• ବେତାର ବ୍ୟୁରୋ

ଧନୀ ଜାମାତା ଓ ଗର୍ବୀ ଶାଶୁ କାହାଣୀକୁ ନେଇ ସିରିଏଲ “ଜ୍ଵାଇଁ ନମ୍ବର 1”


(ବେତାର ବ୍ୟୁରୋ)  ଏକ ଭିନ୍ନ ଧରଣର କାହାଣୀକୁ ନେଇ ଓଡ଼ିଆ ଚ୍ୟାନେଲ ଜୀ ସାର୍ଥକରେ ସୋମବାର ଠାରୁ ପ୍ରସାରିତ ହେବାକୁ ଯାଉଛି ଏକ ନୂତନ ଧାରାବାହିକ “ଜ୍ଵାଇଁ ନମ୍ବର 1”। ଏହି ଧାରାବାହିକଟି ପ୍ରତି ସୋମବାରରୁ ଶନିବାର ରାତି 9.30ରେ ପ୍ରସାରିତ ହେବ।

ଜୀ ସାର୍ଥକରେ ଆଗରୁ ପ୍ରସାରିତ ଅନ୍ୟ ସମସ୍ତ ଧାରାବାହିକ ପରି ଏହି ନୂଆ ଧାରାବାହିକରେ ମଧ୍ୟ ରହିଛି ଅନେକ ନୂତନତା ଓ କୌତୁହଳତା, ଯାହା ଦର୍ଶକମାନଙ୍କୁ ଏହି ଧାରାବାହିକ ଦେଖିବା ପାଇଁ ଆକର୍ଷିତ କରିବ ଓ ଦର୍ଶକମାନେ ଏହି ଧାରାବାହିକକୁ ଖୁବ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ଏହାର ନିର୍ମାତା।

ଧାରାବାହିକର କାହାଣୀ ଘରର ଜ୍ଵାଇଁ ଉପରେ ଆଧାରିତ। କିପରି ଶାଶୁ ଘର ପରିବାର ମଧ୍ୟରେ ଥିବା ତିକ୍ତତା ଓ ନିଜ ଲୋକ ମାନଙ୍କ ମଧ୍ୟରେ ଥିବା ସମ୍ପର୍କର ଦୂରତାକୁ ଦୂର କରିବା ଜ୍ଵାଇଁର ମୂଳଲକ୍ଷ୍ୟ ପାଲଟି ଯାଏ ତାହା ଏଥିରେ ଚିତ୍ରିତ କରାଯାଇଛି।

କାହାଣୀର ମୁଖ୍ୟ ନାୟକ ଜଣେ ଧନୀ ବ୍ୟବସାୟୀ। ଏତେ ଧନୀ ହୋଇ ମଧ୍ୟ ସାଧାରଣ ମଣିଷ ପରି ଚଳିବାକୁ ପସନ୍ଦ କରନ୍ତି। ତାଙ୍କର ବ୍ୟକ୍ତିତ୍ଵ ତାଙ୍କ ଚରିତ୍ରକୁ ଦର୍ଶାଇଥାଏ। ପରିସ୍ଥିତିକ୍ରମେ ତାଙ୍କୁ ମିଳେ ଜଣେ ଅହଙ୍କାରୀ ଧନୀ ଶାଶୁ। ତାଙ୍କ ଶାଶୁ କେବଳ ଧନକୁ ପ୍ରାଧାନ୍ୟ ଦେଇଥାଆନ୍ତି। ସମ୍ପର୍କର ମାନେ ତାଙ୍କ ଆଗରେ କିଛି ବି ନୁହେଁ। କିନ୍ତୁ ତାଙ୍କ ଝିଅର ବ୍ୟକ୍ତିତ୍ଵ ତାଙ୍କଠାରୁ ଠିକ ବିପରୀତ। ତାଙ୍କ ପାଇଁ ସମ୍ପର୍କ ଆଗରେ ଟଙ୍କାର ମୂଲ୍ୟ କିଛି ବି ନୁହେଁ।

ଏହି ଧାରାବାହିକରେ ଜ୍ଵାଇଁ ଭାବରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ରାଜା। ରାଜାଙ୍କ ବ୍ୟତୀତ ଦେବିକା, ତୃପ୍ତି ସିହ୍ନା, ପ୍ରିୟା ମହାପାତ୍ର, ଶ୍ରୁଭାଂଶୁ ଓ ଫ୍ଲୋରେନ୍ସ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।ତେବେ ନିଜ ଶାଶୁଘରେ ଜ୍ଵାଇଁ କିପରି ପରିବାର ସଦସ୍ୟଙ୍କ ମଧ୍ୟରେ ଦୂରତାକୁ କମ କରିପାରୁଛି ତାହା ଧାରାବାହିକ ଦେଖିଲେ ଜଣାପଡିବ।

#entertainment #ollywood #serial

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon