• ବେତାର ବ୍ୟୁରୋ

ଜାଣନ୍ତୁ: ଘରେ ଝାଡୁ ବ୍ୟବହାର କରିବାର ବାସ୍ତୁ ନିୟମ


(ବେତାର ବ୍ୟୁରୋ) ପ୍ରତ୍ୟେକଙ୍କ ଘରେ ଝାଡୁ ଏକ ଆବଶ୍ୟକୀୟ ଜିନିଷ ଅଟେ। ଘରକୁ ସଫାସୁତୁରା ରଖିବାରେ ଏହା ସାହାଯ୍ୟ କରେ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଯେଉଁଠାରେ ଝାଡୁର ଅପମାନ ହୋଇଥାଏ ସେଠାରେ ଧନ ହାନୀ ହୋଇଥାଏ କାରଣ ଝାଡୁକୁ ମା ଲକ୍ଷ୍ମୀ ଓ ଧନର ପ୍ରତୀକ ବୋଲି କୁହାଯାଇଥାଏ। ବାସ୍ତୁ ଶାସ୍ତ୍ରରେ ମଧ୍ୟ ଝାଡୁ ସମ୍ବନ୍ଧରେ ଅନେକ ନିୟମ ଉଲ୍ଲେଖ ରହିଛି।  

ଝାଡୁକୁ ନେଇ କେଉଁ କେଉଁ ବାସ୍ତୁ ନିୟମ ମାନିବା ଦ୍ଵାରା ଶୁଭଫଳ ମିଳିଥାଏ ଜାଣିରଖନ୍ତୁ।

.ବାସ୍ତୁ ନିୟମ ଅନୁସାରେ ସୂର୍ଯ୍ୟ ଅସ୍ତ ସମୟରେ ଘରେ ଝାଡୁ ଲଗାନ୍ତୁ ନାହିଁ। ଏହାଦ୍ୱାରା ଆର୍ଥିକ ସମସ୍ୟା ଦେଖାଯାଇଥାଏ। ଝାଡୁକୁ କେବେବି ଘରର ବାହାରେ କିମ୍ବା ଛାତ ଉପରେ ରଖନ୍ତୁ ନାହିଁ, ଏହାର ପ୍ରଭାବରେ ଘରେ ଚୋରି ବା କ୍ଷତି ହେବାର ଆଶଙ୍କା ରହିଥାଏ। ସେହିପରି ଘର ମଧ୍ୟରେ ଝାଡୁକୁ ସବୁବେଳେ ଶୁଆଇକରି ରଖନ୍ତୁ। ଝାଡୁକୁ କାନ୍ଥ ଦାଢରେ ଠିଆ କରି ରଖିବା ଦ୍ଵାରା ଘର ମଧ୍ୟରେ କଳହ ବଢିଥାଏ।

.ମା ଲକ୍ଷ୍ମୀଙ୍କର କୃପା  ଲାଭ କରିବା ପାଇଁ ଘର ମୁଖ୍ୟ କବାଟ ପଛରେ ଏକ ଛୋଟ ଝାଡୁ ଝୁଲାଇ ଦିଅନ୍ତୁ। ଏହାଦ୍ୱାରା ଘରେ କେବେବି ଆର୍ଥିକ ଦୁରବସ୍ଥା ଦେଖାଯିବ ନାହିଁ। ଝାଡୁରେ କେବେବି କାହାକୁ ମାରନ୍ତୁ ନାହିଁ, ଏହା ଅଶୁଭ ପ୍ରଭାବ ପକାଇଥାଏ।

.ଝାଡୁକୁ ସବୁବେଳେ ସଫା ରଖନ୍ତୁ, ଏହାକୁ ଓଦା ରଖନ୍ତୁ ନାହିଁ ଓ ପୁରୁଣା ଝାଡୁକୁ ଘର ବାହାରେ ଏଣେତେଣେ ପକାନ୍ତୁ ନାହିଁ। ଫଳ ସ୍ୱରୂପ ଘରର ବାସ୍ତୁ ଖରାପ ହୋଇଥାଏ ଓ ଘର ସୁଖଶାନ୍ତି ନଷ୍ଟ ହୋଇଥାଏ। ପୁରୁଣା ହୋଇଥିବା ଝାଡୁକୁ ମାଟି ତଳେ ପୋତି ଦିଅନ୍ତୁ।

.ଘରର ଉତ୍ତର-ପୂର୍ବ କୋଣରେ ଝାଡୁ କିମ୍ବା ଡଷ୍ଟବିନ ରଖନ୍ତୁ ନାହିଁ। ଏପରି କରିବା ଦ୍ଵାରା ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ଓ ଅଶୁଭ ଫଳ ମିଳିଥାଏ।

.ପରିବାର କୌଣସି ସଦସ୍ୟ ଯଦି କିଛି ଶୁଭ କାର୍ଯ୍ୟରେ ବାହାରକୁ ଯାଉଥାଆନ୍ତି ତେବେ ସେମାନେ ଯିବା ପରେ ଘରେ ଝାଡୁ କରନ୍ତୁ ନାହିଁ।

.ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ସ୍ଥାନରେ ଧାନ ଓ ଖାଇବା ଜିନିଷ ରହିଥାଏ ସେଠାରେ ଝାଡୁ ରଖନ୍ତୁ ନାହିଁ। ସେହିପରି ପୁରୁଣା ଝାଡୁକୁ କେବଳ ଶନିବାରରେ ହିଁ ପରିବର୍ତ୍ତନ କରି ନୂଆ ଝାଡୁ ବ୍ୟବହାର କରନ୍ତୁ।

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )

#vastu #vastutips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon