• ବେତାର ବ୍ୟୁରୋ

ମାଲକାନଗିରି ଜିଲ୍ଲା କୋର୍ଟରେ ପ୍ରକାଶ ପାଇଲା 10 ପଦବୀ : ଦରମା, ଆବେଦନ ପ୍ରକ୍ରିୟା ଜାଣନ୍ତୁ


(ବେତାର ବ୍ୟୁରୋ)ମାଲକାନଗିରି ଜିଲ୍ଲା ଜଜଙ୍କ କାର୍ଯ୍ୟାଳୟରେ ଜୁନିୟର କ୍ଳର୍କ ଓ ଷ୍ଟେନୋଗ୍ରାଫର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁକ୍ତଦୁଇ ଓ କମ୍ପ୍ୟୁଟର ବିଜ୍ଞାନରେ ଡିପ୍ଲୋମା ପାସ କରିଥିବା ପ୍ରାର୍ଥୀମାନେ ଏହି ପଦ ପାଇଁ ଆବେଦନ କରିପାରିବେ।

ପଦବୀସଂଖ୍ୟା

ଏହି ବିଜ୍ଞପ୍ତିରେ ଷ୍ଟେନୋଗ୍ରାଫର ପାଇଁ 1ଟି ଓ ଜୁନିୟର କ୍ଳର୍କ ପାଇଁ 9 ଟି ପଦ ପ୍ରକାଶ ପାଇଛି। କିନ୍ତୁ ଯଦି ଜିଲ୍ଲା ଜଜ ଚାହାନ୍ତି ତେବେ ପଦବୀ ସଂଖ୍ୟା ବଢିପାରେ କିମ୍ବା କମିପାରେ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଅକ୍ଟୋବର 31 ତାରିଖ ମଧ୍ୟରେ ଆବେଦନ କରିପାରିବେ।

ଦରମା

ଜୁନିୟର କ୍ଳର୍କ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.19,900-ଟ.63,200 ମଧ୍ୟରେ ଦରମା ପ୍ରଦାନ କରାଯିବ। ଷ୍ଟେନୋଗ୍ରାଫର ପଦ ପାଇଁ ଯୋଗ୍ୟବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.25,500-ଟ.81,100 ମଧ୍ୟରେ ଦରମା ପ୍ରଦାନ କରାଯିବ।

ବୟସସୀମା

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 32ବର୍ଷ ହେବା ଆବଶ୍ୟକ। ଅନୁସୂଚିତ ଜାତି,ଜନଜାତି ଏବଂ ଓ.ବି.ସି ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଜୁନିୟର କ୍ଳର୍କ ଓ ଷ୍ଟେନୋଗ୍ରାଫର ପଦରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବୋର୍ଡ ବା ବିଶ୍ୱବିଦ୍ୟାଳୟରୁ ଯୁକ୍ତଦୁଇ ପାସ କରିଥିବା ଆବଶ୍ୟକ ଏବଂ ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ କମ୍ପ୍ୟୁଟର ଆପ୍ଲିକେସନରେ ଡିପ୍ଲୋମା କରିଥିବା ଆବଶ୍ୟକ। ଷ୍ଟେନୋଗ୍ରାଫର ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ଶର୍ଟହ୍ୟାଣ୍ଡରେ ପ୍ରତି ମିନିଟକୁ 80ଟି ଶବ୍ଦ ଟାଇପ କରିପାରୁଥିବା ଆବଶ୍ୟକ ଓ ମିନିଟକୁ 40ଟି (ଇଂରାଜୀ)ଶବ୍ଦ ଟାଇପ କରିପାରୁଥିବା ଆବଶ୍ୟକ।

ଆବେଦନ ଫି

ଆବେଦନ କରିବା ପାଇଁ ଫି ବାବଦରେ ପ୍ରାର୍ଥୀଙ୍କୁ  “0070-Other Administrative Services-01-Administration of Justice-501-Services and Services Fees-9904650-Law Department-0916730-Examination Fees for Recruitment conducted by Orissa District & Sub-ordinate Courts” ଉଦ୍ଦେଶ୍ୟରେ ଟ.100 ର ଚାଲାଣ କାଟିବାକୁ ପଡିବ। ଏହି ଚାଲାଣ ରସିଦକୁ ଆବେଦନ ଫର୍ମ ସହିତ ସଂଲଗ୍ନ କରିଦେବାକୁ ପଡିବ। ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କୁ କୌଣସି ଆବେଦନ ଫି ଦେବାକୁ ପଡିବ ନାହିଁ।

କିପରି ଆବେଦନ କରିବେ

ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ରର ଜେରକ୍ସ ଓ ଦୁଇଟି ପାସପୋର୍ଟ ସାଇଜ ଫଟୋ ସହିତ ଚାଲାଣ ରସିଦକୁ ମାଲକାନଗିରି ଜିଲ୍ଲା ଜଜଙ୍କ କାର୍ଯ୍ୟାଳୟ ଠିକଣାରେ ରେଜିଷ୍ଟ୍ରର ପୋଷ୍ଟ ମାଧ୍ୟମରେ ପଠାଇ ପାରିବେ।

ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ମାଲକାନଗିରି ଜିଲ୍ଲାକୋର୍ଟର ଅଫିସିଆଲ ୱେବସାଇଟ https://districts.ecourts.gov.in/Odisha/malkangiriକିମ୍ବା http://malkangiri.nic.in ରେ ଲଗଇନ କରିପାରିବେ।

#jobs #govtjobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon