• ବେତାର ବ୍ୟୁରୋ

ଏସିଆ କପ: ପାକିସ୍ତାନ ପରେ ବାଂଲାଦେଶ ମଧ୍ୟ କହିଲା ଭାରତୀୟ ଦଳକୁ ମିଳୁଛି ଅଧିକ ସୁବିଧା


(ବେତାର ବ୍ୟୁରୋ) ଏସିଆ କପ 2018ରେ ଆଜିଠାରୁ ଆରମ୍ଭ ହେବ ସୁପର-4 ମୁକାବିଲା। ଗ୍ରୁପ-ଏରୁ ଭାରତ, ପାକିସ୍ଥାନ ଓ ଗ୍ରୁପ-ବିରୁ ଆଫଗାନିସ୍ଥାନ, ବାଂଲାଦେଶ ଏହି ସୁପର-4ରେ ସ୍ଥାନ ପାଇଛନ୍ତି। ଆଜି ଏସିଆ କପରେ ଭାରତ ବନାମ ବାଂଲାଦେଶ ଓ ଆଫଗାନିସ୍ଥାନ ବନାମ ପାକିସ୍ଥାନ ଦୁଇଟି ହାଇ ଭୋଲଟେଜ ମ୍ୟାଚ ଦେଖିବାକୁ ମିଳିବ।

ଏସିଆ କପ 2018 ଆରମ୍ଭରୁ ମ୍ୟାଚ ସମୟ ଓ ସ୍ଥାନକୁ ନେଇ ଅନେକ ବିବାଦ ଲାଗିରହିଛି। ଆଜି ଭାରତ ବନାମ ବାଂଲାଦେଶ ମ୍ୟାଚରେ ମଧ୍ୟ ଏହି ବିବାଦ ଦେଖିବାକୁ ମିଳିଛି। ଭାରତୀୟ ଦଳ ଲଗାତର ଦୁଇଟି ମ୍ୟାଚ ଖେଳି ଗୁରୁବାର ହୋଟେଲରେ ବିତାଇ ଥିବା ବେଳେ ବାଂଲାଦେଶ ଆଜିର ମ୍ୟାଚ ପାଇଁ ଆବୁଧାବୀରୁ 150କିମି ରାସ୍ତା ଯାତ୍ରା କରି ଦୁବାଇରେ ପହଞ୍ଚିଛି।

ବିସିସିଆଇ ତରଫରୁ ପ୍ରଥମରୁ କୁହାଯାଇଛି ଯେ, ଏହି ଟୁର୍ଣ୍ଣାମେଣ୍ଟ କେବଳ ବ୍ୟବସାୟିକ ଦୃଷ୍ଟି କୋଣରୁ ଆର୍ଥିକ ଲାଭକୁ ଆଖି ଆଗରେ ରଖି ଖେଳାଯାଉଛି। ଏଥିରୁ ଆୟ କରାଯାଉଥିବା ଅର୍ଥକୁ ଏସିଆର କ୍ରିକେଟ ଦଳଗୁଡିକର ଉନ୍ନତି ପାଇଁ ଖର୍ଚ୍ଚ କରାଯିବ।

ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚରେ ହଂକଂ ସହିତ କଡା ମୁକାବିଲା କରି ଜିତିବା ପରେ ଦ୍ଵିତୀୟ ମ୍ୟାଚରେ ପାକିସ୍ଥାନକୁ ଖୁବ ସହଜରେ ହରାଇଥିଲା। ଅନ୍ୟପଟେ ବାଂଲାଦେଶ ଏହାର ପ୍ରଥମ ମ୍ୟାଚ ଶ୍ରୀଲଙ୍କା ବିରୁଦ୍ଧରେ ଜିତିବା ପରେ ଦ୍ଵିତୀୟ ମ୍ୟାଚରେ ଆଫଗାନିସ୍ଥାନଠାରୁ ହାରିଯାଇଥିଲା। ତେବେ ଭାରତ ଏହାର ଭରପୁର ଫାଇଦା ଉଠାଇବାକୁ ଚେଷ୍ଟା କରିବ ଓ ବାଂଲାଦେଶକୁ ହରାଇବ ବୋଲି ଆଶା କାରାଯାଉଛି।

ନୂଆ ରଣକୌଶଳ

ବୁଧବାର ଖେଳାଯାଇଥିବା ଭାରତ ବନାମ ପାକିସ୍ଥାନ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାକୁ ପିଠିରେ ଆଘାତ ଲାଗିବା କାରଣରୁ ତାଙ୍କୁ ଦଳରୁ ବାହାର କରାଯାଇଛି, ତେବେ ତାଙ୍କ ସ୍ଥାନରେ ଭାରତୀୟ ଦଳରେ ଦୀପକ ଚହରଙ୍କୁ ସାମିଲ କରାଯାଇଛି। ଏହାବ୍ୟତୀତ ଅକ୍ସର ପଟେଲ ଓ ଶାର୍ଦ୍ଦୁଳ ଠାକୁରଙ୍କୁ ମଧ୍ୟ ଆଘାତ କାରଣରୁ ଦଳରୁ ବାଦ ଦିଆଯାଇଛି ଓ ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ଏବଂ ସିଦ୍ଧାର୍ଥ କୌଲଙ୍କୁ ଦଳରେ ସ୍ଥାନ ମିଳିଛି।

ଆଜିର ଏହି ଦୁଇଟି ଯାକ ମ୍ୟାଚ ଦୁବାଇ ଓ ଆବୁଧାବୀରେ ଭାରତୀୟ ସମୟ ସଂନ୍ଧ୍ୟା 5ଟାରୁ ଆରମ୍ଭ ହେବ ଓ ଏହାର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟ୍ସ ନେଟୱାର୍କରେ ଦେଖିପାରିବେ।

#cricket #asiacup2018

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon