• padmabati kund

ଜାଣନ୍ତୁ : ରାତିରେ ଚାଟିଙ୍ଗ ସୁବିଧା ପାଇଁ ଆସୁଛି ହ୍ଵାଟସଅପର ‘ଡାର୍କ ମୋଡ’


(ବେତାର ବ୍ୟୁରୋ) ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଙ୍ଗ ଆପ ‘ହ୍ଵାଟସଅପ’ ତରଫରୁ ଏହାର ବ୍ୟବହାରକାରୀଙ୍କ ପାଇଁ ଚଳିତ ବର୍ଷ ଆରମ୍ଭରୁ ଅନେକ ନୂଆ ନୂଆ ଫିଚର ଲଞ୍ଚ କରାଯାଉଛି। ଏହାସହିତ କମ୍ପାନୀ ବର୍ତ୍ତମାନ ଆହୁରି ଅନେକ ନୂଆ ଫିଚର ଉପରେ କାମ ଚାଲୁ ରଖିଛି, ଯାହାକୁ ଖୁବ ଶୀଘ୍ର ଲଞ୍ଚ କରାଯିବାର ଖବର ମଧ୍ୟ ମିଳୁଛି। ତେବେ କମ୍ପାନୀ ତରଫରୁ ବହୁ ପ୍ରତୀକ୍ଷିତ ‘ଡାର୍କ ମୋଡ’ ଉପରେ କାମ ଚାଲୁ ରହିଛି ଓ ଖୁବ ଶୀଘ୍ର ଏହାକୁ ଲଞ୍ଚ କରାଯିବ ବୋଲି ଖବର ମିଳିଛି।

WABetainfo ଦ୍ଵାରା କରାଯାଇଥିବା ଏକ ଟ୍ଵିଟ ଅନୁସାରେ କମ୍ପାନୀ ios ଓ ଆଣ୍ଡ୍ରଏଡ ଆପରେ ଡାର୍କ ମୋଡ ଫିଚର ଦେବାକୁ ଯୋଜନା କରୁଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଖବର ମିଳିନାହିଁ ଯେ ଏହା କେବେ ଲଞ୍ଚ କରାଯିବ।

ହ୍ଵାଟସଅପରେ ଏହି ଡାର୍କମୋଡ ଆସିବା ପରେ ବ୍ୟବହାରକାରୀ ମାନେ ଏହାକୁ ରାତିରେ ଓ କମ ଆଲୁଅରେ ସହଜରେ ବ୍ୟବହାର କରିପାରିବେ। ବର୍ତ୍ତମାନ କମ ଆଲୁଅରେ ରାତିରେ ହ୍ଵାଟସଅପରେ ଚାଟିଙ୍ଗ କରିବା ଦ୍ଵାରା ଆଖି ଉପରେ ଏହାର ପ୍ରଭାବ ପଡୁଛି। ଏହାବ୍ୟତୀତ ଏହି ଫିଚର ସାହାଯ୍ୟରେ ସଂପୂର୍ଣ୍ଣ OLED ଡ଼ିସପ୍ଲେ ଥିବା ସ୍ମାର୍ଟଫୋନର ବ୍ୟାଟେରୀ ମଧ୍ୟ କମ ଖର୍ଚ୍ଚ ହେବ।

ତେବେ ଏହି ଡାର୍କ ମୋଡ ପ୍ରଥମରୁ ଟେଲିଗ୍ରାମ, ଟ୍ଵିଟର ପରି ସୋସିଆଲ ମିଡିଆରେ ଉପଲବ୍ଧ ଅଛି। ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀ ତରଫରୁ କୌଣସି ଅନୁଷ୍ଠାନିକ ସୂଚନା ଆସିନାହିଁ, କିନ୍ତୁ ଏହି ଫିଚର ବ୍ୟବହାରକାରୀଙ୍କ ପାଇଁ ଅତ୍ୟନ୍ତ ଉପକାରୀ ପ୍ରମାଣିତ ହୋଇପାରିବ।

‘ସ୍ଵାଇପ ଟୁ ରିପ୍ଳାଏ’ ଫିଚର

ଡାର୍କ ମୋଡ ବ୍ୟତୀତ କମ୍ପାନୀ ତରଫରୁ ଅନ୍ୟ ଏକ ନୂତନ ଫିଚର ମଧ୍ୟ ଲଞ୍ଚ ହେବାକୁ ଯାଉଛି ଯାହାର ନାମ ହେଉଛି ‘ସ୍ଵାଇପ ଟୁ ରିପ୍ଳାଏ’ ଫିଚର। ବର୍ତ୍ତମାନ ଏହି ଫିଚରର ପରୀକ୍ଷା କରାଯାଉଛି ଓ ଖୁବ ଶୀଘ୍ର ବ୍ୟବହାରକାରୀମାନେ ଏହି ଫିଚରକୁ ବ୍ୟବହାର କରିପାରିବେ। ପୂର୍ବରୁ ଏହି ଫିଚର ios ହ୍ୟାଣ୍ଡସେଟରେ ଉପଲବ୍ଧ ରହିଛି।

ଏହି ଫିଚର ସାହାଯ୍ୟରେ ବ୍ୟବହାରକାରୀମାନେ ଆହୁରି ସହଜରେ ହ୍ଵାଟସଅପରେ ଚାଟିଙ୍ଗ କରିପାରିବେ। ମୋବାଇଲରେ ଡାହାଣକୁ ସ୍ଵାଇପ କରିବା ଦ୍ଵାରା ଯେ କୌଣସି ମେସେଜର ଶୀଘ୍ର ରିପ୍ଳାଏ ଦେଇ ପାରିବେ।

#whatsapp #newfeature

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon