• ବେତାର ବ୍ୟୁରୋ

ଏପରି ପାକିସ୍ତାନ ଟିମ ଭାରତକୁ ହରାଇ ପାରିବ ନାହିଁ : ହରଭଜନ ସିଂ


(ବେତାର ବ୍ୟୁରୋ) ଏସିଆ କପ 2018ରେ ରବିବାର ସୁପର-4ରେ ଖେଳା ଯାଇଥିବା ଭାରତ ବନାମ ପାକିସ୍ଥାନ ମ୍ୟାଚରେ ଭାରତ 9 ୱିକେଟରେ ପାକିସ୍ଥାନକୁ ହରାଇଛି। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଓ ଶିଖର ଧାୱନଙ୍କ ଶତକୀୟ ପାରି ବଳରେ ଭାରତକୁ ଏହି ବୃହତ୍ତ ବିଜୟ ମିଳିଛି। ତେବେ ଭାରତର ଏହି ବିଜୟ ପରେ ଭାରତର ଅଫ-ସ୍ପିନର ବୋଲର ହରଭଜନ ସିଂ, ଉଭୟ ରୋହିତ ଓ ଶିଖରଙ୍କ ପ୍ରଦର୍ଶନ ପାଇଁ ଶୁଭକାମନା ଜଣାଇବା ସହିତ କହିଥିଲେ ଯେ ଏହି ପାକିସ୍ଥାନୀ ଦଳ ଭାରତକୁ କେବେବି ହରାଇ ପାରିବେ ନାହିଁ।

ଇଣ୍ଡିଆ ଟୁଡେ କୁ ଦେଇଥିବା ସାକ୍ଷାତକାରରେ ହରଭଜନ କହିଛନ୍ତି ଯେ, “ ଉଭୟ ଦଳ ମଧ୍ୟରେ ବହୁତ ବଡ ପାର୍ଥକ୍ୟ ରହିଛି। ଏହି ପାକିସ୍ଥାନୀ ଦଳ ଭାରତକୁ ହରାଇବାର ମନୋବୃତ୍ତି ରଖିନାହାନ୍ତି। ସେମାନେ କେବଳ ଖେଳୁଛନ୍ତି, କିନ୍ତୁ ଜିତିବା ପାଇଁ ଖେଳୁନାହାନ୍ତି। ବର୍ତ୍ତମାନ ଏସିଆ କପ 2018 ଜିତିବା ପାଇଁ ଭାରତ ଏକମାତ୍ରା ଯୋଗ୍ୟ ଦଳ ଅଟେ।“

ଏହି ମ୍ୟାଚରେ ଉଭୟ ରୋହିତ ଶର୍ମା ଓ ଶିଖର ଧାୱନ ଶତକ ହାସଲ କରିଛନ୍ତି। ରୋହିତ ଶର୍ମା 119ଟି ବଲ ଖେଳି 111ରନ ସଂଗ୍ରହ କରିଥିଲେ ଓ ନଟଆଉଟ ରହିଥିଲେ ଏବଂ ଶିଖର ଧାୱନ 100ବଲ ଖେଳି 114ରନ ସଂଗ୍ରହ କରିଥିଲେ। ଉଭୟଙ୍କ ପାର୍ଟନରସିପ ଦଳକୁ ଏକ ମଜଭୁତ ଆରମ୍ଭ ଦେଇଥିଲା।

ତେବେ ପାକିସ୍ଥାନ ତରଫରୁ ସୋଏବ ମଲ୍ଲିକ 78ରନ ସଂଗ୍ରହ କରିଥିଲେ କିନ୍ତୁ ଅନ୍ୟକୌଣସି ଖେଳାଳୀ ଭଲ ପ୍ରଦର୍ଶନ କରିପାରିନଥିଲେ। ସେଥିପାଇଁ ହରଭଜନ କହିଥିଲେ ଯେ, “ସୋଏବଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳୀ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିନଥିଲେ। ଏହାହିଁ ଦୁଇ ଦଳ ମଧ୍ୟରେ ସବୁଠାରୁ ବଡ ପାର୍ଥକ୍ୟ।“

ରୋହିତ ଶର୍ମା ଅଧିନାୟକ ଭାବରେ ଭଲ ପ୍ରଦର୍ଶନ କରୁଛନ୍ତି ଓ କୋହଲିଙ୍କ ବ୍ୟତୀତ ରୋହିତ ମଧ୍ୟ ଭାରତ ପାଇଁ ଜଣେ ଭଲ ଅଧିନାୟକ ହୋଇପାରିବେ ବୋଲି ସେ କହିଛନ୍ତି।

ତେବେ ରବିବାର ଭାରତ ପାକିସ୍ଥାନକୁ ହରାଇବା ପରେ ଫାଇନାଲରେ ସ୍ଥାନ ପାଇଛି। ଆଜି ସୁପର-4 ମ୍ୟାଚରେ ଭାରତ ଆଫଗାନିସ୍ଥାନ ସହ ମ୍ୟାଚ ଖେଳିବ। ବୁଧବାର ବାଂଲାଦେଶ ଓ ପାକିସ୍ଥାନ ମଧ୍ୟରୁ ଯିଏ ମ୍ୟାଚ ଜିତିବ ଭାରତ ସେହି ଦଳ ସହିତ ସେପ୍ଟେମ୍ବର 28 ତାରିଖରେ ଫାଇନାଲ ଖେଳିବ।

#asiacup2018 #cricket

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon