• ବେତାର ବ୍ୟୁରୋ

ଜାଣନ୍ତୁ : ଷ୍ଟାଫ ସିଲେକ୍ସନ କମିଶନ ତରଫରୁ 1,141 ପଦ ପାଇଁ  ନିଯୁକ୍ତି  ବିଜ୍ଞପ୍ତି


(ବେତାର ବ୍ୟୁରୋ) କେନ୍ଦ୍ରୀୟ ଷ୍ଟାଫ ସିଲେକ୍ସନ କମିଶନ (SSC) ତରଫରୁ  ଟେକ୍ନିକାଲ ଅପରେଟର, ଆସିଷ୍ଟାଣ୍ଟ, ଜେ.ଇ ଓ ଅନ୍ୟାନ୍ୟ ଖାଲି ଥିବା ପଦବୀରେ ନିଯୁକ୍ତି ପାଇଁ ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯାଇଛି।

ପଦବୀ ସଂଖ୍ୟା

ମୋଟ 1,141ଟି ପଦବୀରେ ନିଯୁକ୍ତି କରାଯିବ ବୋଲି ଏହି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ଆବେଦନ ତାରିଖ

ଆଗ୍ରହୀ ପ୍ରାର୍ଥୀ ଏହାକୁ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ସେପ୍ଟେମ୍ବର 5 ତାରିଖରୁ ଏହାର ଅନଲାଇନ ଆବେଦନ ତାରିଖ ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର 30 ତାରିଖ ମଧ୍ୟରେ ଆବେଦନ କରିପାରିବେ।

ଦରମା

ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଅନୁଷ୍ଠାନର ନିୟମ ଅନୁସାରେ ଦରମା ପ୍ରଦାନ କରାଯିବ।

ବୟସସୀମା

ଆବେଦନ କରିବା ପ୍ରାର୍ଥୀଙ୍କ ବୟସ 18 ବର୍ଷରୁ 40 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା ପାଞ୍ଚ ବର୍ଷ କୋହଳ କରାଯାଇଥିବା ବେଳେ ଓ.ବି.ସି ପ୍ରାର୍ଥୀଙ୍କ ପାଇଁ ତିନି ବର୍ଷ ଓ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ 10ବର୍ଷ କୋହଳ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା

ଆବେଦନ କରିବା ପାଇଁ ପ୍ରାର୍ଥୀ ଦଶମ , ଯୁକ୍ତ ଦୁଇ ଓ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ।

ଆବେଦନ ଫି

ଆଗ୍ରହୀ ପ୍ରାର୍ଥୀ ଆବେଦନ ଫି ବାବଦକୁ SBI ଚାଲାଣ ମାଧ୍ୟମରେ ଟ.100ର ଚାଲାଣ କାଟିବାକୁ ପଡିବ। ଗୋଟିଏ ପଦରୁ ଅଧିକ ପଦ ପାଇଁ ଆବେଦନ କଲେ ପଦବୀ ସଂଖ୍ୟା ଅନୁସାରେ ଚାଲାଣ କାଟିବାକୁ ପଡିବ।

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ ଷ୍ଟାଫ ସିଲେକ୍ସନ କମିଶନର ଅଫିସିଆଲ ୱେବସାଇଟ www.ssc.nic.in ରେ ଲଗଇନ କରିବେ। ଏହାପରେ career sectionରେ କ୍ଲିକ କରିବେ। ଏହାପରେ “SSC Recruitment 2018 for Phase VI Selection Posts“ରେ କ୍ଲିକ କରି ଆବେଦନ ଫର୍ମ ପୂରଣ କରିବେ। ଆବେଦନ ଫି ଦେଇ ଫର୍ମକୁ ପଇଠ କରିବେ। ଏହାର ଏକ ପ୍ରିଣ୍ଟ ବାହାର କରି ମଧ୍ୟ ରଖିନେବେ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅନ୍ୟାନ୍ୟ ଆବଶ୍ୟକୀୟ ବିବରଣୀ ପାଇଁ  www.ssc.nic.in କିମ୍ବା www.sssonline.nic.in ରେ ଲଗଇନ କରନ୍ତୁ।

#jobs #govtjobs #staffselectioncommision

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon