• ବେତାର ବ୍ୟୁରୋ

ଏହି ଫୋଟୋ ଟ୍ଵିଟ କରି ବିରାଟ କହିଲେ କରିବି ପୁଣି ଥରେ ଡେବ୍ୟୁ : ଜାଣନ୍ତୁ ସତ କ'ଣ


(ବେତାର ବ୍ୟୁରୋ) ବିରାଟ କୋହଲି ଏମିତି ଏକ ଲୋକପ୍ରିୟ କ୍ରିକେଟ ଖେଳାଳୀ ଅଟନ୍ତି, ଯାହାର କେବଳ ଭାରତରେ ନୁହେଁ ସାରା ଦୁନିଆରେ ଅନେକ ପ୍ରଶଂସକ ରହିଛନ୍ତି। ବିରାଟଙ୍କ ପ୍ରଶଂସକ ମାନେ ଚାହିଁ ରହିଛନ୍ତି ଯେ ସେ କେବେ ବଲିଉଡରେ ଡେବ୍ୟୁ କରିବେ। ତେବେ ପ୍ରଶଂସକ ମାନଙ୍କ ପାଇଁ ବିରାଟ ଆଜି ସକାଳେ ଏକ ଖୁସି ଖବର ଆଣିଦେଇଛନ୍ତି। ବିରାଟ ଏନେଇ ତାଙ୍କ ଟ୍ଵିଟର ଆକାଉଣ୍ଟରେ ଏକ ଟ୍ଵିଟ କରିଛନ୍ତି।

ବିରାଟ କୋହଲି ଶୁକ୍ରବାର ସକାଳେ ଏକ ଟ୍ଵିଟ କରି “ଟ୍ରେଲର”ର ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ସହିତ ସେ ଲେଖିଛନ୍ତି ଯେ, “ ଦଶ ବର୍ଷ ପରେ ଆଉ ଏକ ଡେବ୍ୟୁ, ଅପେକ୍ଷା କରିହେବ ନାହିଁ।“

ବିରାଟ ଶେୟାର କରିଥିବା ଏହି ଫଟୋରେ ଟ୍ରେଲରର ଏକ ଫଟୋ ରହିଛି। ଏହି ଫଟୋରେ ବିରାଟଙ୍କୁ ଏକ ନୂଆ ଷ୍ଟାଇଲରେ ଦେଖିବାକୁ ମିଳିଛି। ପୋଷ୍ଟରରେ ବିରାଟଙ୍କ ପଛପଟେ ନିଆଁ ମଧ୍ୟ ଦେଖିବାକୁ ମିଳିଛି। ତେବେ ଏହି ପୋଷ୍ଟର ଦେଖି କେହି ଜଣେ ଅନୁମାନ କରିପାରିବ ଯେ ବିରାଟଙ୍କର ଏହି ଫିଲ୍ମରେ ଜବରଦସ୍ତ ଆକ୍ସନ ରହିଛି।

ପ୍ରକୃତରେ ବିରାଟଙ୍କ ଦ୍ଵାରା ପୋଷ୍ଟ କରାଯାଇଥିବା ଏହି ପୋଷ୍ଟର ହେଉଛି ଏକ ପୋଷାକ ତିଆରି କରୁଥିବା ବ୍ରାଣ୍ଡର। WROGN ବ୍ରାଣ୍ଡର ଆଗାମୀ ବିଜ୍ଞାପନ ଫିଲ୍ମ ପାଇଁ ଏହି ପୋଷ୍ଟର ରିଲିଜ କରାଯାଇଛି ଓ ବିରାଟ ଏହି ବ୍ରାଣ୍ଡକୁ ସମର୍ଥନ କରିଥାଆନ୍ତି। ପୋଷ୍ଟରରେ ବିରାଟ ଉକ୍ତ ବ୍ରାଣ୍ଡର ଟି-ଶାର୍ଟ ଓ ଜିନ୍ସ ପିନ୍ଧିଛନ୍ତି ଏବଂ ବ୍ରାଣ୍ଡର ନାମକୁ ଦେଖାଉଛନ୍ତି। WROGN ବ୍ରାଣ୍ଡ ତରଫରୁ ଆଗକୁ ଏକ ଛୋଟ ବିଜ୍ଞାପନ ପ୍ରସ୍ତୁତ କରାଯିବ ଓ ସେଥିରେ ବିରାଟଙ୍କୁ ଅଭିନୟ କରୁଥିବାର ଦେଖିବାକୁ ମିଳିବ।

କିଛି ବର୍ଷ ପୂର୍ବରୁ ଅଭିନେତା ରଣବୀର ସିଂ ଓ ରୋହିତ ଶେଟ୍ଟୀ ‘ଚିଙ୍ଗସ’ ପାଇଁ ଏପରି ଏକ ବିଜ୍ଞାପନ ପ୍ରସ୍ତୁତ କରିଥିଲେ ଓ ଏହାକୁ ଦର୍ଶକ ମାନେ ଖୁବ ପସନ୍ଦ କରିଥିଲେ।

#viratkohli #trailer

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon