• ବେତାର ବ୍ୟୁରୋ

ଶୋଇବା ଆଗରୁ ପିଅନ୍ତୁ ପୋଦିନା- ଲେମ୍ବୁ ଚାହା: ବ୍ରଣ ଓ ତେଲିଆ ଚର୍ମ ପାଇଁ ଉପକାରୀ


(ବେତାର ବ୍ୟୁରୋ) ପୋଦିନା ଓ ଲେମ୍ବୁକୁ ନିୟମିତ ଭାବରେ ଖାଇଥାଉ। କିନ୍ତୁ ପୋଦିନା ଓ ଲେମ୍ବୁରେ ପ୍ରସ୍ତୁତ ଚା ମଧ୍ୟ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ। ପୋଦିନାରେ ପ୍ରଚୁର ପରିମାଣର ଭିଟାମିନ-ଏ ମିଳିଥାଏ ଓ ଲେମ୍ବୁରେ ଭିଟାମିନ-ସି ରହିଥାଏ। ପୋଦିନା ଓ ଲେମ୍ବୁରେ ପ୍ରସ୍ତୁତ ଚା ମନୁଷ୍ୟ ଶରୀର ପାଇଁ କୌଣସି ଔଷଧ ଠାରୁ କମ ହୋଇନଥାଏ। ଏହି ଚା ଆପଣଙ୍କ ଓଜନ କମ କରିବାରେ ସାହାଯ୍ୟ କରିଥାଏ ଓ ଶରୀରକୁ ଅନେକ ଫାଇଦା ଦେଇଥାଏ।

ତେବେ ପ୍ରତିଦିନ ଶୋଇବା ଆଗରୁ ଏହି ଚା ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ ଜାଣି ରଖନ୍ତୁ।

୧.କିଡନି ଷ୍ଟୋନକୁ ଦୂର କରିଥାଏ: ଲେମ୍ବୁ ଓ ପୋଦିନା ଦୁଇଟି ଯାକ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଆନ୍ତି। ଏଥିରେ ପ୍ରସ୍ତୁତ ଚା କିଡନୀ ଷ୍ଟୋନ ପାଇଁ ଔଷଧ ପରି କାମ କରିଥାଏ। ଲେମ୍ବୁରେ ଥିବା ସାଇଟ୍ରିକ ଏସିଡ କିଡନୀ ଷ୍ଟୋନକୁ ସଂପୂର୍ଣ୍ଣ ଭାବରେ ଦୂର କରିଥାଏ। ଏହି ଚା ପିଇବା ଦ୍ଵାରା ୟୁରାଇନ ମଧ୍ୟ ପତଳା ହୋଇଥାଏ।

୨.ମାସିକ ଧର୍ମ ସମୟର ଯନ୍ତ୍ରଣାକୁ ଦୂର କରେ: ଲେମ୍ବୁ ଓ ପୋଦିନା ଚା ପିଇବା ଦ୍ଵାରା ମହିଳା ମାନଙ୍କୁ ମାସିକ ଧର୍ମ ସମୟରେ ହେଉଥିବା ଯନ୍ତ୍ରଣା ଦୂର ହୋଇଏ। ଏହାସହିତ ଶରୀରରେ ଥିବା ବିଷାକ୍ତ ତତ୍ତ୍ଵ ମଧ୍ୟ ବାହାର କରିବାରେ ସାହାଯ୍ୟ କରେ।

୩.ବ୍ରଣକୁ ଦୂର କରେ: ଲେମ୍ବୁ ଓ ପୋଦିନାରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଥାଏ ଯାହା ବ୍ରଣକୁ ଦୂର କରିଥାଏ। ଏଥିପାଇଁ ପାଣି ଗରମ କରି ଏଥିରେ ଅଳ୍ପ ଚା’ପତି ଓ ପୋଦିନା ଲେମ୍ବୁ ମିଶାଇ ଚା ତିଆରି କରନ୍ତୁ। ଯଦି ଆପଣ ନିୟମିତ ଭାବରେ ଚା ପିଉଥାଆନ୍ତି ତେବେ ପ୍ରତିଦିନ ଶୋଇବା ଆଗରୁ ଓ ସକାଳୁ ଖାଲି ପେଟରେ ଏହାକୁ ପିଅନ୍ତୁ।

୪.ତ୍ଵଚାରୁ ତେଲିଆ ଅଂଶ କମ କରେ: ଯଦି ଆପଣଙ୍କ ତ୍ଵଚା ତେଲିଆ ଅଟେ ତେବେ ନିୟମିତ ଭାବରେ ଲେମ୍ବୁ ଓ ପୋଦିନାରେ ପ୍ରସ୍ତୁତ ଚା ପିଅନ୍ତୁ। ତ୍ଵଚା ଅଧିକ ତେଲିଆ ହେବା ଦ୍ଵାରା ତ୍ଵଚାରେ ଜୀବାଣୁ ଜମା ହୋଇଥାନ୍ତି ଓ ଅନେକ ତ୍ଵଚା ସମସ୍ୟା ଦେଖାଯାଇଥାଏ। ପୋଦିନାରେ ଥିବା ମେନ୍ଥଲ ତ୍ଵଚାରେ ତେଲର ଅଂଶକୁ ନିୟନ୍ତ୍ରଣ କରିଥାଏ।

୫. ମୁଣ୍ଡ ବୁଲାଇବା ଓ ବାନ୍ତିକୁ ଦୂର କରେ: ଅନେକ ଲୋକଙ୍କୁ ଟ୍ରେନ, କାର ଓ ବସରେ ଯିବା ସମୟରେ ମୁଣ୍ଡ ବୁଲାଇବା ସହିତ ବାନ୍ତି ପରି ସମସ୍ୟା ଦେଖାଯାଇଥାଏ। ଏଥିରୁ ବଞ୍ଚିବା ପାଇଁ ଗରମ ପୋଦିନା ଚା’ରେ ଅଳ୍ପ ଲେମ୍ବୁ ରସ ମିଶାଇ ଏହାର ବାସ୍ନାକୁ ଶୁଙ୍ଘନ୍ତୁ।

୬.ଓଜନ କମ କରେ: ଯେଉଁ ମାନେ ଶରୀରର ମୋଟାପଣ କମ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ଚା’ ବହୁତ ଉପାଦେୟ ହୋଇଥାଏ। ଏହା କୌଣସି ପାର୍ଶ୍ଵ ପ୍ରତିକ୍ରିୟା ବିନା ଶରୀରର ଓଜନ କମ କରେ ଓ ମାନସିକ ଦୁଃଶ୍ଚିନ୍ତା ଦୂର କରେ।

#healthtips #lemonminttea

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon