- padmabati kund
ଅମିତାଭ ବଚ୍ଚନଙ୍କ ଏହି ରୂପ ଆଗରୁ ଦେଖି ନ ଥିବେ

(ବେତାର ବ୍ୟୁରୋ) ମେଗାଷ୍ଟର ଅମିତାଭ ବଚ୍ଚନ ଓ ଅମିର ଖାନଙ୍କ ଅଭିନୀତ ବଲିଉଡ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୋସ୍ଥାନ’ ନଭେମ୍ବର ମାସରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ ବିଗ ବି ଅମିତାଭ ବଚ୍ଚନଙ୍କ ଲୁକ କୁ ସୋସିଆଲ ମିଡିଆରେ ଜାରି କରାଯାଇଛି। ଅମିତାଭ ବଚ୍ଚନ ଏହି ଫିଲ୍ମରେ ‘ଖୁଦାବକ୍ସ’ ଚରିତ୍ରରେ ଅଭିନୟ କରୁଛନ୍ତି।
ଅମିର ଖାନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଅମିତାଭ ବଚ୍ଚନଙ୍କର ଏହି ଲୁକ କୁ ଶେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, “ ସବୁଠାରୁ ବଡ ଠଗ।“ ଅମିତାଭ ବଚ୍ଚନଙ୍କ ଏହି ଲୁକ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓରେ ବିଗ ବି ସମୁଦ୍ର ମଝିରେ ଏକ ଜାହାଜ ଉପରେ ଠିଆ ହୋଇଛନ୍ତି। ତାଙ୍କର ଗୋଟିଏ ଗୋଡ ଏକ ତୋପ ଉପରେ ରଖାଯାଇଛି। ସେ ଗୋଟିଏ ହାତରେ ତଲୱାର ଓ ଅନ୍ୟ ହାତରେ ଏକ ଛୋଟ ଛୁରୀ ଧରିଛନ୍ତି। ମୁଣ୍ଡରେ ପଗଡି ସହିତ ଲମ୍ବା ଦାଢି ଓ ନିଶରେ ସେ ସର୍ଦ୍ଦାର ପରି ଲାଗୁଛନ୍ତି।
ଏହି ଫିଲ୍ମ ମାଧ୍ୟମରେ ପ୍ରଥମ ଥର ପାଇଁ ଅମିତାଭ ବଚ୍ଚନ ଓ ଅମିର ଖାନଙ୍କୁ ଏକାଠି ଅଭିନୟ କରୁଥିବାର ଦେଖିବାକୁ ମିଳିବ। ଏହା ବ୍ୟତୀତ କାଟ୍ରିନା କେଫ ଓ ଫାତିମା ସନାଙ୍କୁ ମଧ୍ୟ ମୁଖ୍ୟ ଭୂମିକରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ।
ବିଜୟ କୃଷ୍ଣ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ‘ଠଗ୍ସ ଅଫ ହିନ୍ଦୋସ୍ଥାନ’ର ଅଧିକାଂଶ ସୁଟିଙ୍ଗ ମାଲ୍ଟା ଓ ରାଜସ୍ଥାନରେ କରାଯାଇଛି। ଏହି ଫିଲ୍ମ ୧୮୩୯ ମସିହାର ଏକ ଉପନ୍ୟାସ “ କନ୍ଫେସନ ଅଫ ଏ ଠଗ୍ସ” ଉପରେ ଆଧାରିତ ଅଟେ। ଏହି ଫିଲ୍ମକୁ ଡିଜିଟାଲ ରୂପରେ ଆଇମାକ୍ସ ଫର୍ମାଟରେ ନିର୍ମାଣ କରାଯାଇଛି। ଏହି ଫର୍ମାଟରେ ଆଗରୁ ବଲିଉଡ ଫିଲ୍ମ ‘ଧୂମ ୩’, ‘ବ୍ୟାଙ୍ଗ ବ୍ୟାଙ୍ଗ’, ‘ବାହୁବଳୀ ୨’ ଓ ‘ପଦ୍ମାବତ’ ପ୍ରସ୍ତୁତ କରଯାଇଥିଲା।
ୟଶରାଜ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମକୁ ଦୀପାବଳି ଅବସରରେ ନଭେମ୍ବର ୮ ତାରିଖରେ ରିଲିଜ କରାଯିବ। ତେବେ ଅମିତାଭ ବଚ୍ଚନଙ୍କ ଲୁକ ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମ ପାଇଁ ଅଧିକ ଉତ୍କଣ୍ଠା ଭରି ଯାଇଛି।
#entertainment #bollywood #thugsofhindosthan #amitabhbacchan