• ବେତାର ବ୍ୟୁରୋ

ପଢନ୍ତୁ : ବାରମ୍ବାର ଭୋକ ଲାଗିଲେ କଣ କରିବେ


(ବେତାର ବ୍ୟୁରୋ) କିଛି ଲୋକଙ୍କୁ ଖୁବ କମ ସମୟ ବ୍ୟବଧାନରେ ଭୋକ ଲାଗିଥାଏ। ଏହା ପଛରେ ବିଭିନ୍ନ କାରଣ ରହିଥାଏ ଯେପରି ମାନସିକ ଦୁଃଶ୍ଚିନ୍ତା ଗ୍ରସ୍ତ ରହିବା, ଶରୀର ପାଇଁ ଅବଶ୍ୟକ ପରିମାଣର ପାଣି ନପିଇବା, କମ ସମୟ ଶୋଇବା ଇତ୍ୟାଦି। ଅଧିକ ମାତ୍ରାରେ ଖାଇବା ଦ୍ଵାରା ଅନେକ ପ୍ରକାର ରୋଗ ହୋଇଥାଏ ଯେପରି ଓଜନ ବଢିବା, ମଧୁମେହ ଓ ଉଚ୍ଚ ରକ୍ତଚାପ ଇତ୍ୟାଦି।

ଯଦି ଆପଣ ଏକ ସୁସ୍ଥ ଜୀବନଯାପନ କରିବାକୁ ଚାହୁଁଛନ୍ତି ତେବେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ ଓ ଭୋକକୁ ନିୟନ୍ତ୍ରଣରେ ରଖିବାକୁ ପଡିବ। ଭୋକକୁ କିପରି ନିୟନ୍ତ୍ରଣ ରଖିବେ ସେଥିପାଇଁ ଜାଣିରଖନ୍ତୁ କିଛି ଟିପ୍ସ।

୧. ଗ୍ରୀନ ଟି ଓ ବ୍ଲାକ କଫି ପିଅନ୍ତୁ: ଭୋକକୁ ନିୟନ୍ତ୍ରଣରେ ରଖିବା ପାଇଁ ଓ ଅଧିକ ଖାଇବାରୁ ନିଜକୁ ରୋକିବା ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଓ ପାନୀୟ ପିଇବାକୁ ପଡିବ। ଏଥିପାଇଁ ଆପଣ ଗ୍ରୀନ ଟି ଓ ବ୍ଲାକ କଫି ପିଇ ପାରିବେ, ଏହା ଆପଣଙ୍କ ଭୋକକୁ ନିୟନ୍ତ୍ରଣ କରିଥାଏ।

୨.ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଆନ୍ତୁ: ପ୍ରୋଟିନ ଆପଣଙ୍କ ଶରୀରର ଆବଶ୍ୟକତା ପୂରଣ କରିଥାଏ ଓ ପ୍ରୋଟିନ ଖାଇବା ପରେ ଏହା ହଜମ ହେବ ପାଇଁ ଅଧିକ ସମୟ ଲାଗିଥାଏ ଓ ଆପଣଙ୍କୁ ଅଧିକ ଭୋକ ମଧ୍ୟ ଲାଗିନଥାଏ। ଭୋକକୁ ନିୟନ୍ତ୍ରଣ କରିବା ପାଇଁ ଖାଇବାରେ ପ୍ରୋଟିନଯୁକ୍ତ ଖାଦ୍ୟ ଯଥା ବିନ, ବାଦାମ ସାମିଲ କରନ୍ତୁ।

୩.ଜଳଖିଆ ନିଶ୍ଚିନ୍ତ ଭାବରେ ଖାଆନ୍ତୁ: ସକାଳର ଜଳଖିଆ ଗୋଟିଏ ଦିନର ମୁଖ୍ୟ ଖାଇବା ହୋଇଥାଏ। ସକାଳର ଜଳଖିଆ କରିବା ଦ୍ଵାରା ଆପଣ ନିଜକୁ ଅଧିକ ଶକ୍ତିଶାଳୀ ଅନୁଭବ କରିଥାଆନ୍ତି ଓ ଆପଣଙ୍କୁ ଅଧିକ ଭୋକ ମଧ୍ୟ ଲାଗିନଥାଏ। ଏହାର ଦିନର ପ୍ରଥମ ଖାଇବା ହୋଇଥାଏ ଏହା ଆପଣଙ୍କୁ ଆବଶ୍ୟକ ମାତ୍ରାରେ ଖାଇବାକୁ ପଡିବ, ଯାହାଫଳରେ ଆପଣଙ୍କୁ ଅଧିକ ଭୋକ ଲାଗିବ ନାହିଁ।

୪.ଆବଶ୍ୟକ ପରିମାଣର ପାଣି ପିଅନ୍ତୁ: ଆପଣ ନିଜର ଭୋକକୁ ନିୟନ୍ତ୍ରଣ କରିବା ପାଇଁ ଆପଣଙ୍କୁ ଯଥେଷ୍ଟ ପରିମାଣର ପାଣି ପିଇବାକୁ ପଡିବ। ଏହା ଆପଣଙ୍କ ଶରୀରରେ ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ ଓ ତ୍ଵଚା ପାଇଁ ମଧ୍ୟ ଉପଯୋଗୀ ହୋଇଥାଏ। ଆବଶ୍ୟକୀୟ ପରିମାଣର ପାଣି ପିଇବା ଦ୍ଵାରା ପେଟ ପୁରିଲା ପରି ଲାଗିଥାଏ ଓ ଅଧିକ ଭୋକ ଲାଗିନଥାଏ।

୫.ଅଧିକ ମାତ୍ରାରେ ରଫେଜ ଖାଆନ୍ତୁ: ରଫେଜ ବା ଅଧିକ ତନ୍ତୁ ଥିବା ଖାଦ୍ୟ ମନୁଷ୍ୟ ଶରୀରରେ ହଜମ ପ୍ରକ୍ରିୟାକୁ ମନ୍ଥର କରିଥାଏ। ଏହାଦ୍ଵାରା ଶରୀରରେ ଫ୍ୟାଟର ପରିମାଣ କମ ରଖିଥାଏ ଓ ଖାଦ୍ୟନଳୀର ବ୍ୟାକ୍ଟେରିଆଙ୍କ ପାଇଁ ମଧ୍ୟ ଭଲ ହୋଇଥାଏ। ଏଥିପାଇଁ ରୁଟି, ଭାତ ଓ ଚୋପା ଲଗା ପନିପରିବା

ତଥା ଫଳ ଖାଆନ୍ତୁ ।

#health #healthtips #controlhunger

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon