• ବେତାର ବ୍ୟୁରୋ

ଏହି ପାଞ୍ଚଟି ଉପାୟ ପାଳନ କଲେ ଆଉ ହେବନି ମୁଖ ଦୁର୍ଗନ୍ଧ


(ବେତାର ବ୍ୟୁରୋ) ମୁଖରୁ ଦୁର୍ଗନ୍ଧ ହେବା ସମସ୍ୟା ଅନେକ ଲୋକଙ୍କ ପାଖରେ ଦେଖାଯାଇଥାଏ। ଏଥିପାଇଁ ଲୋକମାନେ ପାଖରେ ବସି କଥା ହେବାକୁ ପସନ୍ଦ କରିନଥାନ୍ତି। ଏହି ସମସ୍ୟାକୁ ଦୂରେଇ ରଖିବା ପାଇଁ ଅଧିକାଂଶ ଲୋକ କଥା ହେବା ସମୟରେ ମିଣ୍ଟ କିମ୍ବା ଚୁଇଁଗମ ମଧ୍ୟ ଚୋବାଇଥାଆନ୍ତି।

କଥା ହେବା ସମୟରେ ଆପଣଙ୍କ ମୁହଁରୁ ଦୁର୍ଗନ୍ଧ ବାହାରୁଛି କି ନାହିଁ ଜାଣିବା ପାଇଁ ହାତର ପାପୁଲିର ତଳ ଭାଗକୁ ଜିଭରେ ଦୁଇ ଥର ଚାଟନ୍ତୁ। ସେହି ସ୍ଥାନଟି ଶୁଖିଯିବା ପରେ ନିଜେ ଶୁଙ୍ଘନ୍ତୁ, ତେବେ ଜାଣିପାରିବେ ଯେ ଆପଣଙ୍କ ମୁହଁରୁ ଦୁର୍ଗନ୍ଧ ଆସୁଛି କି ନାହିଁ। ଯଦି ଆପଣ ମଧ୍ୟ ଏହିପରି ସମସ୍ୟା ଭୋଗୁଛନ୍ତି ତେବେ ଏହାକୁ ଦୂର କରିବା ପାଇଁ ଜାଣିରଖନ୍ତୁ କିଛି  ସହଜ ଉପାୟ।

. ମୁଖ ଗନ୍ଧକୁ ଦୂର କରିବା ପାଇଁ ଦିନକୁ ନିହାତି ଭାବରେ ଦୁଇଥର ବ୍ରଶ କରନ୍ତୁ। ଏହା ଅତି ସାଧାରଣ କଥା ଅଟେ, କିନ୍ତୁ ଅଧିକାଂଶ ଲୋକ ଏହାକୁ ପାଳନ କରିନଥାଆନ୍ତି। ମୁଖ ଦୁର୍ଗନ୍ଧର ମୁଖ୍ୟ କାରଣ ଏକ ପ୍ରକାର ବ୍ୟାକ୍ଟେରିଆ ହୋଇଥାଏ। ପ୍ରତିଦିନ ଦୁଇଥର ବ୍ରଶ କରିବା ଦ୍ଵାରା ମୁହଁରୁ ଏହି ବ୍ୟାକ୍ଟେରିଆ ଦୂର ହୋଇଥାଏ ଓ ଗନ୍ଧ ମଧ୍ୟ ଦୂର ହୋଇଥାଏ।

.ପ୍ରତ୍ୟେକ ଦିନ ବ୍ରଶ କରିବା ସହିତ ଜିଭକୁ ଭଲଭାବରେ ସଫା କରିବା ମଧ୍ୟ ଜରୁରୀ ହୋଇଥାଏ। ଜିଭକୁ ଭଲ ଭାବରେ ସଫା ନକଲେ ଜିଭରେ ରହିଥିବା ବ୍ୟାକ୍ଟେରିଆ ଯୋଗୁଁ ଅଧିକ ଦୁର୍ଗନ୍ଧ ହୋଇଥାଏ।

. ଯଦି ଆପଣ କେବେ ତରବରରେ ଅଛନ୍ତି ଓ ମୁଖ ଦୁର୍ଗନ୍ଧ ଦୂର କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ମାଉଥୱାଶ ମଧ୍ୟ ବ୍ୟବହାର କରିପାରିବେ, କିନ୍ତୁ ଏହା ଅଳ୍ପ ସମୟ ପର୍ଯ୍ୟନ୍ତ କାମ କରିଥାଏ।

. ଅଧିକାଂଶ ଲୋକଙ୍କର ପାଟି ଅଳ୍ପ ସମୟ ବ୍ୟବଧାନରେ ଶୁଖିଲା ଲାଗେ। ଏହାଦ୍ୱାରା ମଧ୍ୟ ମୁଖ ଗନ୍ଧ ହୋଇଥାଏ। ତେଣୁ ଅଧିକ ପରିମାଣର ପାଣି ପିଅନ୍ତୁ। ଏହାସହିତ ସ୍ଵାସ୍ଥ୍ୟକର ଖାଦ୍ୟ ଚୋବାଇ ଚୋବାଇ ଖାଆନ୍ତୁ। ଏହା ଆପଣଙ୍କ ପାଟିରେ ଲାଳ ନିର୍ଗତରେ ସାହାଯ୍ୟ କରେ।

.ଭୋଜନ କରିବାର ଦୁଇରୁ ତିନି ଘଣ୍ଟା ପରେ ଶୁଅନ୍ତୁ। ଖାଦ୍ୟ ଗ୍ରହଣ କରିବା ପରେ ସଙ୍ଗେ ସଙ୍ଗେ ଶୋଇବା ଦ୍ଵାରା ଅମ୍ଳଦୋଷ ଦେଖାଯାଇଥାଏ ଓ ଏହା ମୁଖ ଗନ୍ଧର ଏକ ମୁଖ୍ୟ କାରଣ ହୋଇଥାଏ।

#health #badbreath

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon