- ବେତାର ବ୍ୟୁରୋ
ସମସ୍ତଙ୍କ ସାମ୍ନାରେ ଅନୁପ ଜଲୋଟାଙ୍କୁ କିସ କଲେ ପ୍ରେମିକା ଜସଲିନ

(ବେତାର ବ୍ୟୁରୋ) ଟିଭି ଦୁନିଆର ସବୁଠାରୁ ବିବାଦୀୟ ଶୋ ବିଗବସ-୧୨ ପ୍ରଥମଥର ପାଇଁ ପ୍ରତିଯୋଗୀମାନେ ଯୋଡି ଏବଂ ସିଙ୍ଗଲରେ ଭାଗ ନେଇଛନ୍ତି । ଏହି ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ଭଜନ ସମ୍ରାଟ ଅନୁପ ଜଲୋଟା ଏବଂ ତାଙ୍କ ପ୍ରେମିକା ଜସଲିନ ପ୍ରଥମ ଦିନରୁ ହିଁ ଚର୍ଚ୍ଚାରେ ରହିଛନ୍ତି । କିନ୍ତୁ ବିଗବସ ଘର ମଧ୍ୟରେ ଦୁହେଁ ବର୍ତ୍ତମାନ ପର୍ଯ୍ୟନ୍ତ ଏପରି କୌଣସି କାମ କରିନଥିଲେ ଯେଉଁଥିରୁ ଲାଗିବ ଯେ ଉଭୟଙ୍କ ମଧ୍ୟରେ ଭଲପାଇବା ଅଛି ବୋଲି।
ବିଗବସ-୧୨ର ଗୁରୁବାର ଦେଖାଯିବାକୁ ଥିବା ଏପିଶୋଡର ଏକ ଛୋଟ ଭିଡିଓ କ୍ଲିପ କଲର୍ସର ଟ୍ଵିଟର ଆକାଉଣ୍ଟରେ ଶେୟାର କରାଯାଇଛି। ଏହି ଭିଡିଓରେ ଉଭୟ ଏପରି କିଛି କରିଛନ୍ତି ଯାହାକୁ ଦେଖି କେବଳ ଘରବାଲା ନୁହନ୍ତି ଦର୍ଶକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଏହି ଭିଡିଓରେ ଜସଲିନ ବିଗବସ ଘରେ ଅନ୍ୟ ସଦସ୍ୟଙ୍କ ସାମ୍ନାରେ ଅନୁପ ଜଲୋଟାଙ୍କୁ କିସ କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓରେ ଜସଲିନ ଅନୁପ ଜଲୋଟାଙ୍କୁ କହୁଛନ୍ତି, “ମୁଁ ଆଜି ଆପଣଙ୍କୁ ଏକ କଥା କହିବି ଏହା ଆପଣଙ୍କୁ ପାଳନ କରିବାକୁ ପଡିବ । ଆପଣ କିଛି କରିବେ ନାହିଁ କି ଏହାକୁ ଲିଭାଇବେ ନାହିଁ ।“
ଏହା ପରେ ଜସଲିନ ଅନୁପ ଜଲୋଟାଙ୍କ ମଥାରେ ଏବଂ ଗାଲରେ କିସ କରି ଲିପଷ୍ଟିକର ଦାଗ ଛାଡି ଦିଅନ୍ତି । ଏହା ସବୁ ଦେଖିବା ପରେ ବାକି ସଦସ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହ ପରେ ଅନୁପ ଜଲୋଟା କୁହଛନ୍ତି ଯେ ଏବେ ଏହି ଦାଗ ପୁରା ଦିନ ରହିବ । ତେବେ ଏହି ଦୃଶ୍ୟ ଦେଖୁଥିବା ଅନ୍ୟ ଘରବାଲାଙ୍କ ମଧ୍ୟରୁ କରନବୀର ମଜାରେ ଅନୁପଜୀଙ୍କୁ କହିଥିଲେ ଯେ, ଓଠରେ ତ କିସ ବାକି ରହିଗଲା।
ଏହାପୂର୍ବରୁ ମଧ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଥିଲା ଯେ ଜସଲିନ ଶିବାଶିଷଙ୍କୁ ନିଜ ଶରୀରର ଟାଟୁ ଗଣିକି ଦେଖାଉଥିଲେ। ସେମାନଙ୍କ ସହିତ କୃତି ମଧ୍ୟ ଥିଲେ। କୃତି ଜସଲିନଙ୍କୁ ପଚାରିଥିଲେ ଯେ ତୁମେ ଶରୀରରେ କେତେଟା ଟାଟୁ କରିଛ, ଜସଲିନ ଉତ୍ତର ଦେଇଥିଲେ ୧୩ଟି। ଏହାପରେ ଶିବାଶିଷ ଓ କୃତି ଟାଟୁ ଗଣିବାରେ ଲାଗିଥିଲେ। କିଛି ଟାଟୁ ନପାଇବାରୁ କୃତି କହିଥିଲେ ଯେ, ଟାଟୁ କେଉଁଠି କେଉଁଠି କରିଛ ଦେଖେଇବ ନା ଅନୁପଙ୍କୁ ପଚାରିବୁ।