- ବେତାର ବ୍ୟୁରୋ
ଏୟାରଟେଲର ଟ.୨୮୯ ପ୍ୟାକ:1GB ଡାଟା 48 ଦିନ

(ବେତାର ବ୍ୟୁରୋ) ଭାରତରେ ମୋବାଇଲ ନେଟୱାର୍କ କମ୍ପାନୀ ମଧ୍ୟରେ ଦିନକୁ ଦିନ ପ୍ରତିଯୋଗୀତା ବଢିବାର ଲାଗିଛି। ପ୍ରତି ସପ୍ତାହରେ ଓ ନିୟମିତ ବ୍ୟବଧାନରେ ପ୍ରତି କମ୍ପାନୀ ନୂଆ ନୂଆ ରିଚାର୍ଜ ପ୍ୟାକ ଲଞ୍ଚ କରୁଛନ୍ତି। ଏହି ପ୍ରତିଯୋଗୀତା ମଧ୍ୟରେ ସବୁଠାରୁ ବଡ ପ୍ରତିଦ୍ଵନ୍ଦୀ ହେଉଛନ୍ତି ଏୟାରଟେଲ, ଭୋଡାଫୋନ ଓ ରିଲାଏନ୍ସ ଜିଓ। ପ୍ରତ୍ୟେକ ନିଜ ଆଡକୁ ଗ୍ରାହକ ମାନଙ୍କୁ ଆକର୍ଷିତ କରିବା ପାଇଁ ନୂଆ ନୂଆ ଅଫର ଲଞ୍ଚ କରୁଛନ୍ତି। ତେବେ ଏୟାରଟେଲ ତରଫରୁ ଏକ ନୂଆ ପ୍ଳାନ ଲଞ୍ଚ କରାଯାଇଛି।
ଏହି ନୂଆ ଅଫର ଟିକୁ ଖାସ କରି ଅଧିକ ଭଏସ କଲ କରୁଥିବା ବ୍ୟବହାର କାରୀଙ୍କ ପାଇଁ ଲଞ୍ଚ କରାଯାଇଛି। ଟେଲିକମ ଖବର ପ୍ରକାଶ କରୁଥିବା ୱେବସାଇଟ ଟେଲିକମ ଟକରେ ପ୍ରକାଶିତ ଖବର ଅନୁଯାୟୀ ଏୟାରଟେଲର ଏହି ଟ.୨୮୯ ପ୍ୟାକରେ ଗ୍ରାହକଙ୍କୁ ଅନଲିମିଟେଡ଼ କଲର ସୁବିଧା ମିଳିବ।
ଏହି ଟ.୨୮୯ ପ୍ୟାକରେ ଜଣେ ଗ୍ରାହକ ଭାରତର ଯେ କୌଣସି ସ୍ଥାନକୁ ଅନଲିମିଟେଡ ଲୋକାଲ, ଏସଟିଡି ଓ ରୋମିଙ୍ଗ କଲ କରିପାରିବ। ଏହି କଲରେ କୌଣସି ଦୈନିକ ସୀମା ରହିବ ନାହିଁ। ଏହାସହିତ ଦୈନିକ ୧୦୦ଟି ଏସ.ଏମ.ଏସ ମଧ୍ୟ କରିପାରିବେ। ତେବେ ଇଣ୍ଟରନେଟ ବ୍ୟବହାର କରିବା ପାଇଁ ଗ୍ରାହକଙ୍କୁ କେବଳ ୧ଜିବି ଡାଟା ମିଳିବ। ଏହି ପ୍ୟାକର ବୈଧତା ୪୮ଦିନ ପର୍ଯ୍ୟନ୍ତ ରହିବ।
ଏହି ପ୍ୟାକରେ ଇଣ୍ଟରନେଟ ବ୍ୟବହାର କରିବା ପାଇଁ ମୋଟ ୧ଜିବି ଡାଟା ମିଳୁଥିବାରୁ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ଅଲଗା ଡାଟା ପ୍ୟାକ ପକାଇବାକୁ ପଡିପାରେ। ଏହି ପ୍ୟାକଟି ସେହି ଲୋକଙ୍କ ପାଇଁ ଅଧିକ ଉପାଦେୟ ହେବ ଯେଉଁମାନେ ଡାଟା ଅପେକ୍ଷା ଅଧିକ କଲର ବ୍ୟବହର କରିଥାଆନ୍ତି। ଏହି ଅଫରଟି ବର୍ତ୍ତମାନ ଭାରତର ସମସ୍ତ ସର୍କଲରେ ଉପଲବ୍ଧ ଅଟେ।
ଅନ୍ୟପଟେ ଜିଓ ତାର ଗ୍ରାହକଙ୍କୁ ଟ.୯୮ ରେ ଏକ ପ୍ରିପେଡ ରିଚାର୍ଜ ପ୍ୟାକ ଅଫର କରୁଛି, ଏଥିରେ ଗ୍ରାହକଙ୍କୁ ଅନଲିମିଟେଡ କଲ ସହିତ ମୋଟ ୨ଜିବି ଡାଟା ମିଳୁଛି।