• ବେତାର ବ୍ୟୁରୋ

ସାତ ହଜାରରୁ ଅଧିକ ବ୍ୟାଙ୍କ କ୍ଳର୍କ ପରୀକ୍ଷା ପାଇଁ ପ୍ରକାଶ ପାଇଲା IBPS ବିଜ୍ଞପ୍ତି


(ବେତାର ବ୍ୟୁରୋ) ଇନଷ୍ଟିଚ୍ୟୁଟ ଅଫ ବ୍ୟାଙ୍କିଙ୍ଗ ପର୍ସନେଲ ସିଲେକ୍ସନ(IBPS) ତରଫରୁ ଦେଶରେ  ମୋଟ 19ଟି ବ୍ୟାଙ୍କରେ କ୍ଳର୍କ ପଦରେ ନିଯୁକ୍ତି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀ ଏଥିପାଇଁ ଅନଲାଇନରେ ଆବେଦନ କରିପାରିବେ।

ଆବେଦନ ତାରିଖ

ଏହି ପରୀକ୍ଷା ଦେବା ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ସେପ୍ଟେମ୍ବର 18 ତାରିଖରୁ ଅକ୍ଟୋବର 10 ତାରିଖ ମଧ୍ୟରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଇନଷ୍ଟିଚ୍ୟୁଟ ଅଫ ବ୍ୟାଙ୍କିଙ୍ଗ ପର୍ସନେଲ ସିଲେକ୍ସନ (IBPS) ତରଫରୁ ଏହି ପରୀକ୍ଷା ମୋଟ 7,260ଟି ପଦରେ ନିଯୁକ୍ତି ପାଇଁ ହେବ।

ବୟସସୀମା

ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ସେପ୍ଟେମ୍ବର 1 ତାରିଖ ସୁଦ୍ଧା ସର୍ବନିମ୍ନ 20 ବର୍ଷ ଓ ସର୍ବାଧିକ 28ବର୍ଷ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା ପାଞ୍ଚ ବର୍ଷ, ଓ.ବି.ସି ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା 3 ବର୍ଷ ଓ ଶାରୀରିକ ଭାବେ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ସର୍ବାଧିକ ବୟସସୀମା 10 ବର୍ଷ କୋହଳ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା

ଆବେଦନ କରିବା ପାଇଁ ପ୍ରାର୍ଥୀ ସରକାରଙ୍କ ଦ୍ଵାରା ପରିଚାଳିତ ଯେ କୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ (+3, ଇଂଜିନିୟରିଂ ଇତ୍ୟାଦି )ପାସ କରିଥିବା ଆବଶ୍ୟକ।

ପରୀକ୍ଷା ଫି

ପରୀକ୍ଷା ଫି ବାବଦକୁ ଅନୁସୂଚିତ ଜାତି, ଜନଜାତି, ଶାରିରୀକ ଭାବେ ଅକ୍ଷମ ବ୍ୟକ୍ତି ଓ ଭୁତପୂର୍ବ ସୈନିକ ପ୍ରାର୍ଥୀଙ୍କୁ ଟ.100 ଦେବାକୁ ପଡିବ ଓ ଅନ୍ୟ ସମସ୍ତ ବର୍ଗର ପ୍ରାର୍ଥୀଙ୍କୁ ଟ.600 ଦେବାକୁ ପଡିବ।

ଚୟନ ପଦ୍ଧତି ଓ ପରୀକ୍ଷା ତାରିଖ

ପ୍ରାର୍ଥୀଙ୍କୁ ତାଙ୍କର ପ୍ରିଲିମିନାରି ଓ ମେନ୍ ପରୀକ୍ଷାର ମାର୍କ ଅନୁଯାୟୀ ଚୟନ କରାଯିବ। ପ୍ରିଲିମିନାରି ପରୀକ୍ଷା ଚଳିତ ବର୍ଷ ଡିସେମ୍ବର ମାସରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ପାଇଁ କଲ ଲେଟର ନଭେମ୍ବର ମାସରୁ ଜାରି କରାଯିବ ଓ ଡିସେମ୍ବର ମାସ 8, 9, 15 ଓ 16 ତାରିଖରେ ପରୀକ୍ଷା ହେବ। ଏହି ପ୍ରିଲିମିନାରି ପରୀକ୍ଷା ଫଳ ଜାନୁୟାରୀ ମାସରେ ପ୍ରକାଶ ପାଇବ ଓ ମେନ ପରୀକ୍ଷା ଜାନୁୟାରୀ 20 ତାରିଖ ,2019 ମସିହାରେ ହେବ।

କିପରି ଆବେଦନ କରିବେ

ଇଚ୍ଛୁକ ପ୍ରାର୍ଥୀମାନେ ଏଥିପାଇଁ ଅନଲାଇନରେ ଆବେଦନ କରିପାରିବେ। ଅନଲାଇନରେ ଆବେଦନ କରିବା ପୂର୍ବରୁ ଗୋଟିଏ ପାସପୋର୍ଟ ସାଇଜ ଫଟୋ, ଦସ୍ତଖତ ଓ ବାମ ହାତ ବୁଢା ଅଙ୍ଗୁଳିର ଚିହ୍ନ ସ୍କାନ କରିବାକୁ ପଡିବ। IBPSର ୱେବସାଇଟ ଖୋଲିବା ପରେ ହୋମପେଜରେ CRP Clerks ଉପରେ କ୍ଲିକ କରିବେ, ଏହାପରେ CLICK HERE TO APPLY ONLINE FOR CRP ରେ କ୍ଲିକ କରି CRP-Clerks-VIIIରେ କ୍ଲିକ କରି ଅନଲାଇନ ଫର୍ମ ପୂରଣ କରିବେ।

ଏହା ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଇନଷ୍ଟିଚ୍ୟୁଟ ଅଫ ବ୍ୟାଙ୍କିଙ୍ଗ ପର୍ସନେଲ ସିଲେକ୍ସନ (IBPS)ର ଅଫିସିଆଲ ୱେବସାଇଟ www.ibps.in ରେ ଲଗଇନ କରନ୍ତୁ।

#jobs #bankclerk

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon