• ବେତାର ବ୍ୟୁରୋ

ବଙ୍ଗାଳୀ ଫିଲ୍ମ କରିବେ ଓଲିଉଡ ଅଭିନେତା ସବ୍ୟସାଚୀ


(ବେତାର ବ୍ୟୁରୋ) ଓଲିଉଡ ଇଣ୍ଡଷ୍ଟ୍ରୀରେ ପାଗଳପ୍ରେମୀ ଭାବେ ଜଣାଶୁଣା ଅଭିନେତା ସବ୍ୟସାଚୀ ପ୍ରଥମଥର ପାଇଁ ବଙ୍ଗାଳୀ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି। ସବ୍ୟସାଚୀଙ୍କର ଏହି ପ୍ରଥମ ବଙ୍ଗାଳୀ ସିନେମାର ଟାଇଟେଲ୍ ରହିଛି ‘ରକ୍ତୋମୁଖୀ ନୀଲା’ । ଏହି ସିନେମାରେ ସବ୍ୟସାଚୀଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିଯାଇଛି, ଯାହାକୁ ସବ୍ୟସାଚୀ ନିଜ ସୋସିଆଲ୍ ସାଇଟ୍ ଇଂଷ୍ଟାଗ୍ରାମରେ ସେୟାର୍ କରିଛନ୍ତି । ଏହାସସିତ ନିଜର ଏହି ପ୍ରଥମ ବଙ୍ଗାଳୀ ସିନେମାକୁ ନେଇ ସବ୍ୟସାଚୀ ବେଶ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ।

ଏହି ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି । କୋଲକୋତାରେ ସବ୍ୟସାଚୀ ଏବେ ନିଜର ଏହି ସିନେମାର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସବ୍ୟସାଚୀଙ୍କୁ ଏକ ଭିନ୍ନ ଲୁକରେ ଦେଖିବାକୁ ମିଳିଛି। ସବ୍ୟସାଚୀଙ୍କୁ ଏହି ଫିଲ୍ମରେ ବହଳିଆ ଦାଢି ରଖିଥିବାର ଦେଖିବାକୁ ମିଳିବ।

ଏହି ଫିଲ୍ମଟି ଆଦିତ୍ୟ ନାଥ ମୁଖାର୍ଜୀଙ୍କ ଉପନ୍ୟାସ ‘ତକର ରଙ୍ଗ ଲାଲ’ ଉପରେ ଆଧାରିତ। ସବ୍ୟସାଚୀଙ୍କ ବିପକ୍ଷରେ ଏହି ଫିଲ୍ମରେ ଜଣେ ବଙ୍ଗାଳୀ ଅଭିନେତ୍ରୀ ଅଭିନୟ କରିବେ। ସବ୍ୟସାଚୀଙ୍କ ବ୍ୟତୀତ ବଲିଉଡ ଅଭିନେତା ରାଜେଶ ଶର୍ମା ମଧ୍ୟ ଏହି ଫିଲ୍ମରେ ଅଭିନୟ କରିବେ। ରାଜେଶ ଶର୍ମା ବଲିଉଡର ‘ବଜରଙ୍ଗୀ ଭାଇଜାନ’, ‘ରେସ3’, ‘ଟଏଲେଟ’, ଓ ‘ସ୍ପେଶିଆଲ 26’ ପରି ଫିଲ୍ମରେ ଅଭିନୟ କରିଛନ୍ତି।

ତେବେ ସବ୍ୟସାଚୀ କେବଳ ଯେ ବେଙ୍ଗଲି ସିନେମାରେ ଅଭିନୟ କରିବାକୁ ଯାଉଛନ୍ତି ତାହା ନୁହେଁ ଭିନ୍ନ ଭିନ୍ନ ଭାଷା ଓ ଇଣ୍ଡଷ୍ଟ୍ରୀରେ ଅଭିନୟ କରିବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି । ଏହା ପୂର୍ବରୁ ତେଲୁଗୁ ସିନେମାରେ ମଧ୍ୟ ନିଜ ଅଭିନୟ ଦକ୍ଷତା ଦେଖାଇଛନ୍ତି। ତେଲୁଗୁ ସିନେମାର ‘ନୀରଜନମ’ ସିନେମାରେ ବି ତାଙ୍କ କମାଲ ଦେଖିବାକୁ ମିଳିଛି । ଏହି ତେଲୁଗୁ ସିନେମାରେ ସବ୍ୟସାଚୀଙ୍କ ଆକ୍ସନ, ଡ୍ୟାନ୍ସ ଓ ରୋମାନ୍ସ ଦେଖିବାକୁ ମିଳିଥିଲା।

ଏହାଛଡା ଓଲିଉଡରେ ଶେଷଥର ପାଇଁ ସବ୍ୟସାଚୀଙ୍କୁ ‘ଟୋକାଟା ଫସିଗଲା’ ଚଳଚ୍ଚିତ୍ର ରେ ଦେଖିବାକୁ ମିଳିଥିଲା । ଏହି ସିନେମାର ସବ୍ୟସାଚିଙ୍କ ସହ ଏଲିନା ସାମନ୍ତରାୟ ଅଭିନୟ କରିଥିଲେ। ଦର୍ଶକମାନେ ଏହାକୁ ଖୁବ ପସନ୍ଦ କରିଥିଲେ ଓ ଇଣ୍ଡଷ୍ଟ୍ରୀରେ ଏହି ଫିଲ୍ମଟି ସୁପରହିଟ ହୋଇଥିଲା। ଏହାପରେ ସବ୍ୟସାଚୀ ବଙ୍ଗାଳୀ ସିନେମାରେ କିପରି ଯାଦୁ ଦେଖାଉଛନ୍ତି ତାହା ଦେଖିବା ପାଇଁ ଦର୍ଶକ ମାନଙ୍କ ମଧ୍ୟରେ ଉତ୍ସୁକତା ବଢିଯାଇଛି।

#entertainment #sabyasachi

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon