• ବେତାର ବ୍ୟୁରୋ

3 idiots ଫିଲ୍ମରେ ସାମିଲ ହେଇଥିବା କାନ୍ଥ ଭାଙ୍ଗିବ ଏହି ସ୍କୁଲ


(ବେତାର ବ୍ୟୁରୋ) ସୁପରଷ୍ଟାର ଅମିର ଖାନଙ୍କ ଅଭିନୀତ ବଲିଉଡ ଫିଲ୍ମ “3 ଇଡିଅଟସ” ଲୋକମାନଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ନିର୍ମାଣ କରିପାରିଛି। ଫିଲ୍ମର କିଛି ଦୃଶ୍ୟ ଲେହ ରେ ସୁଟିଙ୍ଗ କରାଯାଇଥିଲା। ସେହି ସ୍ଥାନରେ ପର୍ଯ୍ୟଟକ ମାନଙ୍କ ସଂଖ୍ୟା ଅଧିକ ହେଉଥିବାରୁ ଓ ଛାତ୍ରଛାତ୍ରୀମାନଙ୍କ ପଢାପଢିରେ ଅସୁବିଧା ହେଉଥିବାରୁ ଲେହ ରେ ଥିବା ଡ୍ରକ ପଦ୍ମା କାର୍ପୋ ସ୍କୁଲର “ରାଞ୍ଚୋ ୱାଲ”କୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ନିଆଯାଇଛି ଓ ପର୍ଯ୍ୟଟକମାନଙ୍କୁ ମଧ୍ୟ ନିଷେଧ କରାଯାଇଛି।

ଏହି ଫିଲ୍ମରେ ଏକ ଦୃଶ୍ୟ ରହିଥିଲା ଯେଉଁଥିରେ ଫିଲ୍ମର ହାସ୍ୟ ଚରିତ୍ର ଚତୁର ଏକ କାନ୍ଥରେ ପରିସ୍ରା କରୁଥାଏ ଓ କିଛି ଇଲେକ୍ଟ୍ରୋନିକ୍ସ ଯନ୍ତ୍ର ସଂସ୍ପର୍ଶରେ ଆସି ତାକୁ କରେଣ୍ଟ ଲାଗିଥାଏ। ଏହି କାନ୍ଥଟିକୁ “ରାଞ୍ଚୋ ୱାଲ” କୁହାଯାଉଛି ଓ ଏହି କାନ୍ଥଟି ଉକ୍ତ ସ୍କୁଲର ଅଟେ।

ଫିଲ୍ମର ଶୁଟିଙ୍ଗ ସାରିବା ପରେ ଏହି କାନ୍ଥକୁ ରଙ୍ଗ ଦିଆଯାଇଥିଲା ଓ ପରବର୍ତ୍ତୀ ସମୟରେ ପର୍ଯ୍ୟଟକଙ୍କ ପାଇଁ ଏହା ଆକର୍ଷଣର କେନ୍ଦ୍ର ପାଲଟି ଯାଇଥିଲା। ସେମାନେ ଏହି କାନ୍ଥ ପାଖରେ ସେଲଫି ମଧ୍ୟ ନେଇଥାଆନ୍ତି। ସ୍ଥାନଟି ଅଧିକ ଲୋକପ୍ରିୟ ହେବାପରେ ପ୍ରତ୍ୟେକ ଦିନ ସେଠାରେ ଲୋକଙ୍କର ଭିଡ ଜମିଥାଏ ଓ ପିଲାମାନଙ୍କୁ ପାଠ ପଢାରେ ଅସୁବିଧା ହୋଇଥାଏ।

ଏନେଇ ସ୍କୁଲର ପ୍ରିନ୍ସିପାଲ ଷ୍ଟାନଜିନ କୁନଜାଙ୍ଗ କହିଛନ୍ତି ଯେ, “ଏହି ଫିଲ୍ମ ପାଇଁ ସ୍କୁଲକୁ ବହୁତ ଲୋକପ୍ରିୟତା ମିଳିଥିଲା। ପର୍ଯ୍ୟଟକମାନଙ୍କର ଏହା ପ୍ରିୟ ସ୍ଥାନ ହୋଇପାରିଛି। କିନ୍ତୁ ଆମେ ଅନୁଭବ କରୁଛୁ ଯେ ସ୍କୁଲର ଏହି ସ୍ଥାନଟି ସ୍କୁଲର ମୁଖ୍ୟ କର୍ତ୍ତବ୍ୟ ପୁରା କରିପାରେ ବାଧା ସୃଷ୍ଟି କରୁଛି। ଏଥିପାଇଁ ପିଲାମାନଙ୍କ ପାଠପଢାରେ ଅସୁବିଧା ହେବା ସହିତ ସ୍କୁଲ କ୍ୟାମ୍ପସ ଅଧିକ ଅପରିଷ୍କାର ହେବାରେ ଲାଗିଛି।“

ପି.ଟି.ଆଇରେ ପ୍ରକାଶିତ ଖବର ଅନୁଯାୟୀ ଏହି ସ୍କୁଲଟି 1998 ମସିହାରେ ନିର୍ମାଣ କରଯାଇଥିଲା ଓ 2010ରେ ଆସିଥିବା ବନ୍ୟାରେ  ଅତଡା ଖସି ସ୍କୁଲର କିଛି ଅଂଶ ନଷ୍ଟ ହୋଇଯାଇଥିଲା, ଯାହାକୁ ପୁଣିଥରେ ନିର୍ମାଣ କରଯାଇଥିଲା। ଏହାବ୍ୟତୀତ ‘3 ଇଡିଅଟସ’ ଫିଲ୍ମର ଶେଷ ଦୃଶ୍ୟ ପାଙ୍ଗୋଙ୍ଗ ସୋ ହ୍ରଦ ପାଖରେ ସୁଟିଙ୍ଗ ହୋଇଥିଲା ଓ ଏହି ସ୍ଥାନଟି ମଧ୍ୟ ଅଧିକ ଲୋକପ୍ରିୟ ହୋଇପାରିଛି।

#ranchowall

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon