• ବେତାର ବ୍ୟୁରୋ

ଦୁଇ ଦିନରେ ହେବ ମୋବାଇଲ ନମ୍ବର ପୋର୍ଟ


(ବେତାର ବ୍ୟୁରୋ) ମୋବାଇଲ ନମ୍ବର ପୋର୍ଟେବିଲିଟି କରିବା ପାଇଁ ଲାଗୁଥିବା ସମୟକୁ ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ହ୍ରାସ କରାଯାଇଛି। ଟ୍ରାଇ ତରଫରୁ ଧାର୍ଯ୍ୟ କରାଯାଇଥିବା ସମୟ ସୀମା ମଧ୍ୟରେ ପୋର୍ଟିଂ ଅନୁରୋଧର ସମାଧାନ ନକଲେ ମୋବାଇଲ କମ୍ପାନୀ ଗୁଡିକ ଉପରେ ଆର୍ଥିକ ଦଣ୍ଡ ଲଗାଯିବ ବୋଲି ଟ୍ରାଇ ତରଫରୁ କୁହାଯାଇଛି।

ଗୋଟିଏ ସର୍କଲ ମଧ୍ୟରେ କରାଯାଉଥିବା ମୋବାଇଲ ନମ୍ବର ପୋର୍ଟେବିଲିଟିର ସମୟ ସୀମାକୁ ଦୁଇଦିନକୁ ହ୍ରାସ କରାଯାଇଛି। ସେହିପରି ଗୋଟିଏ ସର୍କଲରୁ ଅନ୍ୟ ସର୍କଲକୁ ମୋବାଇଲ ନମ୍ବର ପୋର୍ଟେବିଲିଟିର ସମୟ ସୀମାକୁ ଚାରି ଦିନକୁ ହ୍ରାସ କରାଯାଇଛି। ଏହାସହିତ ପୋର୍ଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଷୟରେ ଗ୍ରାହକ ମାନଙ୍କୁ 24ଘଣ୍ଟା ମଧ୍ୟରେ ମେସେଜ କରି ସୂଚନା ଦେବାକୁ ପଡିବ।ପୂର୍ବରୁ ପୋର୍ଟିଂ ଅବଧି ଏକ ସପ୍ତାହ ଥିଲା।

ଟ୍ରାଇ ଦ୍ଵାରା ନିଆଯାଇଥିବା ଏହି ନିଷ୍ପତ୍ତିର ଯଦି ଉଲ୍ଲଂଘନ ହୁଏ ତେବେ ଟ.5000 ଜରିମାନା ଲାଗିବ। ଯଦି କୌଣସି ଗ୍ରାହକର ପୋର୍ଟିଂ ଅନୁରୋଧକୁ କମ୍ପାନୀ ବେଆଇନ ଭାବରେ ପ୍ରତ୍ୟାଖାନ କରିଥାଏ ତେବେ ଉକ୍ତ କମ୍ପାନୀ ଗ୍ରାହକଙ୍କୁ ଟ.10,000 ଜରିମାନା ଗଣିବ।

ମୋବାଇଲୋ କମ୍ପାନୀ ଗୁଡିକ ପକ୍ଷରୁ 2017 ଏପ୍ରିଲ ମାସରୁ 2018 ମେ’ ମାସ ମଧ୍ୟରେ 45% ପୋର୍ଟିଂ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏହି ପୋର୍ଟିଂ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବାର ଦୁଇଟି ମୁଖ୍ୟ କାରଣ ହେଉଛି ଭୁଲ ପୋର୍ଟିଂ କୋଡ ଏବଂ ଅକାମି ଓ ଅବସର ହୋଇଯାଇଥିବା କୋଡ। ଯେହେତୁ ମୋବାଇଲ ନମ୍ବର ପୋର୍ଟେବିଲିଟି କ୍ଷେତ୍ରରେ କମ୍ପାନୀ ଗୁଡିକ ତରଫରୁ କୌଣସି ସୁଧାର ପରିଲକ୍ଷିତ ହେଉନାହିଁ ସେଥିପାଇଁ ନୂଆ ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) କହିଛନ୍ତି।

ଦେଶରେ ଏୟାରସେଲ, ଟେଲିନର ଓ ରିଲାଏନ୍ସ ଭଳି ବଡ କମ୍ପାନୀ ବନ୍ଦ ହୋଇଯିବା ପରେ ଅନ୍ୟ କମ୍ପାନୀ ଗୁଡିକୁ ବିପୁଳ ସଂଖ୍ୟାରେ ପୋର୍ଟିଂ ଅନୁରୋଧ ଆସିଥିଲା। ସେଥି ମଧ୍ୟରୁ ଅଧିକାଂଶ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯିବା ପରେ ଗ୍ରାହକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

#TRAI #mobilenumberportability

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon