• ବେତାର ବ୍ୟୁରୋ

ବିଗବସ12ର ପ୍ରତିଯୋଗୀ ସୌରଭ ଦେଇଛନ୍ତି ମିଛ ପରିଚୟ !


(ବେତାର ବ୍ୟୁରୋ) ବିବାଦୀୟ ଟେଲିଭିଜନ ଶୋ ବିଗବସ-12 ଆରମ୍ଭରୁ ହିଁ ଖୁବ ଚର୍ଚ୍ଚାରେ ରହିଛି। ଏହି ସିଜିନରେ ସେଲିବ୍ରିଟିଙ୍କ ସହିତ ସାଧାରଣ ଲୋକମାନେ ମଧ୍ୟ ଘର ମଧ୍ୟକୁ ପ୍ରବେଶ କରିଛନ୍ତି। ସେହିପରି ଚଳିତ ସିଜିନରେ ବିଚିତ୍ର ଯୋଡି ଭାବରେ ପ୍ରବେଶ କରିଛନ୍ତି ଶିବାଶିଷ ଓ ସୌରଭ। ଉଭୟଙ୍କ ଯୋଡିକୁ ଖୁବ ମଜଭୁତ ବୋଲି ମଧ୍ୟ ବିବେଚନା କରାଯାଉଛି। କିନ୍ତୁ ସୌରଭ ଏହି ଶୋ' କୁ ଆସିବା ପାଇଁ ନିଜ ମିଛ ପରିଚୟ ଦେଇଛନ୍ତି ବୋଲି ଖବର ସାମ୍ନାକୁ ଆସିଛି।

ଏଣ୍ଟରଟେନମେଣ୍ଟ ୱେବସାଇଟ ବଲିଉଡ ଲାଇଫରେ ପ୍ରକାଶିତ ଖବର ଅନୁଯାୟୀ ଏହି ଶୋ' ରେ ସୌରଭ ନାମରେ ଘରକୁ ପ୍ରବେଶ କରିଥିବା ବ୍ୟକ୍ତିଙ୍କ ପ୍ରକୃତ ନାମ ସୌରଭ ନୁହେଁ ଏବଂ ସେ ଜଣେ ଚାଷୀ ମଧ୍ୟ ନୁହନ୍ତି। ସେ ପେଷାରେ ଜଣେ କାଷ୍ଟିଙ୍ଗ ଡ଼ାଇରେକ୍ଟର ଅଟନ୍ତି। ସେ ବହୁତ ସମୟ ହେବ ଅଭିନୟରେ ପାଦ ଦେବା ପାଇଁ ଚାହୁଁଥିଲେ। ସେ ରଶ୍ମି ଶର୍ମା ଓ BAG films ପରି ପ୍ରଡକ୍ସନ ହାଉସ ପାଇଁ କାଷ୍ଟିଙ୍ଗ ନିର୍ଦ୍ଦେଶକ ଭାବେ କାମ କରିସାରିଛନ୍ତି ଏବଂ ତାଙ୍କର ପ୍ରକୃତ ନାମ ସାହିଲ ରାମେଶ୍ଵର ପଟେଲ ଅଟେ।

ଅନ୍ୟ ପକ୍ଷରେ ସୌରଭଙ୍କ ଭାଇ ଏହି ଖବରକୁ ଖଣ୍ଡନ କରିଛନ୍ତି ଓ ବଲିଉଡ ଲାଇଫକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ତାଙ୍କ ପିତାଙ୍କ ନାମ ରାମେଶ୍ଵର ପାଟିଲ କିନ୍ତୁ ସୌରଭଙ୍କ ନାମ ସାହିଲ ନୁହେଁ। ସୌରଭଙ୍କ କାଷ୍ଟିଙ୍ଗ ନିର୍ଦ୍ଦେଶକ ଭାବେ କାମ କରିବାକୁ ନେଇ ପ୍ରଶ୍ନ କରାଯିବାରୁ ସେ ଚୁପ ରହିଥିଲେ।

ବିଗବସର ଏକ ଭାଇରାଲ ଭିଡିଓରେ ଶିବାଶିଷ ମଧ୍ୟ ସୌରଭଙ୍କୁ ସାହିଲ ବୋଲି ଡାକୁଥିବାର ଦେଖିବାକୁ ମିଳିଛି। ଏହାବ୍ୟତୀତ ସୌରଭଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ସେ କାଷ୍ଟିଙ୍ଗ ନିର୍ଦ୍ଦେଶକଙ୍କ ଆଗରେ ଏକ ମଡେଲ ଭାବରେ ପୋଜ ଦେଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ସାଧାସିଧା ସ୍ଵଭାବ ପାଇଁ ସୌରଭଙ୍କୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି। ତେବେ ସୌରଭଙ୍କର ଏପରି ସତ ଜାଣିବା ପରେ ଦର୍ଶକମାନେ ବିପରୀତ ପ୍ରତିକ୍ରିୟା ଦେଇ ପାରନ୍ତି। ଆଗରୁ ମଧ୍ୟ ବିଗବସରେ ପ୍ରତିଯୋଗୀ ମାନଙ୍କୁ ନେଇ ଅନେକ କଥା ସାମ୍ନାକୁ ଆସିଛି।

#entertainment #tvshow #biggboss12

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon