• ବେତାର ବ୍ୟୁରୋ

ବଜାର ବେତାର : ଫ୍ଲିପକାର୍ଟ ବିଗ ବିଲିୟନ ଡେ' ସେଲ ଅକ୍ଟୋବର 10ରୁ


(ବେତାର ବ୍ୟୁରୋ) ଆସନ୍ତା ପାର୍ବଣ ଋତୁରେ ଗ୍ରାହକମାନଙ୍କୁ ଅଫର ମାଧ୍ୟମରେ ଆକର୍ଷିତ କରିବା ପାଇଁ ଇ-କମର୍ସ କମ୍ପାନୀ ଗୁଡିକ  ପ୍ରସ୍ତୁତ ହୋଇସାରିଲେଣି।

ନିକଟରେ ଫ୍ଲିପକାର୍ଟ ତରଫରୁ ଏହାର ବହୁ ପ୍ରତୀକ୍ଷିତ  ବିଗ ବିଲିୟନ ଡେ ସେଲର ଘୋଷଣା କରାଯାଇଛି। ଏହି ସେଲ ଅକ୍ଟୋବର 10 ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର 14 ତାରିଖ ପର୍ଯ୍ୟନ୍ତ ଚାଲିବ। 

ପାଞ୍ଚଦିନ ଧରି ହେବାକୁ ଥିବା ଏହି ସେଲରେ ମୋବାଇଲ, ଗ୍ୟାଜେଟ, ଟିଭି ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀରେ ଗ୍ରାହକଙ୍କୁ ରିହାତି ଅଫର ମିଳିବ। ଫ୍ଲିପକାର୍ଟର ପ୍ରତିଦ୍ଵନ୍ଦୀ କମ୍ପାନୀ ଆମାଜନ ମଧ୍ୟ ପାର୍ବଣ ସେଲ ଆରମ୍ଭ କରିବା,କିନ୍ତୁ ଆମାଜନ ତରଫରୁ କୌଣସି ତାରିଖ ଘୋଷଣା କରାଯାଇ ନାହିଁ।

ପ୍ରତ୍ୟେକ ଦିନ ଅଫର

ଫ୍ଲିପକାର୍ଟର ଏହି ବିଗ ବିଲିୟନ ଡେ ସେଲରେ ପ୍ରଥମ ଦିନରେ ଫ୍ୟାଶନ, ଟିଭି, ଫର୍ଣ୍ଣିଚର, ସ୍ମାର୍ଟ ଡିଭାଇସ ଓ ଅନ୍ୟ ପ୍ରଡକ୍ଟ ଉପରେ ଅଫର ମିଳିବ। ଦ୍ଵିତୀୟ ଦିନ ସ୍ମାର୍ଟଫୋନ ଓ ଅନ୍ୟ ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟ ଉପରେ ଅଫର ମିଳିବ। ଅନ୍ୟ ତିନି ଦିନରେ ସମସ୍ତ ପ୍ରଡକ୍ଟ ଉପରେ ଅଫର ଉପଲବ୍ଧ ହେବ।

ଏହାବ୍ୟତୀତ ଏହି ସେଲରେ ଫ୍ଲିପକାର୍ଟ ତାର ଗ୍ରାହକ ମାନଙ୍କୁ ରିହାତି ବ୍ୟତୀତ ପ୍ରତି ଏକଘଣ୍ଟା ବ୍ୟବଧାନରେ ଫ୍ଲାସସେଲ ଓ ପ୍ରତି ଆଠଘଣ୍ଟାରେ ନୂଆ ଡିଲ ଉପଲବ୍ଧ କରାଇବ। ଏହି ସେଲରେ ବଛା ଯାଇଥିବା ଡେବିଟ ଓ କ୍ରେଡିଟ କାର୍ଡ ବ୍ୟତୀତ ବଜାଜ ଫିନକର୍ପରେ ଇ.ଏମ.ଆଇର ସୁବିଧା ମଧ୍ୟ ମିଳିବ।

ଫ୍ଲିପକାର୍ଟ ବିନା କ୍ୟାସରେ କ୍ରେଡିଟର ସୁବିଧା ମଧ୍ୟ ଗ୍ରାହକଙ୍କୁ ଯୋଗାଇଦେବ। ଗ୍ରାହକ ମାନେ ଟ.60,000 ପର୍ଯ୍ୟନ୍ତ ଶପିଙ୍ଗ କରିପାରିବେ ଓ କିସ୍ତି ଆକାରରେ ସୁଝି ପାରିବେ। ଏହାବ୍ୟତୀତ ଆପଣ ଚାହିଁଲେ pay later ବିକଳ୍ପ ବାଛି ପାରିବେ। ଏହାଦ୍ୱାରା ଏହି ମୂଲ୍ୟ ଆସନ୍ତା ମାସରେ ଦେଇପାରିବେ।

ଅନେକ ବଲିଉଡ ସେଲିବ୍ରିଟି ଯଥା ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ, ବିରାଟ କୋହଲି ଫ୍ଲିପକାର୍ଟର ଏହି ସେଲକୁ ପ୍ରତ୍ସାହନ କରିବେ।     

#onlineshopping #flipkart #bigbilliondaysell

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon