- ବେତାର ବ୍ୟୁରୋ
ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପାଇଁ ଆବେଦନ ଅକ୍ଟୋବର 10ରୁ

(ବେତାର ବ୍ୟୁରୋ) ଓଡିଶା ପବ୍ଲିକ ସର୍ଭିସ କମିଶନ ତରଫରୁ ଗୃହ ବିଭାଗ ଦ୍ଵାରା ପରିଚାଳିତ ଓଡିଶା ସଚ୍ଚିବାଳୟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦରେ ଆବେଦନ କରିବାପାଇଁ ଆଗ୍ରହୀ ପ୍ରାର୍ଥୀମାନେ ଅକ୍ଟୋବର 10 ତାରିଖରୁ ଅନଲାଇନରେ ଆବେଦନ କରିପାରିବେ।
ପଦବୀ ସଂଖ୍ୟା
ଏହି ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦରେ ନିଯୁକ୍ତି ନିମନ୍ତେ ମୋଟ 500ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଆବେଦନ ତାରିଖ
ଆଗ୍ରହୀ ପ୍ରାର୍ଥୀ ଆସନ୍ତା ଅକ୍ଟୋବର ମାସ 10 ତାରିଖରୁ ଅନଲାଇନରେ ଆବେଦନ କରିପାରିବେ ଓ ଆବେଦନ କରିବାର ଶେଷ ତାରିଖ ନଭେମ୍ବର 9 ତାରିଖ ପର୍ଯ୍ୟନ୍ତ ରହିଛି।
ଦରମା
ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.35,400 ଦରମା ପ୍ରଦାନ କରାଯିବ।
ବୟସସୀମା
ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ଜାନୁୟାରୀ 1 ତାରିଖ 2018 ସୁଦ୍ଧା ସର୍ବନିମ୍ନ 21ବର୍ଷ ଓ ସର୍ବାଧିକ 32 ବର୍ଷ ହେବା ଆବଶ୍ୟକ।
ଶିକ୍ଷାଗତ ଯୋଗ୍ୟତା
ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ସ୍ଵୀକୃତିପ୍ରାପ୍ତ ବୋର୍ଡରୁ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ ଓ କମ୍ପ୍ୟୁଟରରେ ସମ୍ୟକ ଜ୍ଞାନ ଥିବା ଆବଶ୍ୟକ।
ପରୀକ୍ଷା ଫି
ପରୀକ୍ଷା ଫି ବାବଦକୁ ପ୍ରାର୍ଥୀଙ୍କୁ ଟ.300ର ଚାଲାଣ କାଟିବାକୁ ପଡିବ। ପ୍ରାର୍ଥୀ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଯେ କୌଣସି ଶାଖାରେ ଏହି ଚାଲାଣକୁ କାଟିପାରିବେ। ଅନୁସୂଚିତ ଜାତି, ଜନଜାତି ଓ ଶାରୀରିକ ଭାବେ ଅକ୍ଷମ ବ୍ୟକ୍ତିଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ। ଏହି ଫି କୌଣସି ପରିସ୍ଥିତିରେ ବି ଫେରସ୍ତ ହୋଇପାରିବ ନାହିଁ।
ଚୟନ ପଦ୍ଧତି
ଯୋଗ୍ୟ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଓ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ମାଧ୍ୟମରେ ଚୟନ କରାଯିବ। ଲିଖିତ ପରୀକ୍ଷାରେ ପାସ କରିଥିବା ପ୍ରାର୍ଥୀମାନେ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ଦେଇପାରିବେ। ଏହି କମ୍ପ୍ୟୁଟର ଦକ୍ଷତା ପରୀକ୍ଷାରେ 40%ରୁ ଅଧିକ ମାର୍କ ରଖିଲେ ପାସ ହୋଇପାରିବେ।
କିପରି ଆବେଦନ କରିବେ
ଓଡିଶା ପବ୍ଲିକ ସର୍ଭିସ କମିଶନର ଅଫିସିଆଲ ୱେବସାଇଟରେ ପ୍ରାର୍ଥୀମାନେ ଆବେଦନ କରିପାରିବେ। ସମସ୍ତ ତଥ୍ୟ ପୂରଣ କରିବା ପରେ ପାସପୋର୍ଟ ସାଇଜ ଫଟୋ, ଦସ୍ତଖତ ଓ ବାମ ହାତ ବୁଢାଆଙ୍ଗୁଳିର ଛାପକୁ ସ୍କାନ କରି ଅପଲୋଡ କରିବାକୁ ପଡିବ। ଆପ୍ଲିକେଶନ ଫର୍ମ ସବମିଟ କରିବା ପରେ ପ୍ରାର୍ଥୀଙ୍କର ଏକ ରେଜିଷ୍ଟ୍ରେଶନ ଆଇଡି ନମ୍ବର ଆସିବ।
ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଓଡିଶା ପବ୍ଲିକ ସର୍ଭିସ କମିଶନର ଅଫିସିଆଲ ୱେବସାଇଟ http://www.opsc.gov.in ରେ ଲଗଇନ କରନ୍ତୁ।