• ବେତାର ବ୍ୟୁରୋ

ଆସୁଛି ମୋଟୋରୋଲାOne : ବ୍ୟାଟେରୀ କ୍ଷମତା 5000


(ବେତାର ବ୍ୟୁରୋ) ମୋଟୋରୋଲା ତରଫରୁ ଭାରତରେ ଏହାର ଜି୬ ସିରିଜର ନୂଆ ସ୍ମାର୍ଟଫୋନ ଲଞ୍ଚ କରାଯିବା ପରେ କମ୍ପାନୀ ତରଫରୁ ନୂଆ ଆଣ୍ଡ୍ରଏଡ ୱାନ ସ୍ମାର୍ଟଫୋନ ଲଞ୍ଚ କରାଯିବାର ପ୍ରସ୍ତୁତି କରାଯାଉଛି। କମ୍ପାନୀ ତରଫରୁ ଏକ ଟ୍ଵିଟ କରାଯାଇ ଭାରତରେ ଏହାର ଲଞ୍ଚ ତାରିଖ ବିଷୟରେ ଘୋଷଣା କରାଯାଇଛି। ଭାରତରେ ସେପ୍ଟେମ୍ବର ୨୪ ତାରିଖରେ ଏହି ମୋଟୋରୋଲା ୱାନ ପାୱାର ଲଞ୍ଚ କରାଯିବ।

ଚଳିତ ବର୍ଷ ଅଗଷ୍ଟ ମାସରେ ବର୍ଲିନରେ ଏହି ମୋଟୋରୋଲା ୱାନ ଲଞ୍ଚ କରଯାଇଥିଲା। ମୋଟୋରୋଲାର ଏହି ନୂଆ ସ୍ମାର୍ଟଫୋନ ଆଣ୍ଡ୍ରଏଡ ୱାନ ପ୍ରୋଗ୍ରାମର ଏକ ଅଂଶ ଅଟେ ଓ ଏଥିରେ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ଆଣ୍ଡ୍ରଏଡ ଅପଡେଟ ମଧ୍ୟ ଉପଲବ୍ଧ ହେବ। ଏହି ଫୋନ ର ଏକ ଖାସ ଫିଚର ହେଉଛି ଏହାର ବ୍ୟାଟେରୀ କ୍ଷମତା । ଏହାର 5000mah ବ୍ୟାଟେରୀ ପାୱାର ରେ ଦିନ ସାରା ଫେସବୁକ, ଚାଟ ଓ କଥା ହେବା ସହିତ ରାତିରେ ଭିଡ଼ିଓ ମଧ୍ୟ ଦେଖିହେବ।

ଏହି ସ୍ମାର୍ଟଫୋନର ମୂଲ୍ୟ ଭାରତରେ ଟ.୧୪,୦୦୦ ରହିବ ବୋଲି ଅନୁମାନ କରାଯାଉଛି ଓ ଏହା ରେଡମି ନୋଟ ୫ କୁ କଡା ଟକ୍କର ଦେବ। ତେବେ IFA 2018ରେ କମ୍ପାନୀ ତରଫରୁ କରାଯାଇଥିବା ଘୋଷଣା ଅନୁଯାୟୀ ଭାରତୀୟ ବଜାରରେ ଏହା ଅକ୍ଟୋବର ମାସରେ ଉପଲବ୍ଧ ହେବ।

‘ମୋଟୋରୋଲା ୱାନ ପାୱାର’ର ଫିଚର

ଏହି ସ୍ମାର୍ଟଫୋନରେ ୬.୨ଇଞ୍ଚ ଏଚଡି+ଏଲଇଡି ମ୍ୟାକ୍ସ ଭିଜନ ପ୍ୟାନେଲ ରହିଛି। ଏହାସହିତ ଅକ୍ଟାକୋର କ୍ଵାଲକମ ସ୍ନାପଡ୍ରାଗନ ୬୩୬ ପ୍ରୋସେସର ରହିଛି। ଏଥିରେ ୪ଜିବି ରାମ ସହିତ ୬୪ଜିବି ଇନବିଲ୍ଟ ଷ୍ଟୋରେଜ ରହିଛି ଯାହାକୁ ମାଇକ୍ରୋ ଏସଡି କାର୍ଡ ଜରିଆରେ ୨୫୬ ଜିବି ପର୍ଯ୍ୟନ୍ତ କରାଯାଇପାରିବ।

ଏଥିରେ ୧୬ ମେଗାପିକ୍ସେଲ ପ୍ରାଇମେରୀ ଓ ୫ ମେଗାପିକ୍ସେଲ ସେକେଣ୍ଡାରୀ ସେନ୍ସର ଡୁଆଲ କ୍ୟାମେରା ରହିଛି। ସେଲଫି ଓ ଭିଡିଓ କଲ ପାଇଁ ୧୨ ମେଗାପିକ୍ସେଲ ସେନ୍ସର କ୍ୟାମେରା ରହିଛି। ଏହି ସ୍ମାର୍ଟଫୋନ ଆଣ୍ଡ୍ରଏଡ 8.1 ଓରିଓ ରେ ଚାଲିବ ଓ ଏହାକୁ ଆଣ୍ଡ୍ରଏଡ ପାଇ ରେ ଅପଗ୍ରେଡ କରାଯିବାର ଆଶା କରାଯାଉଛି।

ଏହାସହିତ ଏଥିରେ 4ଜି LTE, ୱାଇ-ଫାଇ 802.11ac, ବ୍ଲୁ ଟୁଥ 5.0, ଜିପିଏସ, ୟୁଏସବି ଟାଇପ-ସି ଓ 3.5mm ହେଡଫୋନ ଜ୍ୟାକ ଫିଚର ରହିଛି। ଏହାବ୍ୟତୀତ ଫିଙ୍ଗରପ୍ରିଣ୍ଟ ସେନ୍ସର ମଧ୍ୟ ରହିଛି।

#mobile #motorola

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon