• ବେତାର ବ୍ୟୁରୋ

ଭାରତୀୟ କ୍ରିକେଟ ଦଳକୁ ମିଳୁଛି ବେଶୀ ସୁବିଧା : ପାକିସ୍ଥାନ କ୍ୟାପଟେନ


(ବେତାର ବ୍ୟୁରୋ) ଏସିଆ କପ 2018ରେ ଆଜି ରହିଛି ସବୁଠାରୁ ସବୁଠାରୁ ହାଇଭୋଲ୍ଟେଜ ମ୍ୟାଚ। ମୁହାଁମୁହିଁ ହେବେ ଏସିଆର ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦୀ ଭାରତ ଓ ପାକିସ୍ଥାନ। ଏହି ମ୍ୟାଚ ପୂର୍ବରୁ ପାକିସ୍ଥାନ କ୍ରିକେଟ ଦଳର କ୍ୟାପଟେନ ସରଫରାଜ ଅହମ୍ମଦ ଏସିଆ କପର ଆୟୋଜକଙ୍କ ଉପରେ ଭେଦଭାବ କରିବାର ଆରୋପ ଲଗାଇଛନ୍ତି।

ସରଫରାଜ କହିଛନ୍ତି ଯେ, ଭାରତ ଦଳକୁ ଆୟୋଜକ ସ୍ଵତନ୍ତ୍ର ସେବା ଯୋଗାଇ ଦେଉଛନ୍ତି, କିନ୍ତୁ ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଆବଶ୍ୟକ। ସରଫରାଜଙ୍କର ଏହି ଆପତ୍ତି ଆଣିବାର ମୁଖ୍ୟ କାରଣ ହେଉଛି, ଭାରତୀୟ ଦଳକୁ ଏସିଆ କପରେ ସମସ୍ତ ମ୍ୟାଚକୁ ଦୁବାଇରେ ଖେଳିବାକୁ ସୁଯୋଗ ଦିଆଯାଇଛି କିନ୍ତୁ ଅନ୍ୟଦଳ ଗୁଡିକୁ ଦୁବାଇ ଓ ଅବୁ ଧାବି ଦୁଇଟି ସ୍ଥାନରେ ଖେଳିବାକୁ ପଡିବ।

ପ୍ରଥମେ ଭାରତ ଏହାର ଦୁଇଟି ମ୍ୟାଚ ଅବୁ ଧାବିରେ ଖେଳିବାକୁ ସ୍ଥିର କରଯାଇଥିଲା। କିନ୍ତୁ ପରେ ଏହି କାର୍ଯ୍ୟକ୍ରମରେ ପରିବର୍ତ୍ତନ କରଯାଇଥିଲା ଯେପରି ରୋହିତ ଶର୍ମା ଓ ତାଙ୍କ ଦଳ ସମସ୍ତ ମ୍ୟାଚ ଦୁବାଇରେ ଖେଳିପାରିବେ।

ଭାରତ ପକ୍ଷରେ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ପରିବର୍ତ୍ତନକୁ ନେଇ ସରଫରାଜ କହିଛନ୍ତି ଯେ, “ ଆପଣ କାର୍ଯ୍ୟକ୍ରମ ଦେଖିଲେ ଜାଣିପାରିବେ ଯେ ଯଦି ଭାରତ ପୁଲ ମ୍ୟାଚ ହାରିଯାଉଛି ତଥାପି ସେ ଦୁବାଇରେ ଖେଳିବ। ଏଠାରେ ମୁଖ୍ୟ କଥା ହେଉଛି ଯାତ୍ରା। ଯଦି ଆପଣଙ୍କୁ 90ମିନିଟର ଯାତ୍ରା କରିବାକୁ ପଡିବ ଓ ଗୋଟିଏ ଦିନର ବ୍ୟବଧାନରେ ମ୍ୟାଚ ଖେଳିବାକୁ ପଡିବ ତେବେ ଏହା ଯେ କୌଣସି ଦଳ ପାଇଁ କଠିନ ହେବ।“

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ ମତେ ଲାଗୁଛି ଏହି ନିୟମ ସବୁ ଦଳ ପାଇଁ ସମାନ ହେବା ଆବଶ୍ୟକ, ଭାରତ ହେଉ ବା ପାକିସ୍ଥାନ। ଏସିଆ କ୍ରିକେଟ ପରିଷଦ ଏହାକୁ ନେଇ କଣ ବିଚାର କରିଛି ଜଣା ନାହିଁ, କିନ୍ତୁ ମତେ ଲାଗୁଛି ପାକିସ୍ଥାନ କ୍ରିକେଟ ବୋର୍ଡକୁ ଏକଥା ଉପରେ ଧ୍ୟାନ ଦେବାକୁ ପଡିବ।“

ତେବେ ବ୍ୟବସାୟିକ ଲାଭକୁ ଦୃଷ୍ଟିରେ ରଖି ବିସିସିଆଇ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଥିବାର ସୂଚନା ମିଳିଛି। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ପିଟିଆଇକୁ କହିଛନ୍ତି ଯେ, “ ଦୁବାଇ ଅନ୍ତଃରାଷ୍ଟ୍ରୀୟ ଷ୍ଟାଡିୟମରେ ମୋଟ 25000 ଦର୍ଶକଙ୍କ ପାଇଁ ସିଟର କ୍ଷମତା ରହିଛି, ଯାହାକି ଅବୁ ଧାବିର ଶେଖ ଜାୟେଦ ଷ୍ଟାଡିୟମ ଠାରୁ 5000 ଅଧିକ ଅଟେ। ଭାରତ ବନାମ ପାକିସ୍ଥାନ ଓ ଭାରତ ବନାମ ବାଂଲାଦେଶ ମ୍ୟାଚରେ ଅଧିକ ଦର୍ଶକ ଆଗମନର ଆଶଙ୍କା ରହିଛି। ବିସିସିଆଇକୁ କେବଳ ଟିକେଟ ବିକ୍ରି କରିବାର ପଇସା ମିଳେ, ତେଣୁ 5000 ସିଟ ପାଇଁ ବିସିସିଆଇ ନିଷ୍ପତ୍ତି ବଦଳାଇ ପାରିବ ନାହିଁ।“

#cricket #asiacup2018 #indiavspakisthan

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon