• ବେତାର ବ୍ୟୁରୋ

କନ୍ୟା ରାଶିରେ ସୂର୍ଯ୍ୟଙ୍କ ପ୍ରବେଶ : ଜାଣନ୍ତୁ କେଉଁ ରାଶି ପାଇଁ କଣ ଜରୁରୀ


(ବି ଦ୍ର : ଗ୍ରହ ଚଳନର ଫଳାଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

(ବେତାର ବ୍ୟୁରୋ) ବୈଦିକ ଜ୍ୟୋତିଷ ଅନୁସାରେ ସୂର୍ଯ୍ୟ ଗ୍ରହ ପ୍ରତି ମାସରେ ରାଶି ପରିବର୍ତ୍ତନ କରିଥାଆନ୍ତି ଓ ଗୋଟିଏ ରାଶିରେ 30ଦିନ ପର୍ଯ୍ୟନ୍ତ ରହିଥାଆନ୍ତି। ସୂର୍ଯ୍ୟଙ୍କୁ ଆତ୍ମା, ପିତା, ମାନ ସମ୍ମାନ ଓ ଉଚ୍ଚ ସରକାରୀ ସେବାର କାରକ ବୋଲି କୁହାଯାଇଥାଏ ଏବଂ ଏଥିପାଇଁ ସୂର୍ଯ୍ୟଙ୍କର ଗୋଚରର ପ୍ରଭାବ ବହୁତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ। ସୂର୍ଯ୍ୟଗ୍ରହ କନ୍ୟା ରାଶିରେ ସେପ୍ଟେମ୍ବର 17 ତାରିଖ ସୋମବାର ସକାଳ 7.02ଘଣ୍ଟାରେ ଗୋଚର କରିବେ ଓ ଅକ୍ଟୋବର 17 ତାରିଖ ବୁଧବାର ସନ୍ଧ୍ୟା 7.00 ଘଣ୍ଟା ପର୍ଯ୍ୟନ୍ତ ଏହି ରାଶିରେ ଅବସ୍ଥାନ କରିବେ।

ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ସମସ୍ତ ରାଶି ଉପରେ କଣ ପ୍ରଭାବ ପକାଇବ ଜାଣିରଖନ୍ତୁ।

ମେଷ: ଜୀବନରେ ସକାରାତ୍ମକ ପ୍ରଭାବ ପଡିବ ଓ ଶୁଭଫଳ ପ୍ରାପ୍ତି ହେବ। ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ ଓ ଉଚ୍ଚପଦାଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ। ପାରିବାରିକ ଜୀବନ ସୁଖମୟ ରହିବ।

ବୃଷ: କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ଅସୁବିଧା ସମ୍ମୁଖୀନ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ

ସହ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ। ସନ୍ତାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

ମିଥୁନ: ମାନସିକ ଦୁଃଶ୍ଚିନ୍ତା ବଢିବା ସହିତ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେବ। ପରିବାର ମଧ୍ୟରେ ଗୁରୁଜନଙ୍କ ସହିତ କୌଣସି କଥା ପାଇଁ ଝଗଡା ହୋଇପାରେ। ଅଧିକ ଆବଶ୍ୟକ ନଥିଲେ ଦୁରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

କର୍କଟ: ସ୍ୱାସ୍ଥ୍ୟଅବସ୍ଥା ଭଲ ରହିବ। ଭୌତିକ ସୁଖସୁବିଧା ପ୍ରାପ୍ତ ହେବ। କର୍ମକ୍ଷେତ୍ରରେ ଆପଣଙ୍କ ପ୍ରଦର୍ଶନରେ ଉଚ୍ଚ ଅଧିକାରୀ ପ୍ରସନ୍ନ ରହିବେ। ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ସୁସମ୍ପର୍କ ବଢିବ। ପଦୋନ୍ନତିର ମଧ୍ୟ ସମ୍ଭାବନା ରହିଛି।

ସିଂହ: କୌଣସି ବ୍ୟକ୍ତିଙ୍କୁ କଟୁ କଥାବାର୍ତ୍ତା କରନ୍ତୁ ନାହିଁ। ଶାରୀରିକ ଓ ମାନସିକ ଭାବରେ ଅସୁସ୍ଥ ରହିବେ। ପରିବାର ମଧ୍ୟରେ କୌଣସି କଥାକୁ ନେଇ ଝଗଡା ମଧ୍ୟ ହୋଇପାରେ। ଆର୍ଥିକ ବ୍ୟାପାରରେ ସାବଧାନତା ଅବଲମ୍ବନ କରନ୍ତୁ।

କନ୍ୟା: ବହୁତ ସାବଧାନତାର ସହ ରହିବାକୁ ପଡିବ। ଏପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ ଯାହାଦ୍ୱାରା ସମାଜରେ ଆପଣଙ୍କର ସମ୍ମାନ ହାନୀ ହେବ। ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେବ। କ୍ରୋଧ ଓ ଅହଂକାର ଠାରୁ

ଦୂରେଇ ରୁହନ୍ତୁ।

ତୁଳା: ବିଦେଶ ଯାତ୍ରା କରିପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଆପଣଙ୍କର ଖର୍ଚ୍ଚ ବଢିବ। ମାନହାନୀ ହେବାପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ। ବନ୍ଧୁଙ୍କ ସହ କୌଣସି କଥାକୁ ନେଇ ଝଗଡା ହୋଇପାରେ।

ବିଛା: ଏହା ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ। ଆୟରେ ବୃଦ୍ଧି ଘଟିବା ସହିତ ଶତ୍ରୁଙ୍କୁ ମଧ୍ୟ ଜୟ କରିବେ। ଦାନ ଓ ଧର୍ମ ପ୍ରତି ମନ ବଳାଇବେ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ।

ଧନୁ: ଏହି ସମୟରେ ଆପଣଙ୍କୁ ନୂତନ ଚାକିରୀର ସୁଯୋଗ ମିଳିପାରେ ଅଥବା ପଦୋନ୍ନତିର ମଧ୍ୟ ସମ୍ଭାବନା ରହିଛି। ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ ଓ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ସମାଜରେ ପ୍ରତିଷ୍ଠିତ ଲୋକଙ୍କ ସହ ସୁସମ୍ପର୍କ ବଢିବ।

ମକର: ଅନୈତିକ କାର୍ଯ୍ୟ ଠାରୁ ନିଜକୁ ଦୂରେଇ ରଖନ୍ତୁ। ଆର୍ଥିକ ବ୍ୟାପାରରେ ସାବଧାନତା ଅବଲମ୍ବନ କରନ୍ତୁ। ପିତାଙ୍କ ସହ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ ଏଥିପ୍ରତି ସଚେତନ ରୁହନ୍ତୁ।

କୁମ୍ଭ: କୌଣସି କାରଣରୁ ବିବାଦର ସାମ୍ନା କରିବାକୁ ପଡିପାରେ। ପୂର୍ବରୁ କରିଥିବା କର୍ମର ଫଳ ଏହି ସମୟରେ ପ୍ରାପ୍ତ ହେବ। ଶତ୍ରୁଙ୍କ ଠାରୁ ଜୟଲାଭ କରିବା ପାଇଁ ବୁଦ୍ଧି ଓ ବଳର ପ୍ରୟୋଗ କରନ୍ତୁ। ଅଯଥା ଖର୍ଚ୍ଚ ମଧ୍ୟ ବଢିବ।

ମୀନ: ଜୀବନସାଥୀଙ୍କ ସହିତ ମତଭେଦ ଦେଖାଦେବ। ଅହଂକାର ଯୋଗୁଁ ବୈବାହିକ ଜୀବନରେ ଅଶାନ୍ତି ଦେଖାଦେବ। କର୍ମକ୍ଷେତ୍ରରେ ଶୁଭ ସମ୍ବାଦ ପ୍ରାପ୍ତ ହେବ। ଦୁରସ୍ଥାନକୁ ଯାତ୍ରା କରୁଥିଲେ ଅଧିକ ସାବଧାନ ରୁହନ୍ତୁ।

#astrology #suntransit #vigro

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon