• padmabati kund

ପଢନ୍ତୁ : ଅନୁପ ଜଲୋଟାଙ୍କ 65 ବୟସରେ ପ୍ରେମ ସମ୍ପର୍କକୁ ନେଇ କିଏ କଣ କହିଲେ


(ବେତାର ବ୍ୟୁରୋ) ଟେଲିଭିଜନ ଦୁନିଆର  ବିବାଦୀୟ ରିଆଲିଟି ଶୋ ବିଗବସ-12 ପ୍ରସାରିତ ହେବାର ପ୍ରଥମ ଦିନରୁ ଖୁବ ଚର୍ଚ୍ଚାରେ ରହିଛନ୍ତି ବିଗବସ12 ଘରେ ପ୍ରତିଯୋଗୀ ଭାବରେ ପ୍ରବେଶ କରିଥିବା 65ବର୍ଷୀୟ ଭଜନ ଗାୟକ ଅନୁପ ଜଲୋଟା। ସେ ନିଜ ଠାରୁ 37ବର୍ଷୀୟ ସାନ ଗାର୍ଲଫ୍ରେଣ୍ଡ ଜସଲିନ ମାଥୁରା(28)ଙ୍କ ସହ ଘର ମଧ୍ୟରେ ପ୍ରବେଶ କରିଛନ୍ତି। ଅନୁପ ଜଲୋଟାଙ୍କ ଏହି ପ୍ରେମ ସମ୍ପର୍କକୁ ସୋସିଆଲ ମିଡିଆରେ ଫ୍ୟାନ ମାନେ ଖୁବ ମଜା ଉଡାଇଛନ୍ତି।

ବିଗବସ 12 ରେ ଅନୁପ ଜଲୋଟାଙ୍କ ପ୍ରବେଶ ପୂର୍ବରୁ ସବୁକିଛି ଠିକ ଠାକ ଚାଲିଥିଲା। ତେବେ ଅନୁପ ଜଲୋଟା ଏକ ଭଜନ ଗାଇ  ଉପସ୍ଥିତ ଲୋକମାନଙ୍କର ମନ ଜିଣି ନେଇଥିଲେ। ସଲମାନ ତାଙ୍କୁ ବିଗବସ12 ରେ ସ୍ଵାଗତ କରିବା ପରେ ପାଳି  ଆସିଥିଲା ତାଙ୍କ ଯୋଡିକୁ ସ୍ଵାଗତ କରିବାର। ଏହାପରେ ଜସଲିନ ମାଥୁରାଙ୍କର ଏକ ଭିଡିଓ ପ୍ଲେ କରାଯାଇଥିଲା ଓ ଏହି ଭିଡିଓ ସହିତ ଉଭୟଙ୍କର ସମ୍ପର୍କବିଷୟରେ ଖୁଲସା ହୋଇଥିଲା।

ତେବେ ଉଭୟଙ୍କର ସମ୍ପର୍କ କେବଳ ସଲମାନଙ୍କର ନୁହେଁ ସେଠାରେ ଉପସ୍ଥିତ ଅତିଥି ତଥା ସିନିୟର ଆଙ୍କର ଦିବାଙ୍ଗଙ୍କର ମଧ୍ୟ କଥା କହିବା ବନ୍ଦ କରିଦେଇଥିଲା। ଉଭୟ ଅନୁପ ଓ ଜସଲିନ ବିଗବସ12 ଘର ଭିତରକୁ ପ୍ରବେଶ କରିସାରିଛନ୍ତି କିନ୍ତୁ ସୋସିଆଲ ମିଡିଆରେ ସେମାନଙ୍କର ସମ୍ପର୍କକୁ ନେଇ ଖୁବ ମଜା ଉଡାଯାଉଛି। କେହି କେହି ତାଙ୍କ ଯୋଡିକୁ ନିକ-ପ୍ରିୟଙ୍କାଙ୍କ ଯୋଡି ସହିତ ତୁଳନା କରିଛନ୍ତି।

ଅନୁପ ଓ ଜସଲିନଙ୍କ ସମ୍ପର୍କକୁ ନେଇ ଭାରତୀୟ କ୍ରିକେଟ ଦଳର ବୋଲର ରବୀନ୍ଦ୍ର ଜଡେଜ ମଜାରେ ଟ୍ଵିଟ କରି ଲେଖିଛନ୍ତି ଯେ, “ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁମାନେ ସିଙ୍ଗଲ ଅଛନ୍ତି, ସେମାନେ ମନଦୁଃଖ କରନ୍ତୁ ନାହିଁ, ହୁଏତ ଆପଣଙ୍କ ସାଥୀ ଏପର୍ଯ୍ୟନ୍ତ ଜନ୍ମ ହୋଇନଥିବ।“

ସେହିପରି ଅନ୍ୟଜଣେ ଟ୍ଵିଟ କରି ଲେଖିଛନ୍ତି ଯେ, “ଯେଉଁ ପୁଅ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି ତାଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଉ।“

ଘର ଭିତରକୁ ପ୍ରବେଶ କରିବା ପୂର୍ବରୁ ଜସଲିନ କହିଥିଲେ ଯେ, “ ଅନୁପ ଜି ମୋ ବିନା ରହିପାରନ୍ତି ନାହିଁ, କୋଲକାତାରେ ଆମେ ଲୁଚି ଲୁଚି ଦେଖାକରୁ। ବିଗବସ ଘରେ ଆମେ ଶାନ୍ତିରେ ରହିବୁ। ମୁଁ ମୋ ନିଜ ଠାରୁ ଅନୁପଙ୍କୁ କେବେ ଦୂର ହେବାକୁ ଦେବି ନାହିଁ।“ ତେବେ ଆଗକୁ ଜଣାପଡିବ ଯେ ଏହି ଦୁହିଁଙ୍କର ସମ୍ପର୍କ କେତେ ଆଗକୁ ଯିବ।

#entertainment #tvshow #biggboss12 #anupjalota

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon