଟିଜର ତେଲୁଗୁ ଓ ତାମିଲ ଭାଷାରେ ମଧ୍ୟ ରିଲିଜ କରାଯାଇଛି। ଏହି ଫିଲ୍ମଟିର ବଜେଟ ମୋଟ 550 କୋଟି ରହିଛି ଓ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସବୁଠାରୁ ଅଧିକ ବଜେଟରେ ତିଆରି ହୋଇଥିବା ଫିଲ୍ମ।

ଫିଲ୍ମଟି ଆସନ୍ତା ନଭେମ୍ବର ମାସ 29 ତାରିଖରେ ରିଲିଜ ହେବ ଓ ଏହାର ଲୋକପ୍ରିୟତାକୁ ଦେଖି ଅନୁମାନ କରାଯାଇପାରେ ଯେ ପ୍ରଥମ ଦିନରେ ଏହି ଫିଲ୍ମ 100କୋଟି ରୋଜଗାର କରିପାରେ।

#entertainment #bollywood #20 #teaser

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon