• ବେତାର ବ୍ୟୁରୋ

ଜିମ୍ ଯାଉଛନ୍ତି?ଜାଣନ୍ତୁ ସବୁଠୁ ଶସ୍ତା ପ୍ରୋଟିନ-ଭିଟାମିନ ଉତ୍ସ


(ବେତାର ବ୍ୟୁରୋ) ଜଣେ ପୁରୁଷର ଶରୀରକୁ ସୁଢୌଳ କରି ଗଢିବା ପାଇଁ ନିୟମିତ ଜିମ ଯାଇ ବା ନିଜ ଘରେ ବିଭିନ୍ନ ଅଙ୍ଗ ପାଇଁ ଭିନ୍ନ ଭିନ୍ନ ପ୍ରକାରର ବ୍ୟାୟମ ଓ କସରତ କରିବା ସହିତ ଖାଦ୍ୟ ନିମନ୍ତେ ପ୍ରୋଟିନ ପାଉଡର ଓ ମିନେରାଲ ଏବଂ ଭିଟାମିନ ବଟିକା ମଧ୍ୟ ଆବଶ୍ୟକ । ତେବେ ଭିଟାମିନ ପାଇଁ ଅଧିକ ଖର୍ଚ୍ଚ ନ କରି କମ ପଇସାରେ ପ୍ରାକୃତିକ ଉପାୟରେ ଏହା ମିଳିପାରିବ ।

ଏହିପରି ଏକ ଜିନିଷ ହେଲା କଖାରୁ ମଞ୍ଜି। ଏହା ପୁରୁଷଙ୍କ ପାଇଁ ଉତ୍ତମ ବନ୍ଧୁ ପରି କାମ କରିଥାଏ ଓ ପୁରୁଷଙ୍କ ପାଇଁ ଅନେକ ଉପାଦେୟ ଗୁଣ ଏଥିରେ ରହିଥାଏ।

କଖାରୁ ମଞ୍ଜିରେ ଅଧିକ ମାତ୍ରାରେ ଜିଙ୍କ, ମାଗ୍ନେସିୟମ, କପର, ଆଇରନ, ସିଲେନିୟମ, କ୍ୟାଲସିୟମ ଓ ଫସଫରସ ରହିଥାଏ। ଏହାବ୍ୟତୀତ ପ୍ରୋଟିନ, ଓମେଗା 3 ଫ୍ୟାଟି ଏସିଡ, ଭିଟାମିନ-ବି, ବେଟା କ୍ୟାରୋଟିନ ଓ ଭିଟାମିନ-ଏ ଅଧିକ ମାତ୍ରାରେ ରହିଥାଏ। ଏହା ହୃଦାରୋଗକୁ ଦୂରେଇ ରଖିଥାଏ, ରକ୍ତଚାପ ନିୟନ୍ତ୍ରିତ କରିଥାଏ,

ରକ୍ତରେ ଶର୍କରାର ପରିମାଣ ନିୟନ୍ତ୍ରଣ ରଖେ ଓ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ।

ତେବେ ଶରୀରକୁ ଫିଟ ରଖିବା ସହତ କଖାରୁ ମଞ୍ଜିର ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାରୀ ଗୁଣ ରହିଛି। ଜାଣନ୍ତୁ ସେଗୁଡିକ କ'ଣ କ'ଣ।

୧.ପୁରୁଷଙ୍କ ପ୍ରଜନନ କ୍ଷମତା ବଢାଇ ଥାଏ: କଖାରୁ ମଞ୍ଜିରେ ଅଧିକ ପରିମାଣରେ ଜିଙ୍କ ରହିଥାଏ ଓ ଏହା ପୁରୁଷଙ୍କର ପ୍ରଜନନ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରେ। ପୁରୁଷଙ୍କ ଶରୀରରେ ଟେଷ୍ଟୋଷ୍ଟେରୋନର ମାତ୍ରା ସଠିକ ରଖିବାରେ ଏହା ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥାଏ। ଏଥିରେ ଥିବା ପ୍ରୋଟିନ, ମାଗ୍ନେସିୟମ,ଫସଫରସ ଓ ଆଇରନ ପୁରୁଷଙ୍କ ଶରୀରରେ ଯୌନ କ୍ଷମତା ବଢାଇଥାଏ।

୨.ପ୍ରୋଷ୍ଟେଟ ସୁସ୍ଥ ରଖେ : ଖାଇବା ଦ୍ଵାରା ପ୍ରୋଷ୍ଟେଟ(ଅଣ୍ଡକୋଷ) ମଧ୍ୟ ସୁସ୍ଥ ରହିଥାଏ ଓ ପୁରୁଷଙ୍କ ଶରୀରରେ ସୁସ୍ଥ ହରମୋନ ସୃଷ୍ଟି କରିଥାଏ। ଏହା ମଧ୍ୟ ପୁରୁଷଙ୍କ ଠାରେ ଦେଖାଯାଉଥିବା ବେନିଗ୍ନ

ପ୍ରୋଷ୍ଟାଇକ ହାଇପରପ୍ଲାସିଆ (BPH)କୁ ଦୂରେଇ ରଖିଥାଏ।

୩.ମାଂସପେଶୀକୁ ସୁସ୍ଥ ରଖେ:ପ୍ରତ୍ୟେକ ପୁରୁଷ ନିଜ ଶରୀରରେ ସୁସ୍ଥ ମାଂସପେଶୀ ଚାହିଁଥାଆନ୍ତି। ଏଥିପାଇଁ ମୁଖ୍ୟତଃ ପ୍ରୋଟିନ ଆବଶ୍ୟକ ହୋଇଥାଏ। ୧୦୦ଗ୍ରାମ କଖାରୁ ମଞ୍ଜିରେ ପ୍ରାୟ ୨୩.୩୩ ଗ୍ରାମ ପ୍ରୋଟିନ ରହିଥାଏ। ପ୍ରତିଦିନ ସକାଳୁ ଫଳରସରେ ଏହାକୁ ମିଶାଇ ପିଇପାରିବେ।

୪.ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଉପକାରିତା: କଖାରୁ ମଞ୍ଜିରେ ଥିବା ଜିଙ୍କ ଶରୀରରେ ନୂତନ କୋଷ ସୃଷ୍ଟି କରିବାରେ ସାହାଯ୍ୟ କରେ। ଏହାସହିତ କେଶକୁ ମଧ୍ୟ ସୁସ୍ଥ ରଖିଥାଏ ଓ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ।

#health #pumpkinseeds

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon