• ବେତାର ବ୍ୟୁରୋ

ସାପ୍ତାହିକ ରାଶିଫଳ : କାହାର ହେବ ଅଟକି ଥିବା କାମ ସଫଳ


(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

ମେଷ: ବ୍ୟୟରେ ବୃଦ୍ଧି ଘଟିବ। ପରିବାର ଓ ବ୍ୟବସାୟ ମଧ୍ୟରେ ସନ୍ତୁଳନ ରକ୍ଷା କରନ୍ତୁ। ପାରିବାରିକ ଜୀବନରେ ବିଶୃଙ୍ଖଳା ଦେଖାଦେବ। କୌଣସି କଥାକୁ ନେଇ କାହା ସହିତ ଝଗଡା ହୋଇପାରେ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ ଓ ପଦୋନ୍ନତିର ମଧ୍ୟ ସମ୍ଭାବନା ରହିଛି। 

ବୃଷ: ବହୁ ଦିନରୁ ଆଶା କରିଥିବା କାମଟି ସଫଳ ହେବ, ସେଥିପାଇଁ ବହୁତ ଖୁସି ରହିବେ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ। ମାଲିମକୋଦ୍ଦମା କେସରେ ଜୟଲାଭ କରିବେ। ପୁରୁଣା ବ୍ୟାଙ୍କ ଋଣ ମଧ୍ୟ ଏହି ସମୟରେ ସୁଝିବେ। ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିବେ।

ମିଥୁନ: ଦୁରସ୍ଥାନକୁ ଯାତ୍ରା କରିପାରନ୍ତି। ପିତାଙ୍କର ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ବୈବାହିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଯାନବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ।

କର୍କଟ: ସପ୍ତାହରେ ଆପଣ ଅନେକ ସମସ୍ୟାର ସମ୍ମୁଖୀନ ହେବେ। ସ୍ୱାସ୍ଥ୍ୟରେ ମଧ୍ୟ ଅବନତି ଘଟିବ। ବୈବାହିକ ଜୀବନରେ କଳହ ସୃଷ୍ଟି ହେବ। କର୍ମକ୍ଷେତ୍ରରେ ନିଜର ଭଲ ପ୍ରଦର୍ଶନ ପାଇଁ ପ୍ରଶଂସିତ ହେବେ ଓ ପଦୋନ୍ନତିର ମଧ୍ୟ ଆଶଙ୍କା ରହିଛି।

ସିଂହ: ଦୁରସ୍ଥାନକୁ ଯାତ୍ରା କରିବେ ଓ ଯାତ୍ରା ସଫଳ ରହିବ। ପରିବାର ସଦସ୍ୟଙ୍କ ସହିତ ହସଖୁସିରେ ସମୟ କାଟିବେ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗର ହାତ ବଢାଇବେ। ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ।

କନ୍ୟା: ଘରେ କୌଣସି ପବିତ୍ର କାର୍ଯ୍ୟ ଅନୁଷ୍ଠିତ ହେବ। କର୍ମକ୍ଷେତ୍ରରେ ଦକ୍ଷତା ଓ ସମ୍ମାନ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଘଟିବ। କୌଣସି କାରଣରୁ ଘରଠାରୁ ଦୂରକୁ ଯିବାକୁ ପଡିପାରେ। ଛାତ୍ରଛାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବେ।

ତୁଳା: ପରିବାରିକ ଜୀବନ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ପରିବାରରେ କୌଣସି କଥାକୁ ନେଇ ବିବାଦ ଉପୁଜିପାରେ। ସନ୍ତାନଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିପାରେ।ବ୍ୟୟ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ସଚ୍ଚୋଟତାର ସହ କାର୍ଯ୍ୟ କରନ୍ତୁ ନଚେତ ଅସୁବିଧାରେ ପଡ଼ିପାରନ୍ତି।

ବିଛା: ଭାଇଭଉଣୀଙ୍କ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ। ଭାଇଭଉଣୀଙ୍କ ସହ କୌଣସି କଥାକୁ ନେଇ ଯୁକ୍ତି ହୋଇପାରେ। କର୍ମକ୍ଷେତ୍ରରେ ନିଜର ଭଲ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ। ଆୟ ସହିତ ବ୍ୟୟରେ ମଧ୍ୟ ବୃଦ୍ଧି ହେବ। ଧାର୍ମିକ କାର୍ଯ୍ୟପ୍ରତି ମନ ବଳାଇବେ।

ଧନୁ: କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି, ଯାହା ଆପଣଙ୍କ ପାଇଁ ପରବର୍ତ୍ତୀ ମୁହୂର୍ତ୍ତରେ ଲାଭଦାୟକ ହେବ। ଯଦି ଆପଣ ଅନ୍ୟ କୌଣସି ସ୍ଥାନକୁ ସ୍ଥାନାନ୍ତରିତ ହେବାକୁ ଚାହୁଁଛନ୍ତି, ତେବେ ଏହା ଉଚିତ ସମୟ ଅଟେ। ଛାତ୍ରଛାତ୍ରୀମାନେ ପରିଶ୍ରମର ଫଳ ପାଇବେ।

ମକର: କର୍ମକ୍ଷେତ୍ରରେ ଭଲ ସମୟ ବିତାଇବେ। ନିଜର କଥା କହିବାର ଶୈଳୀ ଓ ନିଷ୍ପତ୍ତି ନେବାର ଦକ୍ଷତା କାରଣରୁ ସିନିୟର ଅଧିକାରୀଙ୍କ ମନ କିଣି ପାରିବେ। ନୂତନ ଜମି କିଣିବା ପାଇଁ ଯୋଜନା କରିପାରନ୍ତି। ଆୟ ଓ ବ୍ୟୟ ଉଭୟ ମଧ୍ୟମଧରଣର ରହିବ। ସ୍ୱାସ୍ଥ୍ୟରେ ଅବନତି ଘଟିପାରେ।

କୁମ୍ଭ: ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ। ସାବଧାନତାର ସହ ଯାନବାହାନ ଚଳାଚଳ କରନ୍ତୁ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଉଚିତ ଫଳାଫଳ ପାଇବେ। ଧାର୍ମିକ କାର୍ଯ୍ୟପ୍ରତି ମନବଳାଇବେ।

ମୀନ: କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରନ୍ତୁ। ବହୁ ଦିନରୁ ଆଶା କରିଥିବା କାର୍ଯ୍ୟଟି ପୂରଣ ହେବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ସନ୍ତାନଙ୍କ ସହିତ ବନ୍ଧୁ ପରି ବ୍ୟବହାର କରନ୍ତୁ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ।

#astrology #horoscope #weekly

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon