• padmabati kund

ଭଲ ନିଦ ପାଇଁ ନାସା ତିଆରି କଲା $99 ମୂଲ୍ୟର ତକିଆ


(ବେତାର ବ୍ୟୁରୋ) ବର୍ତ୍ତମାନ ବ୍ୟସ୍ତବହୁଳ ଜୀବନଯାପନ ମନୁଷ୍ୟର ମସ୍ତିସ୍କ ଉପରେ ଗଭୀର ପ୍ରଭାବ ପକାଉଛି। ଯାହାଫଳରେ ରାତିରେ ଭଲ ଭାବରେ ନିଦ ମଧ୍ୟ ହେଉନାହିଁ। ଯଦି ଆପଣ ମଧ୍ୟ ଏପରି ସମସ୍ୟା ଭୋଗୁଛନ୍ତି କିମ୍ବା ଅନ୍ୟ କୌଣସି କାରଣରୁ ରାତିରେ ଶୋଇ ପାରୁନାହାନ୍ତି ତେବେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ NASA (ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ ଆଡମିନିଷ୍ଟ୍ରେସନ) ଏକ ବିଶେଷ ତକିଆ ପ୍ରସ୍ତୁତ କରିଛି।

ନାସା ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଏହି ବିଶେଷ ତକିଆର ମୂଲ୍ୟ ୯୯ଡଲାର (ଟ.୭,୧୦୦)ରୁ ଆରମ୍ଭ। ଏହାର ବିଶେଷତ୍ଵ ହେଉଛି, ଏଥିରେ ଶୋଇବା ମାତ୍ରେ ସଙ୍ଗେ ସଙ୍ଗେ ଗଭୀର ନିଦ ଆସିବ। ଏହାର ଅନ୍ୟ ଏକ ବିଶେଷତ୍ଵ ହେଉଛି ଏହା ଶୋଇଥିବା ବ୍ୟକ୍ତି ଦେହରୁ ବୋହୁଥିବା ଝାଳକୁ ଶୁଖାଇବାରେ ମଧ୍ୟ ସାହାଯ୍ୟ କରିବ।

ନାସା ତରଫରୁ ଏହି ତକିଆ ବିଶେଷ କରି ମହାକାଶକୁ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ଏହା ମହାକାଶରେ ଅଲଗା ଅଲଗା ତାପମାତ୍ରାରେ ହେଉଥିବା କ୍ଷତିରୁ ମହାକାଶ ଯାତ୍ରୀଙ୍କୁ ରକ୍ଷା କରିବ।

ନାସାର ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ତକିଆ ଦୁଇ ପ୍ରକାରର ଅଟେ। ପ୍ରଥମ ତକିଆକୁ ‘ହିବ୍ର’ କୁହାଯାଉଛି। ଏହାର ମୂଲ୍ୟ ୯୯ ଡଲାର (ଟ.୭,୧୦୦)ଅଟେ। ଏଥିରେ ଝାଳକୁ ଶୋଷିନେବା ପାଇଁ ଏକ ଫୋମର ବ୍ୟବହାର କରାଯାଇଛି।

ଅନ୍ୟଟି ହେଉଛି ‘ଜିକ’ ତକିଆ। ଏହାର ମୂଲ୍ୟ ପ୍ରାୟ ୨୦୦ ଡଲାର (ଟ.୧୪,୦୦୦) ଅଟେ। ଏଥିରେ ସ୍ଲିପ ସେନ୍ସର, ସ୍ପିକର ଓ ଭାଇବ୍ରେଟର ରହିଛି। ଯଦି ଆପଣ ଶୋଇବା ସମୟରେ ଘୁଙ୍ଗୁଡି ମାରନ୍ତି ତେବେ ଏହି ତକିଆ ଆପଣଙ୍କୁ ଧୀରେ ଧୀରେ ଉଠାଇ ଦେବ।

ନାସା ତରଫରୁ କୁହାଯାଇଛି ଯେ, ଏହି ତକିଆକୁ ଅତି ମୋଟା କରାଯାଇନାହିଁ, କିମ୍ବା ଅଧିକ ପତଳା ମଧ୍ୟ କରାଯାଇ ନାହିଁ। ଏଥିପାଇଁ ଏହାକୁ ବ୍ୟବହାର କରିବାରେ କୌଣସି ଅସୁବିଧା ହେବ ନାହିଁ। ଏହାର ବାହାର ଭାଗ ଆଉଟଲାଷ୍ଟ ନାମକ ଏକ ମ୍ୟାଟେରିଆଲ୍ସରେ ତିଆରି କରାଯାଇଛି ଯାହା ମନୁଷ୍ୟ ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।

#nasa #specialpillow

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon