• ବେତାର ବ୍ୟୁରୋ

କୋର୍ଟ ଉଠାଇଲେ କଟକଣା : ପୁଣି ବିକ୍ରି ହେବ ସାରିଡନ


(ବେତାର ବ୍ୟୁରୋ) ସାଧାରଣ ଲୋକଙ୍କ ମଧ୍ୟରେ ବହୁଳ ଭାବରେ ବ୍ୟବହୃତ ହେଉଥିବା ଓ ସହଜରେ ମିଳୁଥିବା ଯନ୍ତ୍ରଣା ଉପଶମକାରୀ ଔଷଧ ସାରିଡନ ଏବଂ ଅନ୍ୟ ତିନୋଟି ଔଷଧ ବିକ୍ରି ଉପରୁ ସୁପ୍ରିମକୋର୍ଟ ସୋମବାର ଦିନ କଟକଣା ଉଠାଇ ଦେଇଛନ୍ତି। ଏଣିକି ଏହି ଔଷଧ ମେଡ଼ିସିନ ଷ୍ଟୋରରେ ମିଳିବ।

ଗତ ସପ୍ତାହରେ କେନ୍ଦ୍ର ସରକାରଙ୍କ ତରଫରୁ ମିଶ୍ରିତ ଔଷଧ ସାରିଡନ ସମେତ 328ଟି ଔଷଧର ଉତ୍ପାଦନ, ବିକ୍ରି, ବିତରଣ ଉପରେ ନିଷେଧାଦେଶ ଜାରି କରଯାଇଥିଲା। ମାତ୍ର ଏହି ନିଷ୍ପତ୍ତି ବିରୋଧରେ ଔଷଧ ନିର୍ମାତାଙ୍କ ପକ୍ଷରୁ ଏକ ଆବେଦନ କରଯାଇଥିଲା। ଏହାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ତିନୋଟି ଔଷଧର ବିକ୍ରି ଉପରୁ କଟକଣା ଉଠାଇଛନ୍ତି।

କଟକଣା ଉଠାଯାଇଥିବା ଏହି ତିନୋଟି ଔଷଧ ମଧ୍ୟରେ ରହିଛି ପିରାମଲ ହେଲଥ କେୟାରର ସାରିଡନ, ଗ୍ଲାସୋସ୍ମିଥକ୍ଳିନର ପିରିଟନ, ଗଜତ ଫାର୍ମାର ଡାର୍ଟ ଓ ଅନ୍ୟଏକ ଔଷଧ ରହିଛି। ଏହି ତିନୋଟି ଔଷଧ ବ୍ୟତୀତ ଅନ୍ୟ 325ଟି ଔଷଧ ଉପରେ ପୂର୍ବପରି ନିଷିଦ୍ଧାଦେଶ ବଳବତ୍ତର ରହିବ ବୋଲି ଅଦାଲତ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ ସୁପ୍ରିମକୋର୍ଟ ଉକ୍ତ କମ୍ପାନୀକୁ ଏହି ତିନୋଟି ଔଷଧ ଉପରେ ସାମୟିକ ଆଶ୍ଵସ୍ତି ଦେଇଥିଲେ ମଧ୍ୟ ଔଷଧ କମ୍ପାନୀଙ୍କ ଆବେଦନ ଉପରେ କେନ୍ଦ୍ର ସରକାରଙ୍କ ପ୍ରତିକ୍ରିୟା ଲୋଡିଛନ୍ତି। ଏକରୁ ଅଧିକ ଔଷଧ ମିଶିକରି ପ୍ରସ୍ତୁତ ହେଉଥିବା ସାରିଡନ ଓ ତ୍ଵଚା ରୋଗ ପାଇଁ ଉଦ୍ଦିଷ୍ଟ ପାଣ୍ଡେମ ସମେତ 328ଟି ଔଷଧର କୌଣସି ଉପଚରାଗତ ଗୁଣ ନଥିବା ଦର୍ଶାଇ କେନ୍ଦ୍ର ସରକାର ଏହାକୁ ନିଷିଦ୍ଧ ଘୋଷଣା କରିଥିଲା। ଏହି ଔଷଧ ଗୁଡିକ ରୋଗୀଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇବ ବୋଲି ଡ୍ରଗ ଟେକ୍ନିକାଲ ଆଡଭାଇଜରୀ ବୋର୍ଡ ତରଫରୁ ରିପୋର୍ଟ ଆସିଥିଲା।

ତେବେ ଜଣେ ପ୍ରମୁଖ ଔଷଧ ବ୍ୟବସାୟୀଙ୍କ ଆବେଦନ ପରେ ଦିଲ୍ଲୀ ହାଇକୋର୍ଟ ଏହି କଟକଣା ଉପରେ ପୂର୍ବରୁ ରହିତାଦେଶ ଲାଗୁ କରିଥିଲେ। ପରେ କେନ୍ଦ୍ର ସରକାର ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଔଷଧ କମ୍ପାନୀ ଗୁଡିକ ପକ୍ଷରୁ ଯୁକ୍ତି ଥିଲା ଯେ ଦୀର୍ଘ ଦଶନ୍ଧି ଧରି ଏହି ସବୁ ଔଷଧ ପ୍ରସ୍ତୁତି ଓ ବିକ୍ରୟ ଚାଲିଥିବା ବେଳେ DTAB ଏନେଇ କୌଣସି ଆପତ୍ତି ଉଠାଇ ନଥିଲା। ସର୍ବୋଚ୍ଚ  ନ୍ୟାୟଳୟ ଏହି ଯୁକ୍ତିକୁ ସେହି ସମୟରେ ଗ୍ରହଣ କରି 349ଟି ଔଷଧ ଉପରେ DTABର ମତାମତ ଲୋଡିଥିଲେ।

#saridon #medicine #health

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon