• ବେତାର ବ୍ୟୁରୋ

ଘରେ ଅଶାନ୍ତି ଲାଗି ରହୁଥିଲେ ରୋଷେଇ ଘରେ କରନ୍ତୁ ଏହି ପରିବର୍ତ୍ତନ


(ବେତାର ବ୍ୟୁରୋ) ଆମ ସମସ୍ତଙ୍କ ଘରେ ରୋଷେଇ ଘର ଏକ ମୁଖ୍ୟ ସ୍ଥାନ ହୋଇଥାଏ। ଘର ନିର୍ମାଣ ସମୟରେ ବାସ୍ତୁ ନିୟମ ଉପରେ ଗୁରୁତ୍ଵ ଦିଆଯାଉଥିଲେ ମଧ୍ୟ ରୋଷେଇ ଘର ତିଆରି କରିବା ସମୟରେ କେହି ବାସ୍ତୁ ନିୟମ ଉପରେ ଧ୍ୟାନ ଦେଇନଥାଆନ୍ତି। ଯଦି ରୋଷେଇ ଘରେ କିଛି ବାସ୍ତୁ ଦୋଷ ରହିଥାଏ ତେବେ ଏହାର ପ୍ରଭାବ ରୋଷେଇ କରୁଥିବା ବ୍ୟକ୍ତି ସହିତ ସଂପୂର୍ଣ୍ଣ ପରିବାର ଉପରେ ପଡିଥାଏ।

ଏଥିପାଇଁ ରୋଷେଇ ଘର ତିଆରି ସମୟରେ କିଛି ବାସ୍ତୁ ନିୟମ ଉପରେ ଧ୍ୟାନ ଦିଅନ୍ତୁ।

.ରୋଷେଇ ଘର ତିଆରି ପାଇଁ ଘରର ଦକ୍ଷିଣ ଦିଗ ଶୁଭ ହୋଇଥାଏ। ଯଦି କୌଣସି କାରଣ ବଶତଃ ଦକ୍ଷିଣ ଦିଗରେ ରୋଷେଇ ଘର ହୋଇନପାରେ ତେବେ ଉତ୍ତର-ପଶ୍ଚିମ କୋଣରେ ମଧ୍ୟ ରୋଷେଇ ଘର କରିପାରିବେ।

.ରୋଷେଇ ଘରର ଚୁଲି ସବୁବେଳେ ପୂର୍ବ ଦିଗକୁ ରଖନ୍ତୁ ନାହିଁ। ରୋଷେଇ ଘରକୁ ଏପରି ସ୍ଥାନରେ ରଖନ୍ତୁ ଯେମିତି ସେହି ସ୍ଥାନକୁ ଭଲ ଭାବରେ ଆଲୋକ ଓ ପବନ ଚଳାଚଳ କରୁଥିବ।

. ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘରେ ବସି ଖାଇବା ଉଚିତ ନୁହେଁ। ଏହା ଘର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ସେହିପରି ରାତିର ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ।

.ରୋଷେଇ ଘରକୁ ସବୁବେଳେ ସଫାସୁତୁରା ରଖନ୍ତୁ। ରୋଷେଇ ଘରେ ଅସରପା, ବୁଢିଆଣୀ ଜାଲ କିମ୍ବା ଝିଟିପିଟି ରହିବାକୁ ଦିଅନ୍ତୁ ନାହିଁ। ରୋଷେଇ ଘରେ ଭଙ୍ଗା ଓ ଫଟା ବାସନ ରଖନ୍ତୁ ନାହିଁ। ଏହାଦ୍ଵାରା ଘରେ ଅଶାନ୍ତି ଦେଖାଦେଇ ଥାଏ।

. ରୋଷେଇ ଘରକୁ ଲାଗିକରି ଗାଧୁଆ ଘର ରଖନ୍ତୁ ନାହିଁ। ରୋଷେଇ ଘରକୁ ପ୍ରବେଶ କରିବା ପୂର୍ବରୁ ଗାଧୋଇ କରି ଯାଆନ୍ତୁ। ରାଗିକରି କିମ୍ବା ବିରକ୍ତ ହୋଇ ରୋଷେଇ ଘରକୁ ପ୍ରବେଶ କରନ୍ତୁ ନାହିଁ।

. ରୋଷେଇ ଘର ଅନ୍ଧାର ହୋଇଥିବା ସମୟରେ ଚୁଲା ଲଗାନ୍ତୁ ନାହିଁ। ସେହିପରି ରୋଷେଇ ଘରେ କାନ୍ଦନ୍ତୁ ନାହିଁ, ଏହାଦ୍ଵାରା ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିଥାଏ।

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )

#vastutips #kitchen

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon