• padmabati kund

ଜାଣିଛନ୍ତି କି ? ଚକ୍ଷୁ,ହୃଦୟ ପାଇଁ ଅତି ଉପାଦେୟ କଙ୍କଡା


(ବେତାର ବ୍ୟୁରୋ) ମାଛଜାତୀୟ ଖାଦ୍ୟ ମଧ୍ୟରୁ କଙ୍କଡା ଅଧିକାଂଶ ଲୋକମାନଙ୍କର ପ୍ରିୟ ହୋଇଥାଏ। ଏହା ଅଧିକ ସ୍ଵାଦିଷ୍ଟ ହେବା ସହିତ ଏଥିରେ ଶରୀର ପାଇଁ ଉପଯୋଗୀ ପୁଷ୍ଟିସାର ଓ ଖଣିଜ ଦ୍ରବ୍ୟ ଭରପୁର ହୋଇ ରହିଥାଏ। ପୁଷ୍ଟି ବିଜ୍ଞାନୀଙ୍କ ମତରେ ଲୋକମାନଙ୍କୁ ଗୋଟିଏ ସପ୍ତାହ ମଧ୍ୟରେ ଦୁଇରୁ ତିନିଥର କଙ୍କଡା ଖାଇବା ଉଚିତ, ଏହା ଆପଣଙ୍କ ଶରୀରକୁ ଶକ୍ତି ଯୋଗାଇବା ସହିତ ହୃଦରୋଗ ଠାରୁ ମଧ୍ୟ ଦୂରେଇ ରଖିଥାଏ।

କଙ୍କଡାରେ କ୍ୟାଲସିୟମ, ଆଇରନ, ପ୍ରୋଟିନ, ଭିଟାମିନ-ଏ, ଭିଟାମିନ-ସି, ଭିଟାମିନ-ବି12, ଫସଫରସ, ସିଲେନିୟମ ଓ ଓମେଗା3 ରହିଛି। ଏହାକୁ ଖାଇବା ଦ୍ଵାରା ଶରୀରକୁ କଣ କଣ ଉପକାର ମିଳିଥାଏ ଜାଣିରଖନ୍ତୁ।

୧.ଓଜନ କମାଏ : କଙ୍କଡାରେ ଖୁବ କମ ପରିମାଣର କ୍ୟାଲୋରୀ ରହିଥାଏ ଓ ୧୦୦ଗ୍ରାମ କଙ୍କଡାରେ ମାତ୍ର ୧.୫ଗ୍ରାମ ଫ୍ୟାଟ ରହିଥାଏ। ଯେଉଁମାନେ ନିଜର ଓଜନ କମ କରିବାକୁ ଚାହୁଁଛନ୍ତି ବା ନିଜକୁ ଫିଟ ରଖିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଏକ ଉତ୍ତମ ଖାଦ୍ୟ ଅଟେ।

୨.ଦୃଷ୍ଟିଶକ୍ତି ପ୍ରଖର କରେ: କଙ୍କଡାରେ ଅଧିକ ମାତ୍ରାରେ ଭିଟାମିନ-ଏ ରହିଥାଏ ଯାହାକି ଦୃଷ୍ଟିଶକ୍ତି ପ୍ରଖର କରିବାରେ ସାହାଯ୍ୟ କରେ। ଅନ୍ଧାରକଣା ଓ ମୋତିଆବିନ୍ଦୁ ପରି ଚକ୍ଷୁ ସମସ୍ୟାକୁ ମଧ୍ୟ ଏହା ଦୂର କରିବାରେ ସାହାଯ୍ୟ କରେ।

୩.ହୃଦରୋଗ ଠାରୁ ଦୂରେଇ ରଖେ: କଙ୍କଡାରେ ଥିବ ଓମେଗା ୩ ଫ୍ୟାଟି ଏସିଡ, ସିଲେନିୟମ ଓ କପର ମନୁଷ୍ୟ ଶରୀରରୁ ଖରାପ କୋଲେଷ୍ଟେରଲ କମ କରିବାରେ ସାହାଯ୍ୟ କରେ। ଶରୀରରେ ଖରାପ କୋଲେଷ୍ଟେରଲର ମାତ୍ରା ବଢିବା ଦ୍ଵାରା ହୃଦଘାତ ସମସ୍ୟା ଦେଖା ଦେଇଥାଏ। ତେଣୁ ହୃଦଘାତ ଠାରୁ ଦୂରେଇ ରହିବା ପାଇଁ କଙ୍କଡା ଖାଆନ୍ତୁ।

୪.ରୋଗ ପ୍ରତିରୋଧକ ଶକ୍ତି ବଢାଏ: ଯଦି ଆପଣଙ୍କ ଶରୀରର ରୋଗପ୍ରତିରୋଧକ ଶକ୍ତି କମ ଥାଏ ତେବେ ଆପଣ ସହଜରେ କୌଣସି ରୋଗରେ ଆକ୍ରାନ୍ତ ହୋଇଯିବେ। ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ କଙ୍କଡା ଖାଆନ୍ତୁ। ଏଥିରେ ଥିବା ସିଲେନିଅମ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ।

୫.ମାନସିକ ସ୍ୱାସ୍ଥ୍ୟ ଭଲ ରୁହେ: କଙ୍କଡାରେ ଥିବା ପ୍ରୋଟିନ, ଜିଙ୍କ ଓ ଓମେଗା ୩ ଫ୍ୟାଟି ଏସିଡ ମନୁଷ୍ୟ ଭିତରେ ଏକାଗ୍ରତା ବଢାଇବାରେ ସାହାଯ୍ୟ କରେ ଓ ଏହାଫଳରେ ମନୁଷ୍ୟ ମାନସିକ ଭାବରେ ସୁସ୍ଥ ମଧ୍ୟ ରହିପାରିଥାଏ।

୬.କ୍ଷତ ଶୀଘ୍ର ଶୁଖିଥାଏ : ଶରୀରର କୌଣସି ଅଙ୍ଗରେ କ୍ଷତ ହୋଇଗଲେ ଏହା ଶୁଖିବାକୁ ସମୟ ଲାଗିଥାଏ ଓ ଏଥିପାଇଁ ଖାଦ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କଙ୍କଡାରେ ଥିବା ଜିଙ୍କ, ଭିଟାମିନ ବି୧୨ ଓ ଭିଟାମିନ ସି ଶରୀରରେ ଏରିଥ୍ରୋସାଇଟ ସୃଷ୍ଟି କରିଥାଏ ଓ ଏହା କ୍ଷତ ସ୍ଥାନକୁ ଶୀଘ୍ର ଶୁଖାଇବାରେ ସାହାଯ୍ୟ କରେ।

#health #crab #healthbenefit

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon